ପଟ୍ଟାମୁଣ୍ଡାଇ ୨୫/୧୨ -ଜନୈକା ଘରୋଇ ସ୍କୁଲ ଶିକ୍ଷୟତ୍ରୀ ବ୍ଲାକ ମେଲର ଶିକାର ହୋଇ ଆତ୍ମହତ୍ୟା କରିବା ଘଟଣାରେ ଗ୍ରାମାଂଚଳ ଥାନା ପୋଲିସ ନିଷ୍କ୍ରିୟତା ପ୍ରତିବାଦରେ ସମ୍ପୃକ୍ତ ଗାଁ ଲୋକମାନେ ଗୁରୁବାର ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଘେରାଉ କରିବା ସହିତ ରାସ୍ତାରୋକ କରିଥିଲେ । ଏଥି ପାଇଁ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଥାନାରେ ହୋଇଥିବା ଲିଖିତ ଅଭିଯୋଗରୁ ପ୍ରକାଶ ଯେ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଶାସନ ପଂଚାୟତ […]
featured
ପଟ୍ଟାମୁଣ୍ଡାଇ ତା ୨୫/୧୨- ଚାନ୍ଦବାଲି ଅଂଚଳରେ ଜନୈକା ଦିବ୍ୟାଙ୍ଗ ଛାତ୍ରୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ଏହି ଦିବ୍ୟାଙ୍ଗ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ପକ୍ଷରୁ ଆଜି ସନ୍ଧ୍ୟାରେ ମଶାଲ ଶୋଭାଯାତ୍ରା କରାଯାଇଥିଲା । ଏଥିରେ ବିକାଶ ପରିଷଦ ସଭାପତି କାଉନସିଲର ଗୋପୀବଲ୍ଲଭ ନାୟକ ସମ୍ପାଦକ ଗୋପୀନାଥ ତ୍ରିପାଠୀ ଦଳିତ ସଂଘ ପୂର୍ବତନ ସଭାପତି ବାରେଣୀ ସେଠୀ,ଇଂ ତପନ ପାତ୍ର, ଉମାବଲ୍ଲଭ ନାୟକ, ଦଶରଥ […]
ପଟ୍ଟାମୁଣ୍ଡାଇ ଶ୍ରୀରାମ ସେନା ପକ୍ଷରୁ ବାଜପେୟୀଙ୍କ ଜନ୍ମବାର୍ଷିକୀ ପାଳନ ଓ ରକ୍ତଦାନ ଶିବିର ପଟ୍ଟାମୁଣ୍ଡାଇ ୨୫/୧୨ -ଭାରତ ରତ୍ନ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମବାର୍ଷିକୀ ପାଳନ ଅବଶରରେ ଶ୍ରୀରାମ ସେନା ପକ୍ଷରୁ ଗୁରୁବାର ପଟ୍ଟାମୁଣ୍ଡାଇ ମଙ୍ଗଳା ମଣ୍ଡପ ଠାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିର ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁ ସଂଖ୍ୟକ କର୍ମକର୍ତା […]
ପଟ୍ଟାମୁଣ୍ଡାଇ, ୨୪/୧୨ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଖଡ଼ିଅଂଟା ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ଅସୁରକ୍ଷିତ ଜରାଜୀର୍ଣ୍ଣ ହୋଇପଡିଛି । ଏହି ବିପଦପୂର୍ଣ୍ଣ କୋଠା ଛାତରୁ ପ୍ଲାଷ୍ଟର ଖସୁ ଥିବାରୁ ଶତାଧିକ ଛାତ୍ରୀଛାତ୍ର ଅସୁରକ୍ଷିତ ଅବସ୍ଥାରେ ସ୍କୁଲ ଜିନ ଆସିବା କରୁଛନ୍ତି । ଭବିଷ୍ୟତରେ ପିଲାଙ୍କ ପାଇଁ କାଳ ସାଜିପାରେ ବୋଲି ଅଭିଭାବକମାନଙ୍କ ଚିନ୍ତା ବଢିଛି । ସୁରକ୍ଷା ପାଇଁ ହୋଇଥିବା ଆଶ୍ରୟସ୍ଥଳ ଏବେ ଅସୁରକ୍ଷିତ […]
କେନ୍ଦ୍ରାପଡ଼ା,୨୪ା୧୨:ଚଳିତମାସ୧୮ତାରିଖରେ ବାଂଲାଦେଶରେ ଶ୍ରମିକ ଭାବେ କାମ କରୁଥିବା ଦିପୁଚନ୍ଦ୍ର ଦାସଙ୍କୁ ବିଧର୍ମୀ କଟ୍ଟର ପନ୍ଥିଙ୍କ ଦ୍ୱାରା ନିର୍ମମ ମାଡ଼ ମାରି ଗଛରେ ବାନ୍ଧି ଜୀବନ୍ତ ଅବସ୍ଥାରେ ନିଆଁ ଲଗାଇ ହତ୍ୟା କରାଯାଇଥିଲା। ଏଥିସହିତ ସେହି ହତ୍ୟାକୁ ଗଣ ପର୍ବ ଭଳି ପାଳନ କରାଯାଇ ଥିଲା। ସେହି ଘଟଣାର ପ୍ରତିବାଦରେ ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ ଦଳ ପକ୍ଷରୁ ଆଜି ଅପରାହ୍ନରେ ନୂଆ ବସ୍ଷ୍ଟାଣ୍ଡରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ବାଂଲାଦେଶର ହିନ୍ଦୁ […]
କେନ୍ଦ୍ରାପଡ଼ା,୨୪ା୧୨:ଜିଲ୍ଲାସ୍ତରୀଯୁବ ମହୋତ୍ସବରେ ବିଭିନ୍ନ ବର୍ଗରେ କୃତିତ୍ୱ ଅର୍ଜନ କରିଥିବା ଶ୍ରେଷ୍ଠ ପ୍ରତିଯୋଗୀମାନେ ରାଜ୍ୟସ୍ତରରେ ଆୟୋଜିତ ହେବାକୁ ଥିବା ଯୁବ ମହୋତ୍ସବରେ ଯୋଗଦେବା ପାଇଁ ମଙ୍ଗଳବାର ଭୁବନେଶ୍ୱର ଯାତ୍ରା କରିଛନ୍ତି। ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏଠାରୁ ୩୧ ଜଣ ପ୍ରତିଯୋଗୀ ଭୁବନେଶ୍ୱରକୁ ଏକ ସ୍ୱତନ୍ତ୍ର ବସ ଯୋଗେ ଯାଇଛନ୍ତି। ଆଜି ସକାଳେ ଜିଲ୍ଲାପାଳ ରଘୁରାମ ଆର. ଆୟର ପ୍ରତିଯୋଗୀ ମାନଙ୍କୁ ଯାତ୍ରା ପୂର୍ବରୁ ଉତ୍ସାହିତ କରିବା […]
କେନ୍ଦ୍ରାପଡ଼ା,୨୪ା୧୨:କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଓ ରାଜକନିକା ବ୍ଲକ ଅଞ୍ଚଳରେ ସରକାର ପନ୍ଦରଟି ନୂଆ ମଦ ଦୋକାନ ଖୋଲିବାକୁ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଆଜି ଏହା ବିରୋଧରେ ଆପତ୍ତି ଅଭିଯୋଗ ଦାଖଲର ଶେଷ ତାରିଖ ଥିବା ବେଳେ ନିଶା ନିବାରଣ ଅଭିଯାନ ପକ୍ଷରୁ ପ୍ରତିବାଦ ଦରଖାସ୍ତ ଦାଖଲ କରାଯାଇଛି। ସଂଗଠନର ଜିଲ୍ଲା ସମ୍ପାଦକ ଆଦିକନ୍ଦ ରାଉଳଙ୍କ ନେତୃତ୍ୱରେ ଜିଲ୍ଲା ଉପସଭାପତି ଭାଗୀରଥି ଜେନା, ଆଳି ବ୍ଲକ ସଭାପତି ଲକ୍ଷ୍ମୀଧର ଦୀକ୍ଷିତ, ସମ୍ପାଦକ […]
ଡେରାବିଶ ୨୪/୧୨ଦେବର୍ତା ଅଜୟ ଦାସ -ଡେରାବିଶ ବ୍ଲକ ରଘୁଦେଇପୁର ପଂଚାୟତ ଅନ୍ତର୍ଗତ ଭଗବତୀ ସରକାରୀ ଉଚ୍ଚ ବିଦ୍ୟାଳୟ ବେଲାରପୁରର ୧୯୭୬ ମସିହା ବ୍ୟାଚ ପୁରାତନ ଛାତ୍ରୀଛାତ୍ରଙ୍କ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ବନ୍ଧୁ ମିଳନ ରାଜନଗର ଗ୍ରାମର ରାମ୍ ବାଗ ମଠରେ ପୂଜାର୍ଚ୍ଚନା କରିବା ସହ ଏକ ଭୋଜିର ଆୟୋଜନ ହୋଇଥିଲା। ପୁରାତନ ଛାତ୍ର ତଥା ଅବସର ପ୍ରାପ୍ତ ବ୍ୟାଙ୍କ୍ ମ୍ୟାନେଜର ଅନାମ ଚରଣ ସାମଲଙ୍କ ନେତୃତ୍ୱରେ ଦିର୍ଘ […]
କେନ୍ଦ୍ରାପଡ଼ା,୨୩ା୧୨: ଦିନ ଦିପହରେ ନିଛାଟିଆ ରାସ୍ତାର ସୁଯୋଗ ନେଇ ମହିଳପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ହାତରୁ ସୁନା ମୁଦି ଓ ୨ଟି ଦାମୀ ମୋବାଇଲ ସମେତ ଅନେକ ଜରୁରୀ କାଗଜ ପତ୍ର ପଶିଥିବା ବ୍ୟାଗ ଟିକୁ ଝାମ୍ପି ନେଲେ ୨ ଦୁର୍ବୁତ୍ତ। କେନ୍ଦ୍ରାପଡ଼ା ବ୍ଲକ ଅଧିନ ପଳସିଂହା ଗ୍ରାମ ପଞ୍ଚାୟତରେ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଐଶର୍ଯ୍ୟ ନାଥଶର୍ମା ଆଜି ଅପରାହ୍ନରେ ଖାଇବା ପାଇଁ ବଜାରକୁ ଆସୁଥିବା ବେଳେ ଇନ୍ଦୁପୁର ଆଡୁ […]
କେନ୍ଦ୍ରାପଡା ୨୩/୧୨: ଗାଳ୍ପିକା ପଦ୍ମାଳୟା ସାମଲଙ୍କର ଦ୍ୱିତୀୟ ଗଳ୍ପ ସଂକଳନ “ଭଲଲୋକ”ଲୋକାର୍ପିତ ହୋଇଯାଇଅଛି । ପ୍ରଗତିବାଦୀ ପରିସରରେ ଅନୁଷ୍ଠିତ ପଲ୍ଲିକବି ନନ୍ଦକିଶୋର ବଳଙ୍କର ୧୫୦ତମ ଜୟନ୍ତୀ ଉତ୍ସବ ଅବସରରେ ଅନୁଷ୍ଠିତ ସମାବେଶରେ ବିଶିଷ୍ଟ କବି ଫନୀ ମହାନ୍ତି, ଡ଼ ମଣୀନ୍ଦ୍ର କୁମାର ମେହେର, ଡ଼ ଭାଗବତ ଶୁକ୍ଳ ଏବଂ ଡ଼ ବିଜୟାନନ୍ଦ ସିଂହ ପୁସ୍ତକଟିକୁ ଉନ୍ମୋଚନ କରିଥିଲେ । ‘ପଶ୍ଚିମା ପବ୍ଲିକେସନ୍ସ’ ଦ୍ୱାରା ପ୍ରକାଶିତ ‘ଭଲଲୋକ’ ସଂକଳନରେ ସନ୍ନିବେଶିତ ଗଳ୍ପଗୁଡିକର […]

