କେନ୍ଦ୍ରାପଡ଼ା, ୧୨/୬- ଆଜି ସ୍ଥାନୀୟ ମୁନିସିପାଲିଟି ଟାଉନ ହଲ ଠାରେ ଚଳିତ ରଥଯାତ୍ରା ୨୦୨୫ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜି ସନ୍ଧ୍ୟା ୫ ଘଟିକାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ମୁଖ୍ୟତଃ ରଥଗଠନ,ରଥଯାତ୍ରା ଓ ବାହୁଡ଼ାଯାତ୍ରା ନୀତି ନିର୍ଘନ୍ତ,ରାସ୍ତାଘାଟ ମରାମତି,ବିଦ୍ୟୁତ ଯୋଗାଣ,ଜନସ୍ୱାସ୍ଥ୍ୟ, ଜଳ ଯୋଗାଣ, ପ୍ରାଥମିକ ସ୍ୱାସ୍ଥ୍ୟ ବ୍ୟବସ୍ଥା,ନିଶା ନିବାରଣ,ଅଗ୍ନି ନିରାପକ ବ୍ୟବସ୍ଥା,ଶାନ୍ତି ଶୃଙ୍ଖଳା,ସୂଚନା କେନ୍ଦ୍ର, ସାଂସ୍କୃତିକ, ଟ୍ରାଫିକ କଟକଣା,କାର୍ଯ୍ୟକ୍ରମ ଇତ୍ୟାଦି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା । ଏହା […]
featured
ପଟ୍ଟାମୁଣ୍ଡାଇ ୧୨/୬ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ତରଫରୁ ଆନ୍ତର୍ଜାତୀୟ ଶିଶୁ ଶ୍ରମିକ ନିରୋଧ ଦିବସ ପାଳିତ ହୋଇଯାଇଛି । ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷା ଅପୂର୍ବା ଚୌଧୁରୀଙ୍କ ନିର୍ଦେଶରେ ଫ୍ରଣ୍ଟ ଅଫିସ ରିଟେନର କମ ରିମାଣ୍ଡ ଆଇନଜୀବି ଧୀରେନ୍ଦ୍ରନାଥ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଶିଶୁ ଶ୍ରମିକ ନିରୋଧ ଆଇନକୁ ନେଇ ପଟ୍ଟାମୁଣ୍ଡାଇ ସିଭିଲ କୋର୍ଟ ବିଚାରପତି ତଥା ଜେଏମଏଫସି ବିଦୁତଲତା ପ୍ରଧାନ, […]
ପଟ୍ଟାମୁଣ୍ଡାଇ ୧୨/୬ -କେନ୍ଦ୍ରାପଡ଼ା ଜିଲା ଅବକାରୀ ବିଭାଗ ପକ୍ଷରୁ ବୁଧବାର କେନ୍ଦ୍ରାପଡା ଅଂଚଳର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୨୩୨ ଲିଟର ଦେଶୀ ବିଦେଶୀ ମଦ ଜବତ କରାଯାଇ ଜଣେ ମହିଳା ସମେତ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧୀକ୍ଷକ ବିପ୍ର ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅବକାରୀ ନିରିକ୍ଷକ ହିତାଂଶୁ ଶେଖର ମଲ୍ଲିକ, ଅବକାରୀ ଉପନିରିକ୍ଷକ ଧର୍ମପଦ ଦାସ ଏବଂ ଅନ୍ୟ କର୍ମଚାରୀ […]
ପଟ୍ଟାମୁଣ୍ଡାଇ ତା ୧୨/୬- କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ନିକଟ ପତ୍ରପୁର ସେତୁ ଉପରୁୁ ମା ଓ ତାଙ୍କ ନବାଳିକା ଝିଅକୁ ନେଇ ଗୁରୁବାର ସଂନ୍ଧ୍ୟାରେ ବ୍ରାହ୍ମଣୀ ନଦୀକୁ ଡେଇଁ ପଡି ନିଖୋଜ ଥିବା ଖବର ମିଳିଛି । ଖବରପାଇ ଅଗ୍ନିଶମ କମର୍ଚାରୀ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଖବରେଲଖା ସୁଦ୍ଧା ଉଭୟ ମା ଝିଅଙ୍କ ପତା ମିଳିନାହିଁ। ତେବେ କେଉଁ କାରଣରୁ ମା ଓ ତାଙ୍କ ନବାଳିକା ଝିଅକୁ […]
କେନ୍ଦ୍ରାପଡ଼ା, ୧୧.୦୬-ରାଜ୍ୟ ସରକାରଙ୍କ ମହିଳା, ଶିଶୁ ବିକାଶ ଓ ମିଶନଶକ୍ତି ବିଭାଗ ନିର୍ଦେଶରେ କେନ୍ଦ୍ରାପଡ଼ା ଜିଲ୍ଲା ମିଶନ ଶକ୍ତି ଭବନ ବରୋ ଠାରେ ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପାରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବ୍ଲକସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପାରିକ ଖାଦ୍ୟ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ୩ୟ ସ୍ଥାନ ଅଧିକାର କରିଥିବା ଏସ୍ଏଚ୍ଜି ଗୃପ ଭାଗ ନେଇଥିଲେ।ଏହି ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପାରିକ ଖାଦ୍ୟ […]
ପଟ୍ଟାମୁଣ୍ଡାଇ ତା ୧୧/୬-ରାଜ୍ୟ ବିଜେପି ସରକାରଙ୍କ ୧ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ ସରକାରୀ ଜନ କଲ୍ୟାଣ ଯୋଜନା ଗୁଡିକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ପ୍ରତି ବ୍ଲକରେ ଆସନ୍ତା ଜୁନ ୧୨ ତାରିଖରୁ ୨୧ ତାରିଖ ଯାଏଁ ୧୦ ଦିନ ବ୍ୟାପି ବିକାଶ ବାହାନ ଯାତ୍ରା କରାଯିବାକୁ ସରକାରୀ ସ୍ତରରେ ନିଷ୍ପତି ନିଆଯାଇଛି । ଏହି ପରିପେକ୍ଷୀରେ ପଟ୍ଟାମୁଣ୍ଡାଇ ବ୍ଲକରେ ବିକାଶ ଯାତ୍ରାକୁ ସଫଳ କରିବା ପାଇଁ ବ୍ଲକ୍ ସମ୍ମିଳନୀ […]
ପଟ୍ଟାମୁଣ୍ଡାଇ ୧୦/୬ -ଓଡ଼ିଶାର ସର୍ବବୃହତ ପଂଚକଳା ପ୍ରତିଷ୍ଠାନ ଗୋପାଳ ଦାଶ ସ୍ମାରକୀ କଳା ମନ୍ଦିର (ଗଡମେକର)ର ସପ୍ତାହ ବ୍ୟାପୀ ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ କର୍ମଶାଳା-୨୦୨୫ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ବିଜୟ କୁମାର ଦାଶଙ୍କ ମାର୍ଗଦର୍ଶନରେ ତଥା ଗଡମେକର୍ ପ୍ରତିଷ୍ଠାତା ନିର୍ଦ୍ଦେଶକ ଗୀତିକବି ଗୁରୁଶ୍ରୀ ସୁଶାନ୍ତ କୁମାର ପାଣିଙ୍କ ପୌରହିତ୍ୟରେ ଆୟୋଜିତ ଏହି କର୍ମଶାଳାରେ ସ୍ୱନାମଧନ୍ୟା ଦୂରଦର୍ଶନ ଶିଳ୍ପୀ ସ୍ମୃତିପ୍ରିୟା ପ୍ରଧାନ, ବୈଶାଖୀ ରାଉତ ଏବଂ ସମ୍ପୂର୍ଣ୍ଣାଇନ୍ଦୁ […]
ପଟ୍ଟାମୁଣ୍ଡାଇ ୧୧/୬ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପତିତ ପାବନ ମନ୍ଦିର ସମେତ ପଟ୍ଟାମୁଣ୍ଡାଇ ଶ୍ରୀରାମ ମନ୍ଦିରସ୍ଥ ଜଗନ୍ନାଥ ମନ୍ଦିର, ପୋଖରୀଆପଡା ହରପାର୍ବତୀ ମନ୍ଦିରସ୍ଥ ଜଗନ୍ନାଥ ମନ୍ଦିର, କଷଣଅଂଟା ଲକ୍ଷେଶ୍ୱର ମହାଦେବ ମନ୍ଦିର, ବେଲତଳ ଭୋଳିବାବା ମଠସ୍ଥ ଜଗନ୍ନାଥ ମନ୍ଦିର ସମେତ ବିଭିନ୍ନ ଦେବାଦେବୀ ମନ୍ଦିରରେ ଦେବ ସ୍ନାନ ପୂର୍ଣ୍ଣିମା ସମାରୋହ ପାଳିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ପୋଖରୀଆପଡା ପତିତପାବନ ମନ୍ଦିରରେ ପବିତ୍ର ସ୍ନାନ ପୂର୍ଣ୍ଣିମା ମହାସମାରୋହରେ […]
କେନ୍ଦ୍ରାପଡ଼ା,୧୧ା୬:ଆଜି ତୁଳସୀ କ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି । ଜିଲ୍ଲାର ଆରାଧ୍ୟ ସିଦ୍ଧ ବଳଦେବଜୀଉଙ୍କୁ ସ୍ନାନ ମଣ୍ଡପରେ ସ୍ନାନ କରାଯାଇ ହାତୀ ବେଶରେ ସଜ୍ଜିତ କରାଯାଇଥିଲା । ହଜାର ହଜାର ଶ୍ରଦ୍ଧାଳୁ ଏହି ଅପୂର୍ବ ଦୃଶ୍ୟକୁ ଦର୍ଶନ କରିଥିଲେ । ପାରମ୍ପରିକ ଭାବେ ରଥଯାତ୍ରା ପୂର୍ବରୁ ଶ୍ରୀ ସିଦ୍ଧ ବଳଦେବେଜୀଉଙ୍କ ଦେବସ୍ନାନ ଉତ୍ସବ ଅନୁଷ୍ଠିତ ହୋଇଥାଏ । ଏହି ପରିପ୍ରେକ୍ଷୀରେ ପୂର୍ବାହ୍ନ ୬ଟାରୁ ୭ଟା ମଧ୍ୟରେ […]
କେନ୍ଦ୍ରାପଡ଼ା, ୧୦/୬- କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀର ଜାତୀୟ କଂଗ୍ରେସ ପକ୍ଷରୁ ମଙ୍ଗଳବାର ସମ୍ବିଧାନ ବଞ୍ଚାଅ ସମାବେଶ ଡ. ସିପ୍ରା ମଲ୍ଲିକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ତିନିମୂହାଣୀ ସ୍ଥିତ ଗାନ୍ଧୀ ସ୍ମାରକୀ ପୀଠରେ ମାଲ୍ୟାର୍ପଣ କରି କେନ୍ଦ୍ରାପଡା କଂଗ୍ରେସ ଭବନ ପର୍ଯ୍ୟନ୍ତ ଏକ ବିଶାଳ ସମାବେଶ ଶୋଯାତ୍ରାରେ ଯାଇ ସେଠାରେ ଏକ ଜନସଭା କରାଯାଇଥିଲା । ଉକ୍ତ ସଭାକୁ ଜିଲ୍ଲା କଂଗ୍ରେସର ସଂଯୋଜକ ପ୍ରଫୁଲ୍ଲ କୁମାର ଦାସ […]