
କେନ୍ଦ୍ରାପଡା ୧/୭: କେନ୍ଦ୍ରାପଡାର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ଉଷାରାଣୀ ସଙ୍ଗୀତସଦନ ପକ୍ଷରୁ ବଳଦେବଜୀଉଙ୍କ ପବିତ୍ର ରଥଯାତ୍ରା ଅବସରରେ ମାଉସୀମା ମନ୍ଦିର ପ୍ରାଙ୍ଗଣରେ ବିଭିନ୍ନ ନୃତ୍ୟ ପରିବେଷଣ କରାଯାଇଥିଲା । ଅନୁଷ୍ଠାନର ପ୍ରତିଷ୍ଠାତା ପ୍ରଭାତ କୁମାର ସିଂହଙ୍କତତ୍ତ୍ୱାବଧାନରେ ଏବଂ ବର୍ଷା ପ୍ରିୟଦର୍ଶନୀ ମି୍ଶ୍ରଙ୍କ ନିର୍ଦ୍ଦେଶନାରେ ଅନିଷ୍ଠାନର ନୃତ୍ୟଶିଳ୍ପୀମାନେ ଉଚ୍ଚ କୋଟିର ନୃତ୍ୟ ପରିବେଷଣ କରି ଉପସ୍ଥ୍୍ିତ ଥିବା ଦର୍ଶକମାନଙ୍କୁ କିଛି ସମୟ ପାଇଁ ବିମୋହିତ କରିଥିଲେ । ନୃତ୍ୟଶିଳ୍ପୀ ମୈତ୍ରୀ ମିଲନ ମୁକ୍ତିସ୍ଳୀତା ଦାସ, ସୁପ୍ରଭା ମହାରଣା, ବୈଶାଖୀ ପ୍ରିୟଦର୍ଶୀନୀ ମିଶ୍ର, ନିବେଦିତା ନାୟକ, ଇପ୍ସିତା ନାୟକ, ଶୁଭଶ୍ରୀ ଶୁଭସ୍ମିତା ଦାସ, ବର୍ଷା ପ୍ରିୟଦର୍ଶିନୀ ମିଶ୍ର, ଆନନ୍ଦିନୀ ସିଂହ, ସୀତ କୁମାର ନାୟକ, ଶୁଭଙ୍କର ସିଂହ, ଶିବ ପ୍ରଶାଦ ଓଝା ପ୍ରମୁଖ ନୃତ୍ୟ ପରିବେଷଣ କରିଥିଲେ । ଏହି ନୃତ୍ୟ କାର୍ଯ୍ୟକ୍ରମରେ ଅତିରିିକ୍ତ ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଯୋଗଦେଇ ନୃତ୍ୟ କଳାକାରମାନଙ୍କୁ ପ୍ରଶଂସା କରିବା ସହିତ ମାନପତ୍ର ପ୍ରଦାନ କରିଥିଲେ ।
