କେନ୍ଦ୍ରାପଡ଼ା,୨୬ା୪ : ଦୁଇ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ମୃତବ୍ୟକ୍ତି ଜଣଙ୍କ ହେଲେ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଦୁତିଆଳ ଗ୍ରାମର ଶାରଦା ପ୍ରସନ୍ନ ରାଉତ(୬୦)। ଶାରଦା ଏବେ ପାରାଦୀପ ଟ୍ରକ ମାଲିକ ସଙ୍ଘର ସଦସ୍ୟ ଅଛନ୍ତି। ସେହିପରି ଗୁରୁତର ଦ୍ୱୟ ହେଲେ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ନରଣପୁର ଗ୍ରାମର ସରସ୍ୱତୀ […]
କେନ୍ଦ୍ରାପଡା,୨୬ା୪: କେନ୍ଦ୍ରାପଡା ସହରସ୍ଥ ସାନମଙ୍ଗଳା ଗ୍ରୀସ୍ ପିଲ୍ଡଠାରେ ରାଜ୍ୟସ୍ତରୀୟ ୧୨ତମ ସୋନି ସାଗର ଟେନିସ୍ ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ଏହି ଉଦ୍ଘାଟନୀ ଉତ୍ସବରେ ଅତିଥି ଭାବେ ଯୁବନେତା ତଥା ସମାଜସେବୀ ରଞ୍ଜିତ୍ ସାହୁ, ଯୁବନେତା ରାଜେଶ ଦାସ, ଯୁବନେତା ଯଯାତି କେଶରୀ ମହାନ୍ତି, ମହିଳା ସଭାନେତ୍ରୀ ସ୍ୱୟଂପ୍ରଭା କର, ପୂର୍ବତନ କାଉନସିଲର ଦେବେନ୍ଦ୍ର ରାଉତ ପ୍ରମୁଖ ଯୋଗ ଦେଇ ଏହି ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟିତ କରିଥିଲେ । […]
କେନ୍ଦ୍ରାପଡା,୨୬ା୪: କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହରେ ଆଜି ସକାଳ ୯ଟା ୩୦ ମିନିଟ୍ ସମୟରେ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମୁଖ୍ୟ ବିନ୍ଧାଣୀ ତଥା ଉତ୍କଳ ମାଟିର ଅଗ୍ରଣଣ୍ୟ ବରପୁତ୍ର କୃଷ୍ଣଚନ୍ଦ୍ର ଗଜପତିଙ୍କ ତ୍ୟାଗ, ନିଷ୍ଠା ଓ ପ୍ରତିବଦ୍ଧତାକୁ ସ୍ମରଣ କରିବା ସହିତ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି । […]
ପଟ୍ଟାମୁଣ୍ଡାଇ ୨୬/୪ -, ରାଜ୍ୟ ଗଣ ଶିକ୍ଷା ବିଭାଗ ନିର୍ଦେଶରେ ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଏମଏନ ହାଇସ୍କୁଲରେ ଶିକ୍ଷକ-ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ସୁଜୟ କୁମାର ରାଉତରାୟଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ଏମଏନ ହାଇସ୍କୁଲ ପରିଚାଳନା କମିଟି ସଭାପତି ତପନ କୁମାର ଦାଶ, ଉପ ସଭାପତି ଇତିଶ୍ରୀ ଦାଶ, ଅଭିଭାବକ ସଂଘ ସଭାପତି ଆଡଭୋକେଟ ଗୋପୀନାଥ ତ୍ରିପାଠୀ ଯୋଗ ଦେଇ ବିଦ୍ୟାଳୟର ସୁପରିଚାଳନା, ଶିକ୍ଷାର ମାନ […]
ପଟ୍ଟାମୁଣ୍ଡାଇ ୨୬/୪ – ଗତ ୨୨ ତାରିଖରେ ଜାମ୍ମୁ କାଶ୍ମୀର ପେହେଲଗାମ ପର୍ଯ୍ୟଟନ ସ୍ଥଳୀରେ ଆତଙ୍କବାଦୀ ମାନେ ନିରୀହ ଭାରତୀୟ ହିନ୍ଦୁ ମାନଙ୍କୁ ବର୍ବୋରୋଚିତ ଭାବେ ହତ୍ୟା କରିବା ଘଟଣାକୁ ଦେଶ ବ୍ୟାପି ନିନ୍ଦା କରାଯିବା ସହିତ ସମ୍ପୃକ୍ତ ଆତଙ୍କବାଦୀଙ୍କ ବିରୋଧରେ କଡା ଶାସ୍ତି ବିଧାନ କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବୀ କରାଯାଇଛି । ଶନିବାର ସନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ରାଷ୍ଟ୍ରବାଦୀ ବିଚାର ମଂଚ ପକ୍ଷରୁ କାଶ୍ମୀର ପେହେଲଗାମ ଠାରେ […]
ପଟ୍ଟାମୁଣ୍ଡାଇ ୨୬/୨ -କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଂଚ ତରଫରୁ କାଶ୍ମୀରର ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିଥିବା ପର୍ଯ୍ୟଟକମାନଙ୍କ ସ୍ମୁତି ଉଦ୍ଦେଶ୍ୟରେ ଶୁକ୍ରୁବାର ସନ୍ଧ୍ୟାରେ ନିରବ ପାର୍ଥନା ଓ କ୍ୟାଣ୍ଡେଲ ଜଳାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ବରିଷ୍ଠ ନାଗରିକ ମଂଂଚର କାର୍ଯ୍ୟକାରୀ ସଭାପତି କଣ୍ଡୁରି ଚରଣ ସ୍ୱାଇଁଙ୍କ ସଭାପତିତ୍ୱରେ ଚିତ ବିନୋଦନ ଗୃହ ପରିସରରେ ଅନୁଷ୍ଠିତ ସ୍ମୃତିସଭାରେ ପ୍ରଫେସର ଭରତ ଚନ୍ଦ୍ର ପାତ୍ର, ଦୁର୍ଯୋଧନ ପରିଡା, […]
ନୂଆଦିଲ୍ଲୀ,୨୫/୪: ଜମ୍ମୁ ଏବଂ କଶ୍ମୀରର ପହଲଗାମର ବୈସାରନ ଘାଟିରେ ମଙ୍ଗଳବାର (୨୨ ଏପ୍ରିଲ) ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଦିଲ୍ଲୀରେ ଏକ ସର୍ବଦଳୀୟ ବୈଠକ କେନ୍ଦ୍ର ସରକାର ଡାକିଥିଲେ। ପହଲଗାମ ଆକ୍ରମଣ ପାଇଁ ପାକିସ୍ତାନ ବିରୋଧରେ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନର ଗୋଟିଏ ଦିନ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ସର୍ବଦଳୀୟ ବୈଠକ ଡାକିଥିଲେ। ବୈଠକରେ ସମସ୍ତ ରାଜନୈତିକ ଦଳର ନେତାମାନଙ୍କୁ ଏହି […]
ପଟ୍ଟାମୁଣ୍ଡାଇ ତା ୨୫/୪- ଜାତୀୟ ପଂଚାୟତରାଜ ଦିବସ ପାଳନ ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଆୟୋଜିତ ଜିଲ୍ଲାସ୍ତରୀୟ ପଂଚାୟତ ରାଜ ଦିବସ ଉତ୍ସବରେ ସୁଶାସନ, ସ୍ୱଚ୍ଛ ଭାରତ ମିଶନ ସଫଳତା ସହ ବିଭିନ୍ନ ସରକାରୀ ଯୋଜନାର ସଫଳ କାର୍ଯ୍ୟକାରୀତା ସମେତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରି ବିଲିକଣା ପଂଚାୟତ ପଟ୍ଟାମୁଣ୍ଡାଇ ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରି ଏ ଗ୍ରେଡ଼ ମାନ୍ୟତା ପାଇବା ସହିତ ମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ […]
ପଟ୍ଟାମୁଣ୍ଡାଇ,୨୫/୪- ପଟ୍ଟାମୁଣ୍ଡାଇ ବ୍ଳକ ଅନ୍ତର୍ଗତ ନିମପୁର ଶାସନ ସତ୍ୟସାଇ ସେବା ସମିତି ପକ୍ଷରୁ ଆରାଧନା ମହୋତ୍ସବ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ସହ ଏକ ମାଗଣା ଚିକିତ୍ସା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଡାକ୍ତର ରଶ୍ମି ରଂଜନ ମହାନ୍ତିଙ୍କ ତତ୍ବାବଧାନରେ ଏହି ଶିବିରରେ ୧୦୮ ଜଣ ରୋଗୀଙ୍କୁ ଚିକିତ୍ସା କରାଯାଇ ଔଷଧ ବଣ୍ଟନ କରାଯାଇଥିଲା। ସମିତି ପକ୍ଷରୁ ନଗର ସଂକୀର୍ତ୍ତନ, ସଫେଇ, ଦୀପଦାନ, ଭଜନ ସହ ବିଭିନ୍ନ […]
କେନ୍ଦ୍ରାପଡ଼ା,୨୫ା୪: ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ତରଫରୁ ଓ ଜିଲ୍ଲା ପ୍ରଶାସନ(କ୍ରୀଡା ବିଭାଗ) ଆନୁକୂଲ୍ୟରେ ଇଚ୍ଛାପୁରସ୍ଥିତ ଶ୍ୟାମଗୁଡିଆ ଏବଂ ପଟ୍ଟାମୁଣ୍ଡାଇର ପୋଖରୀଆପଡାଠାରେ ଥିବା ବହୁମୁଖୀ ଇଣ୍ଡୋର ଷ୍ଟାଡିୟମଠାରେ ଏକ ଗ୍ରୀଷ୍ମକାଳୀନ ବ୍ୟାଡମିଣ୍ଟନ ଶିବିର କେନ୍ଦ୍ରାପଡା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏହି ଶିବିର ଚଳିତ ମାସ ଏପ୍ରିଲ ୨୫ ତାରିଖରୁ ଆରମ୍ଭ ହୋଇ ମେ ମାସ ୧୧ […]

