ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ନା ଆତ୍ମହତ୍ୟା!, ଥାନାରେ ଅଭିଯୋଗ

ପଟ୍ଟାମୁଣ୍ଡାଇ ତା ୨୨/୨- ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଲିକଣା ପଂଚାୟତ ଧଣିଆପଲ୍ଲୀ ଗ୍ରାମରେ ଆଜି ଏକ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି ।  ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହୋଇଛି ।  ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ମହିଳାଙ୍କ ଶବ ଜବତ କରିବା ସହିତ ବ୍ୟବଛେଦ ପାଇଁ ପଠାଇଛି ।  ଗ୍ରାମାଞ୍ଚଳ ଥାନା ପୋଲିସ ଏ ସମ୍ପର୍କ ରେ  ମୋକଦମା ନଂ – 70/2025 ରୁଜୁ କରି ଏହି ମାମଲାର ତଦନ୍ତ ଆରମ୍ଭ କରିଛି ।  ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ନାନା କଥା ଶୁଣା ଯାଉଛି  । କେହି କେହି ଏହାକୁ ହତ୍ୟା କରାଯାଇଥିବା କହୁଥିବାବେଳେ କେହି କେହି ଏହାକୁ ଆତ୍ମହତ୍ୟା ବୋଲି କହୁଛନ୍ତି।

ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ଷଣ୍ଢପଲ୍ଲୀ ଗ୍ରାମର ସ୍ବର୍ଗତ ପ୍ରଭାକର ମଳିକଙ୍କ ଝିଅ ସୌଦାମିନୀ ମଳିକ ଗତ ୨୦୨୦ ମସିହାରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଲିକଣା ପଂଚାୟତ ସଞ୍ଜୟ ମଳିକଙ୍କ ପୁଅ ସରୋଜ ମଳିକଙ୍କ ସହିତ ବିବାହ ଅନୁଷ୍ଠିତ ହୋଇଥିଲା । ବିବାହ ପରେ ଅଧିକ ଯୌତୁକ ଦାବୀ କରି ସୌଦାମିନୀଙ୍କ ପରିବାର ଲୋକମାନେ ତାଙ୍କ ଉପରେ ଅତ୍ୟାଚାର କରିଆସୁଥିଲେ । ନିକଟରେ ସୌଦାମିନୀଙ୍କ ବଡ଼ ବାପା ପୁଅ ଭାଇଙ୍କ ମୃତ୍ୟୁ ଘଟିଥିବାରୁ ୪ଦିନ ତଳେ ସେ ନିଜ ବାପ ଘର ଷଣ୍ଢପଲ୍ଲୀକୁ ଆସି ଶୁଦ୍ଧ କ୍ରିୟା ପରେ ଶାଶୁ ଘର ଯାଇଥିଲେ । ମାତ୍ର ଆଜି ତାଙ୍କ ଶାଶୁ ଘର ଲୋକମାନେ ସୌଦାମିନୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ନେଇ ବାପ ଘର ଷଣ୍ଢପଲ୍ଲୀ ଗ୍ରାମକୁ ଖବର ଦେଇଥିଲେ । ମୃତା ସୌଦାମିନୀଙ୍କ ବିଧବା ମା ଗୌରୀ ମଳିକ ଗାଁ ଓ ପରିବାର ଲୋକମାନଙ୍କୁ ଧରି ତାଙ୍କ ଶାଶୁ ଘରେ ପହଂଚି ସୌଦାମିନୀ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ । ଅତ୍ୟନ୍ତ ସନ୍ଦେହଜନକ ଅବସ୍ଥାରେ ସୌଦାମିନୀଙ୍କ ମୃତ୍ୟୁ ଘଟିଥିବାରୁ ତାଙ୍କ ଝିଅକୁ ଯୌତୁକ ପାଇଁ ତାର ଶଶୁର ଶାଶୁ, ଦେଢ଼ଶୁର ଓ ଯାଆ ମିଶି ମାରି ଦେଇଥିବା ନେଇ ମୃତା ସୌଦାମିନୀଙ୍କ ବିଧବା ମା ଗୌରୀ ମଳିକ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅପର ପକ୍ଷରେ ସୌଦାମିନୀଙ୍କ ଶାଶୁ ଘର ଲୋକମାନେ ଘରୋଇ କଳିକୁ ନେଇ ସୌଦାମିନୀ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା କହିଛନ୍ତି । ଖବର ପାଇ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଆଇ ଆଇ ସି ଧୀରଜ ଲେଙ୍କା ଘଟଣାସ୍ଥଳରେ ପହଂଚି ମୃତା ସୌଦାମିନୀଙ୍କ ଶବ ଜବତ କରିବା ସହିତ ବ୍ୟବଛେଦ ପାଇଁ ପଠାଇଛନ୍ତି । ଗ୍ରାମାଞ୍ଚଳ ଥାନା ପୋଲିସ ଏ ସମ୍ପର୍କରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ସମୁଦାୟ ମାମଲାର ତଦନ୍ତ ଆରମ୍ଭ କରିଛି ।

Next Post

ବଜ୍ରାଘାତରେ ମହିଳା ମୃତ

Sun Feb 23 , 2025
କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ତନ୍ତିଆପାଳ ସାମୁଦ୍ରିକ ଥାନା ଅନ୍ତର୍ଗତ ସୁନୀତି ପଂଚାୟତ ଗୋଚ୍ଛାୟତପଡ଼ାରେ ରବିବାର ବଜ୍ରପାତ ଘଟି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛିି। ମୃତକ ହେଲେ ଅଞ୍ଜନା ମଣ୍ଡଳ(୪୦)। ଆଜି ଅପରାହ୍ନରେ ଘଡଘଡି ସହ ବର୍ଷା ପବନ ହୋଇ ବଜ୍ରପାତ ହୋଇଥିଲା। ଅଞ୍ଜନା ଘର ପାଖରେ କାମ କରୁଥିବା ବେଳେ ବଜ୍ରଘାତ ଲାଗିଥିଲା । ଫଳରେ ସେ ଗୁରୁତର ହୋଇ ପଡିଥିଲେ। ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ରାଜନଗର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading