କେନ୍ଦ୍ରାପଡାରେ ବିଭିନ୍ନ ସ୍ଥାନରେ ଶନୈଶ୍ଚର ଜଳାଭିଷେକ ଓ ମହାଯଜ୍ଞ ଅନୁଷ୍ଠିତ

blank
କେନ୍ଦ୍ରାପଡ଼ା ୨୬ା୪: କେନ୍ଦ୍ରାପଡା ସହର ସ୍ଥିତ ମହିପାଳସ୍ଥିତ ବାୟାବଜାରର ନ୍ୟାୟ ଦେବତା ପୂଜା କମିଟି ଦ୍ୱାରା ଆୟୋଜିତ ଚର୍ତୁଦଶତମ ଜନ୍ମ ବାର୍ଷିକ ଉପଲକ୍ଷେ ଶନିଶ୍ଚର ମହାଯଜ୍ଞ ଓ ଜଳାଭିଷେକ ଅନୁଷ୍ଠିତ ହୋଇଯାଇଛି ଓ ସେହିପରି ସହରସ୍ଥ ଗଣାମାହାଲ ସ୍ଥିତ ବାଲାବାବା ମନ୍ଦିର ପ୍ରାଙ୍ଗଣରେ ଶନୈଶ୍ଚରାୟ ବିଶ୍ୱଶାନ୍ତି ମହାଯଜ୍ଞ କମିଟି ଆନୁକୂଲ୍ୟରେ ଶୁକ୍ରବାର ସନ୍ଧ୍ୟା ୭ଟାରେ ଶୁଭାଧିବାସ କରାଯାଇ ଆଜ୍ଞାମାଳ ଶୋଭାଯାତ୍ରା ଅନୁଷ୍ଠିତ କରାଯାଇଥିଲା । ଶନିବାର ଦିନ ପ୍ରାତଃ ୬ଟା ୩୦ମିନିଟ୍‌ରେ ଘଟ ନିମଜ୍ଜନ କରାଯିବା ପରେ ଭକ୍ତମାନେ ଏକ ଶୋଭାଯାତ୍ରାରେ ନୂଆବସ୍‌ଷ୍ଟାଣ୍ଡ ଶନିଘାଟରୁ ପାଣି ଆଣି ଘଟସ୍ଥାପନ କରିଥିଲେ । ପ୍ରାତ ୮ଟା ୩୦ମିନିଟ୍‌ରେ ଅଗ୍ନି ସ୍ଥାପନ କରାଯାଇ ଯଜ୍ଞାରମ୍ଭ କରାଯିବା ସହିତ ରାତ୍ର ୧୦ଟା ୩୦ମିନିଟ୍‌ରେ ଯଜ୍ଞର ପୂର୍ଣ୍ଣାହୁତି କରାଯାଇଥିଲା । ସେହିପରି ତିନିମୂହାଣୀ ଶନି ମନ୍ଦିର, ନୂଆ ବସଷ୍ଟାଣ୍ଡ ଶନି ମନ୍ଦିର, କୋର୍ଟ ଛକ ଶନିମନ୍ଦିର, ଗରାପୁର କାଳିମନ୍ଦିର ସ୍ଥିତ ଶନି ମନ୍ଦିରରେ କେନ୍ଦ୍ରାପଡା ସହର ଓ ସହରଆଖପାଖ ଅଞ୍ଚଳରୁ ବହୁ ମାନସିକଧାରୀ ଓ ଶ୍ରଦ୍ଧାଳୁମାନେ ଆସି ଶନିଙ୍କ ନିକଟରେ ଜଳାଭିଷେକ କରିବା ପରେ ଯଜ୍ଞରେ ସାମିଲ ହେଇଥିଲେ । ଏହି ଉପଲକ୍ଷେ ରାଜନୈତିକ ଦଳର ବହୁ ନେତାମାନେ ଆସି ଶନି ଦେବତାଙ୍କ ଆର୍ଶୀବାଦ ନେଇଥିଲେ ।

Next Post

ମାଳିପୁର ଶନି ମନ୍ଦିରରେ ବିଶ୍ୱଶାନ୍ତି ଯଜ୍ଞ ଓ ଶନିଦେବଙ୍କ ଜଳାଭିଷେକ

Sun Apr 26 , 2026
ପଟ୍ଟାମୁଣ୍ଡାଇ ୨୬/୪ -ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶାସନ ପଂଚାୟତ ମାଳିପୁର ଗ୍ରାମର ଶନି ମନ୍ଦିର ପ୍ରାଙ୍ଗଣରେ ଶନିଦେବଙ୍କ ବିଶ୍ୱଶାନ୍ତି ମହାଯଜ୍ଞ ଗତ ୨୩, ୨୪, ୨୫ ତାରିଖ ୩ ଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି । ଏଇ ଅବସରରେ ଯଜ୍ଞ କଳସ ଶୋଭାଯାତ୍ରା ଭଜନ ସମାରୋହ ଜଳାଭିଷେକ ଅନୁଷ୍ଠିତ ହୋଇ ଶନିବାର ରାତ୍ରୀରେ ଯଜ୍ଞ ପୂର୍ଣ୍ଣାହୂତି ଦିଆଯାଇଥିଲା । ପୂଜକ ସନ୍ତୋଷ କୁମାର ପଣ୍ଡା ପ୍ରଭୁ ଶନିଦେବଙ୍କ ପୂଜାର୍ଚ୍ଚନା କରିବା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading