ବନ୍ଦେ ମାତରମ ହାଇସ୍କୁଲରେ ଗୁରୁପୂଜନ ଓ ବନ୍ଧୁ ମିଳନ

blank

ପଟ୍ଟାମୁଣ୍ଡାଇ ତା୨୯/୧୨ ଅଣ୍ଢରା ବନ୍ଦେ ମାତରମ ନୋଡାଲ ହାଇସ୍କୁଲର ୧୯୯୭ ମ୍ୟାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଗୁରୁପୂଜନ ଓ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ଶିକ୍ଷକ, ଶିକ୍ଷୟତ୍ରୀ ଓ ବର୍ତ୍ତମାନର କାର୍ଯ୍ୟରତ ପ୍ରଧାନଶିକ୍ଷକ ଓ ସହକାରୀ ଶିକ୍ଷକମାନଙ୍କୁ ପ୍ରଥମେ ଗ୍ରାମ ଦେବତୀ ମା’ ଧ୍ୟାନଧ୍ୟାଇଙ୍କ ପୀଠରେ ସ୍ୱାଗତ କରାଯାଇ ଗାଁ ପରିକ୍ରମା କରାଯିବା ପରେ ଗୁରୁ ପୂଜନ ଓ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ସାମ୍ବାଦିକ ଚିତ୍ତରଞ୍ଜନ ମଲ୍ଲିଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ପୁରାତନ ଛାତ୍ରଛାତ୍ରୀମାନେ ଗୁରୁ ବନ୍ଦନା ଓ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ଏହି ଉତ୍ସବରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ନିମାଇଁ ଚରଣ ଦାଶ, କାର୍ଯ୍ୟରତ ପ୍ରଧାନ ଶିକ୍ଷକ ଅମୀର କୁମାର ସେଠି, ନିମାଇଁ ଚରଣ ମଲ୍ଲିକ, ପଣ୍ଡିତ ସୁରେଶ ଚନ୍ଦ୍ର ମିଶ୍ର, ତ୍ରୈଲୋକ୍ୟନାଥ ସ୍ୱାଇଁ,ପ୍ୟାରୀ ମୋହନ ଦାଶ, ବିଭୁତି ଭୂଷଣ ମଲ୍ଲିକ, ଗୋବିନ୍ଦ ଚନ୍ଦ୍ର ନାୟକ, ଅଶୋକ କୁମାର ମଲ୍ଲିକ, କାର୍ତ୍ତିକ ଚନ୍ଦ୍ର ରାଉତ, ଚନ୍ଦ୍ରଶେଖର ରାଉତ,ନଟବର ମଲ୍ଲିକ, ପତିତପାବନ ଦାସ, ବୈଜୟନ୍ତି ମଲ୍ଲିକ,ମନୋରମା ମଲ୍ଲିକ, ଚନ୍ଦନ ମହାନ୍ତି , ସୁନୀଲ କୁମାର ଲେଙ୍କା, ସନ୍ତୋଷ କୁମାର ଅଗସ୍ତି, ନିର୍ମଳ ଚନ୍ଦ୍ର ବେହେରା, ଶ୍ରୀଧର ବାରିକ, କେଶବ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପୁରାତନ ଛାତ୍ରଛାତ୍ରୀମାନେ ପ୍ରାକ୍ତନ ଓ ବର୍ତମାନ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀଙ୍କୁ ଫୁଲ ଚନ୍ଦନ ସିନ୍ଦୁର ଦେଇ ପୂଜାର୍ଚନା କରିବା ସହିତ ଉତ୍ତରୀୟ, ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।ଦୀର୍ଘ ୨୮ ବର୍ଷ ପରେ ପୁରାତନ ଛାତ୍ରଛାତ୍ରୀମାନେ ନିଜର ପ୍ରିୟ ସ୍କୁଲ ପରିସରରେ ଏକତ୍ରିତ ହୋଇ ସ୍କୁଲ ଜୀବନର ସ୍ମୃତି ଚାରଣ କରିବା ସହିତ ଖୁସିରେ ଆତ୍ମହରା ହୋଇପଡିଥିଲେ।

Next Post

ବିଜେପି ଜିଲ୍ଲା ଉପସଭାପତି ଉପୀନ ରାଉତଙ୍କୁ ସମ୍ବର୍ଦ୍ଧନା

Mon Dec 29 , 2025
କେନ୍ଦ୍ରାପଡ଼ା,୨୯ା୧୨:ଭାରତୀୟ ଜନତା ପାର୍ଟିର ନବନିଯୁକ୍ତ ଜିଲ୍ଲା ଉପସଭାପତି ଉପୀନ କୁମାର ରାଉତଙ୍କୁ କେନ୍ଦ୍ରାପଡା ୬ନମ୍ବର ସଦର ମଣ୍ଡଳ ପକ୍ଷରୁ ଉତ୍ସୋସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ମଣ୍ଡଳ ସଭାପତି ବାବାଜୀ ଚରଣ ବେହେରାଙ୍କ ନେତୃତ୍ୱରେ ବିଜେପିର ବିଭିନ୍ନ କାର୍ଯ୍ୟକର୍ତ୍ତାଙ୍କ ସମେତ କର୍ମୀମାନେ ଏକ ଶୋଭାଯାତ୍ରାରେ ଶ୍ରୀ ରାଉତଙ୍କୁ ନାନକାର ନିକଟରୁ ପାଛୋଟି ଆଣିବା ସହ ଚକ୍ରୋଡା ଗ୍ରାମପଞ୍ଚାୟତର ତରାପୁରସ୍ଥିତ ମା’ଶାରଳାଙ୍କ ମନ୍ଦିର ପରିସରରେ ପୁଷ୍ପମାଲ୍ୟ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ଉତ୍ସୋସିତ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading