ଓଡ଼ିଆ ନବବର୍ଷ ଓ ହନୁମାନ ଜୟନ୍ତୀ ଅବସରରେ ବିଶ୍ୱହିନ୍ଦୁ ପରିଷଦ,ବଜରଙ୍ଗ ଦଳର ଶୋଭାଯାତ୍ରା

 

୨୦୨୬ ହନୁମାନ ଜୟନ୍ତୀ ଅବସରରେ କେନ୍ଦ୍ରାପଡା ଜିଲାର ବିଭିନ୍ନ ସ୍ଥାନରେ ବିଶ୍ୱହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ପକ୍ଷରୁ ବିରାଟ ଶୋଭାଯାତ୍ରା ଓ ଝଣ୍ଡା ଯାତ୍ରା ଆୟୋଜିତ ହୋଇଛି । ଏହି ଶୋଭାଯାତ୍ରା ଦେଖିବା ପାଇଁ ସହରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା ।  ପୋଲିସ ଦ୍ୱାରା ନିରାପତ୍ତା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

blank

ପଟ୍ଟାମୁଣ୍ଡାଇ ୧୪/୪ ମହା ବିଷୁବ ସଂକ୍ରାନ୍ତି, ଓଡ଼ିଆ ନବବର୍ଷ ଓ ହନୁମାନ ଜୟନ୍ତୀ ଅବସରରେ ପଟ୍ଟାମୁଣ୍ଡାଇ ପ୍ରଖଣ୍ଡ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗଦଳ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ଏମ ଏନ୍ ହାଇସ୍କୁଲ ପଡ଼ିଆ ଠାରୁ ବାହାରିଥିଲା। ବିଶ୍ୱହିନ୍ଦୁ ପରିଷଦ ସଭାପତି ଦେବାଶିଷ ପଣ୍ଡା ଓ ବଜରଙ୍ଗ ଦଳ ସଂଯୋଜକ ଚନ୍ଦ୍ରକାନ୍ତ ଖଣ୍ଡାଇଙ୍କ ନେତୃତ୍ୱରେ ଶତାଧିକ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ଓ କର୍ମୀ ଶୋଭାଯାତ୍ରା ରେ ବାହାରି ବାହାଥିଲେ । ସେମାନେ ପଟ୍ଟାମୁଣ୍ଡାଇ ମେଡିକାଲ ଛକ, କେନାଲ ପୋଲ ଛକ ଓ ଆମ୍ବେଦକର ଛକ ଦେଇ ସହର ପରିକ୍ରମା କରିବା ପରେ ଶୋଭାଯାତ୍ରା ପୁନର୍ବାର ଏମ ଏନ୍ ହାଇସ୍କୁଲ ପଡିଆ ଠାରେ ପହଞ୍ଚିଥିଲା। ବିଶ୍ୱହିନ୍ଦୁ ପରିଷଦର ଉପ -ସଭାପତି ଆମ୍ବୁଜ ଭୂଷଣ ନାୟକ ସମ୍ପାଦକ ସନାତନ ମହାନ୍ତି ସହ – ସମ୍ପାଦକ ଅଜିତ ମଲିକ ବଜରଙ୍ଗ ଦଳ ସହ – ସଂଯୋଜକ ସଞ୍ଜୟ ମଲିକ, ସୂର୍ଯ୍ୟକାନ୍ତ ବେହେରା ,ବଳ ଉପାସନା ପ୍ରମୁଖ ବଳରାମ ମଲିକ ,ସୁରକ୍ଷା ପ୍ରମୁଖ ସମ୍ବେଶ କୁମାର ପ୍ରଧାନ ,ଗୋ ରକ୍ଷା ପ୍ରମୁଖ ପକ୍ଷତନ ମଲିକ, ବିଶ୍ୱହିନ୍ଦୁ ପରିଷଦ ଦୂର୍ଗକ୍ଷବକ୍ଷହିନୀ ସଂଯୋଜିକକ୍ଷ ଶ୍ରୀୟା ମହାନ୍ତି, ସତ୍ ସଙ୍ଗ ପ୍ରମୁଖ ପ୍ରିୟବ୍ରତ ଦାଶ, ଧର୍ମାଚାର୍ଯ୍ୟ ସମ୍ପର୍କ ପ୍ରମୁଖ ଆଦିତ୍ୟ ସିଂହ, ମନ୍ଦିର ଓ ଅର୍ଚକ ପୁରୋହିତ ସମ୍ପର୍କ ପ୍ରମୁଖ ପ୍ରମୋଦ କୁମାର ସ୍ୱାଇଁ, ଧର୍ମ ପ୍ରସାର ପ୍ରମୁଖ ପ୍ରଶାନ୍ତ କୁମାର ମହାପାତ୍ର, ସେବା ପ୍ରମୁଖ ତପନ କୁମାର ବେହେରା ,ପ୍ରଚାର ପ୍ରସାର ପ୍ରମୁଖ ପ୍ରଭୁଦତ୍ତ ଦାଶ, ମାତୃଶକ୍ତି ସଂଯୋଜିକା କାମିନୀ ତରାଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଶୋଭାଯାତ୍ରା ରେ ସମୀର ଦାସ, ଶଶିକାନ୍ତ ସ୍ୱାଇଁ, ବ୍ରଜ ସାହୁ, ଚନ୍ଦ୍ର ଶେଖର ରାଉତ, ଅଶୋକ ଧଳ, ସନ୍ତୋଷ ଲେଙ୍କା, ଲିଟୁ ନାୟକ, ରବୀନ୍ଦ୍ର ବିଶ୍ୱାଳ, ସଞ୍ଜୟ ସ୍ୱାଇଁ, ସୁଶାନ୍ତ ଦାସ, ଉପେନ୍ଦ୍ର ନାୟକ, ମିଟୁ ମନୋଜ ନାୟକ, ବିଦ୍ୟାଧର ସେଠୀ, ଦିଲୁ ସେଠୀ, ପିନୁ ମଲିକ, ସୁଧାଂଶୁ ଜେନା, ପକ୍ଷରେଶ୍ୱର୍ ପାତ୍ର,ଚେଲା ଗିରି, ଦୀପକ ମଲିକ, ସାଗର ସେଠୀ, ଉପେନ୍ଦ୍ର ମଲିକ, ସୁଶାନ୍ତ ବାରିକ, ଉତ୍କଲେନ୍ଦୁ କୁଣ୍ଡ ପ୍ରମୁଖ ବହୁ ପୁରାତନ, ନୂତନ କାର୍ଯ୍ୟକର୍ତ୍ତା ଓ କର୍ମୀ ଯୋଗଦେଇଥିଲେ। ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କର୍ମୀ ମାନେ ଜୟ ଶ୍ରୀରାମ ନାରା ଦେଇ ସହର ପରିକ୍ରମା କରିଥିଲେ। ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ଶ୍ରୀମତୀ ବନ୍ଦନା ପାତ୍ର ପୋଲିସ ବାହିନୀ ସହିତ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ। ଶ୍ରୀ ରକ୍ଷଧକ୍ଷରମଣ ମଠ ପକ୍ଷରୁ ଶୋଭାଯାତ୍ରୀ ମାନଙ୍କୁ ପଣା ବଣ୍ଟନ କରାଯିବକ୍ଷ ସହିତ ପ୍ରସାଦ ସେବାର ବ୍ୟବସ୍ଥା କରାଯାଇଥିଲା।

Next Post

ସୁରଟରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ : ପୁଅର ମୃତଦେହ ଫେରିବା ବାଟକୁ ଚାହିଁ ବସିଛି ପରିବାର , କାନ୍ଦ ବୋବାଳିରେ ଫାଟିପଡୁଛି ଘର

Wed Apr 15 , 2026
କେନ୍ଦ୍ରାପଡ଼ା,୧୫ା୪: ଗୁଜୁରାଟରକୁ ଦାଦନ ଖଟିବାକୁ ଯାଇଥିବା କେନ୍ଦ୍ରାପଡା ସଦର ଥାନା ପୁରୁଷୋତ୍ତମପୁର ପଂଚାୟତର ସନ୍ନ୍ୟାସପୁର ଗାଁର ଜଣେ ୪୨ବର୍ଷୀୟ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ତ୍ରିଲେଖ ବେହେରା(୪୨)।  ସେ ସୁରଟର ଏକ ଲୁଗା କାରଖାନାରେ କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ ଜୀବନ ଚାଲିଯାଇଛିି। ଏହି ଖବର ପାଇବା ପରେ  ସ୍ତ୍ରୀ ଓ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି। କାନ୍ଦ ବୋବାଳିରେ ଘର ଫାଟିପଡୁଥିବା ବେଳେ ଗାଁରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading