ସାଇକଲରେ ଅଫିସ ଆସିଲେ କେନ୍ଦ୍ରାପଡା ଜିଲ୍ଲାପାଳ

blank
କେନ୍ଦ୍ରାପଡ଼ା,୨୭ା୫:କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ ଆର.ଆୟର ମଙ୍ଗଳବାର ସାଇକଲ ଯୋଗେ ଗରାପୁର କୋଠିଛକ ସ୍ଥିତ ଆବାସିକ କାର୍ଯ୍ୟାଳୟରୁ ପୁରୁଣା ବସଷ୍ଟାଣ୍ଡସ୍ଥିତ ଜିଲ୍ଲା କାର୍ଯ୍ୟାଳୟକୁ ଆସିଥିଲେ। ଏଥିସହିତ କାର୍ଯ୍ୟାଳୟରେ ସମସ୍ତ କାର୍ଯ୍ୟ ସମାପନ ପରେ ଅପରାହ୍ନରେ ସାଇକଲ ଯୋଗେ ଆବାସିକ କାର୍ଯ୍ୟାଳୟକୁ ଫେରିଯାଇଥିଲେ। ଦେଶରେ ତୈଳ ସଙ୍କଟ ଲାଗିରହିଥିବା ବେଳେ ରାଜ୍ୟ ତଥା କେନ୍ଦ୍ରାପଡାରେ ମଧ୍ୟ ତୈଳ ସଙ୍କଟ ଲାଗି ରହିଛି। ତେଣୁ ଜିଲ୍ଲାପାଳ ଶ୍ରୀ ଆୟର ସାଇକଲରେ ନିଜ କାର୍ଯ୍ୟାଳୟକୁ ଆସିବା ସହ ଏହି ଅବସରରେ ଲୋକମାନଙ୍କ ଉଦେଶ୍ୟରେ କହିଛନ୍ତି ଯେ ବିଶେଷ ଆବଶ୍ୟକତା ନଥିଲେ ଗାଡି ବଦଳରେ ସାଇକଲରେ ଯିବା ଆସିବା କରନ୍ତୁ। ପନିପରିବା, ଫଳମୂଳ, ମାଛ, ମାଂସ ଭଳି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କ୍ରୟ କରିବା ପାଇଁ ଲୋକମାନେ ସାଇକଲରେ ଆସିବା ଉଚିତ ବୋଲି କହିଛନ୍ତି। ସେହିପରି ଅଳ୍ପ ଦ୍ୱରତାକୁ ଯିବା ଆସିବାକୁ ଗାଡି ବଦଳରେ ସାଇକଲ ବ୍ୟବହାର କରିବା ଉଚିତ। ଏହାଦ୍ୱାରା ଦେଶରେ ଲାଗି ରହିଥିବା ତୈଳ ସଙ୍କଟକୁ ଟାଳି ହେବ। ଜରୁରୀ ଆବଶ୍ୟକତା ବିନା ଗାଡି ବ୍ୟବହାରକରି ଇନ୍ଧନର ଅପଚୟ ନକରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।

Next Post

ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ

Wed May 27 , 2026
କେନ୍ଦ୍ରାପଡାରେ ଏସଆଇଆର ଉପରେ ବିଏଲଓ ସୁପରଭାଇଜରଙ୍କୁ ତାଲିମ କେନ୍ଦ୍ରାପଡ଼ା,୨୭ା୫:ନିର୍ଭୁଲ, ସ୍ୱଚ୍ଛ ଏବଂ ଅନ୍ତର୍ଭୁକ୍ତିମୂଳକ ଭୋଟର ତାଲିକା ପ୍ରସ୍ତୁତିକୁ ଲକ୍ଷ୍ୟ ରଖି ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀ ସ୍ତରରେ ସ୍ୱତନ୍ତ୍ର ସଂଶୋଧନ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ କାର୍ଯ୍ୟକ୍ରମରେ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ) ଓ ସୁପରଭାଇଜରମାନଙ୍କୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ବିଭିନ୍ନ ଦିଗ ଉପରେ ସଚେତନ ଓ ପ୍ରଶିକ୍ଷିତ କରାଯାଇଥିଲା।ରାଜନଗର ଓ ପଟ୍ଟାମୁଣ୍ଡାଇରେ ଅତିରିକ୍ତ ଜିଲ୍ଲାପାଳ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading