
କେନ୍ଦ୍ରାପଡା,୨ା୧୨: କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମ ପଞ୍ଚାୟତର ପୁରୁଷୋତ୍ତମପୁର ଗ୍ରାମ ସ୍ଥିତ ପଣ୍ଡିତ ହୃଷୀକେଶ ରଥଙ୍କ ଗୃହାଙ୍ଗନରେ ଥିବା ଶ୍ରୀରାମ ମନ୍ଦିର ସଭାଗୃହରେ ସଂସ୍କୃତ ଭାରତୀ, କେନ୍ଦ୍ରାପଡ଼ା ଶାଖା ଆନୁକୁଲ୍ୟରେ ଭଗବାନ ବ୍ୟାସଦେବଙ୍କ ରଚିତ ଶ୍ରୀମଦ୍ ଭଗବତ ଗୀତା ଜୟନ୍ତୀ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଭବ୍ୟ ମହୋତ୍ସବକୁ ମାନସ ଭୂଷଣ ପଣ୍ଡିତ ହୃଷୀକେଶ ରଥ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପଣ୍ଡିତ ଭ୍ରମରବର ନନ୍ଦ ସଭାପତିତ୍ୱ କରିଥିଲେ। ମୁଖ୍ୟବକ୍ତା ଭାବରେ ଦାମୋଦର ରାଉତ ଏବଂ ସମ୍ମାନୀତ ଅତିଥି ଭାବରେ ମେଜର ଭରତ ଚନ୍ଦ୍ର ଜେନା, ଫୋରଡବାୟା ଆଶ୍ରମର ମହନ୍ତ ହୃଷୀକେଶ ଦାଶ ଯୋଗଦେଇ ଭଗବତ ଗୀତା ମାହାତ୍ମ୍ୟ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ପଣ୍ଡିତ ହରେକୃଷ୍ଣ ପତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଶିକ୍ଷାବିତ୍ ନୃସିଂହ ଚରଣ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ମହାର୍ଘ କାର୍ଯ୍ୟକ୍ରମରେ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ବଡ଼ପଣ୍ଡା ମାଧବ ଚନ୍ଦ୍ର ପତ୍ରୀ, ପଣ୍ଡିତ କ୍ଷୀରୋଦ କୁମାର ପଣ୍ଡା, ଶିକ୍ଷାବିତ୍ କୈଳାସ ଚନ୍ଦ୍ର ସ୍ୱାଇଁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ଆକାଶବାଣୀ କଳାକାର କ୍ଷୀରୋଦ ଚନ୍ଦ୍ର ନାଥ ଭଜନ ପରିବେଷଣ କରିଥିଲେ। ଶେଷରେ ପଣ୍ଡିତ କ୍ଷୀରୋଦ ଚନ୍ଦ୍ର ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ।
