ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ପକ୍ଷରୁ ସାଇବର ସଚେତନତା ସଭା

blank
ପଟ୍ଟାମୁଣ୍ଡାଇ ତା ୨୫/୧୦- ରାଜ୍ୟ ସରକାର ଓ ଜିଲ୍ଲା ଏସ ପି ଙ୍କ ନିର୍ଦେଶରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ପକ୍ଷରୁ ସାଇବର ଅପରାଧ ସମ୍ପର୍କରେ ଏକ ସଚେତନତା ସଭା ମଦନପୁର ୟୁ କେ ମହାବୀର କଲେଜ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଗ୍ରାମାଞ୍ଚଳ ଥାନା ଅଧିକାରୀ ଶ୍ରୀକାନ୍ତ ବାରିକଙ୍କ ପୌରହିତ୍ୟରେ ଆୟୋଜିତ ସଚେତନତା ସଭାରେ ୟୁ କେ ମହାବୀର କଲେଜ ଅଧକ୍ଷ ଶ୍ରୀମନ୍ତ ଉପାଧ୍ୟାୟ,ସଂସାରଫଳ ସରପଞ୍ଚ ପ୍ରତିନିଧି ଯୁବନେତା ସୁଶାନ୍ତ ସାମନ୍ତରାୟ, ସମିତି ସଭ୍ୟ ପର୍ଶୁରାମ ବେହେରା, ପ୍ରଧ୍ୟାପକ ସବ୍ୟସାଚୀ ତ୍ରିପାଠୀ,ସମାଜ ସେବୀ ନଳିନୀକାନ୍ତ ସ୍ୱାଇଁ,ଅଧ୍ୟାପକ ଶୁଭକାନ୍ତ ନାୟକ,ଅରୁଣ ଦାଶ ଦିଲ୍ଲୀପ ମହାପାତ୍ର, ଗୌରାଙ୍ଗ ପଣ୍ଡା ବବୃବାହାନ ପାତ୍ର,ପୁଷ୍ପକ ବେହେରା ରଶ୍ମିରlଣୀପ୍ରଧାନ ଦିପ୍ତିମୟୀ ପାତ୍ର ଝିଲି ମହାରଣା,ଯୁବସମାଜସେବୀ ସ୍ୱlଗତ ଦାଶ ପ୍ରମୁଖ ଯୋଗ ଦେଇ ସାଇବର ଅପରାଧ ରୋକିବା କୌଶଳ ସମ୍ପର୍କରେ ଆଲୋକପାତ କରିବା ସହିତ ସଚେତନତା ସୃଷ୍ଟି କରିଥିଲେ । ଶେଷରେ ଅଧ୍ୟାପକ ଅରୁଣ ଦାଶ ଧନ୍ୟବାଦ ଦେଇଥିଲେ । ଏଥିରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଗୁରୁଚରଣ ବରାଳ, ସୁରେନ୍ଦ୍ର ପଣ୍ଡା, ସୁଧୀର ଜେନା ପରିଚାଳନା କରିଥିଲେ ।

Next Post

ଚିନ୍ତା ବଢ଼ାଇଛି ସାଇବର ଅପରାଧ, ସଚେତନତା ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର

Sat Oct 25 , 2025
ଗ୍ରାମଂଚଳ ଥାନା ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ ପଟ୍ଟାମୁଣ୍ଡାଇ ୨୫/୧୦ -ରାଜ୍ୟରେ ସାଇବର ଅପରାଧ ବଢ଼ି ଚାଲିଥିବାବେଳେ ଅପରାଧୀଙ୍କ କବଳରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ସରକାର ସଚେତନତା ଉପରେ ଗୁରୁତ୍ୱ ଦେଇଛନ୍ତି। ଏନେଇ ଚଳିତ ମାସ ୧୮ରୁ ନୁଭେମ୍ବର ୧୭ ପର୍ଯ୍ୟନ୍ତ ସାଇବର ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହେଇଛି। ଏହି ଅବଶରରେ ଶନିବାର କେନ୍ଦ୍ରାପଡା ଏସପିଙ୍କ ନିର୍ଦେଶରେ ସାଇବର ଅପରାଧ ରୋକିବା ପାଇଁ ପଟ୍ଟାମୁଣ୍ଡାଇ ଗ୍ରାମଂଚଳ ଥାନା ଅଧୀନରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading