ଖୋଲା ବିଦ୍ୟୁତ ଟ୍ରାନ୍ସଫର୍ମର ଯୋଗୁଁ ବିପଦ , ବିଦ୍ୟୁତ ସଂସ୍ପର୍ଶରେ ଆସି ଛେଳି,ମେଣ୍ଢା ମୃତ

blank
କେନ୍ଦ୍ରାପଡ଼ା,୨ା୧୨: ଖୋଲା ବିଦ୍ୟୁତ ଟ୍ରାନ୍ସଫର୍ମର ଯୋଗୁଁ ଜନବସତିରେ ବିପଦ ସୃଷ୍ଟି ହୋଇଛି। ବିଦ୍ୟୁତ ସଂସ୍ପର୍ଶରେ ଆସି ଛେଳି, ମେଣ୍ଢା ମୃତ୍ୟୁବରଣ କରିବା ସହ ଗୋରୁ,ଗାଇ ଓ ଛୋଟପିଲାମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଏନେଇ ସଦର ମହକୁମାରେ ଅନୁଷ୍ଠିତ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ ହୋଇଛି। କେନ୍ଦ୍ରାପଡା ବ୍ଲକ ଅଧିନ ଶ୍ୟାମସୁନ୍ଦର ଗ୍ରାମପଞ୍ଚାୟତର ହାଲପୁର ଗ୍ରାମର ଅଧିବାସୀ ମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ସେହି ଗ୍ରାମରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମରଟି ଖୋଲା ଏକ ସ୍ଥାନରେ ରହିଛି। ଏହାର ଚତୁପାଶ୍ୱର୍ରେ କୈାଣସି ସୁରକ୍ଷା ପାଚେରୀ ନାହିଁ। ଫଳରେ ସେଠାରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଏକ ଛେଳି ଓ ଏକ ମେଣ୍ଢାର ମୁତ୍ୟୁ ହୋଇଯାଇଛି। ଦୈନିକ ସେହି ବାଟ ଦେଇ ଗୋରୁ ଗାଇଙ୍କ ସମେତ ଛୋଟ ଛୋଟ ପିଲାମାନେ ବିଦ୍ୟାଳୟକୁ ଯିବା ଆସିବା କରିଥାନ୍ତି। ଏଭଳି ଭାବରେ ଖୋଲା ସ୍ଥାନରେ ବିଦ୍ୟୁତ ଟ୍ରାନ୍ସଫର୍ମରଟି ଥିବାରୁ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ତେଣୁ ତୁରନ୍ତ ସେହି ବିଦ୍ୟୁତ ଟ୍ରାନ୍ସଫର୍ମରର ଚତୁପାଶ୍ୱର୍ରେ ସୁରକ୍ଷା ପାଚେରୀ ନିର୍ମାଣ କରାଯାଇ ଛୋଟ ପିଲା ଓ ଗୋରୁ ଗାଇଙ୍କ ଜୀବନକୁ ବିପଦ ମୁକ୍ତ କରାଯିବାକୁ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି। ଏସମ୍ପର୍କରେ ଗ୍ରାମବାସୀଙ୍କ ପକ୍ଷରୁ କେନ୍ଦ୍ରାପଡାସ୍ଥିତ ଟିପିସିଓଡିଏଲ ସହକାରୀ ସାଧାରଣ ପରିଚାଳକଙ୍କୁ ଲିଖିତ ଭାବେ ଅଭିଯୋଗ କରାଯାଇଥିଲେବି ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛିି। ଗ୍ରାମବାସୀଙ୍କ ପକ୍ଷରୁ ବିଦ୍ୟାଧର ସ୍ୱାଇଁ, ହୃଷିକେଶ ନାୟକ, ଗୋକୁଳି ଜେନା, ହୃଷିକେଶ ମଳିକ, ନିରଞ୍ଜନ ଜେନା, କୈଳାସ ଜେନା, ରାଜେନ୍ଦ୍ର ସ୍ୱାଇଁ, ତ୍ରିଲୋଚନ ନାୟକ, ଦିଲ୍ଲିପ ମଲିକ, ଗନ୍ଧର୍ବ ପ୍ରଧାନ ଓ ରଞ୍ଜନ କୁମାର ସ୍ୱାଇଁ ପ୍ରମୁଖ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

Next Post

ବିଧାନସଭାରେ ଉଠିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଜଳନିଷ୍କାସନ ଓ ପାଳପାଟଣା ସେତୁ

Tue Dec 2 , 2025
ପଟ୍ଟାମୁଣ୍ଡାଇ ତା ୨/୧୨-ଚଳିତ ବିଧାନସଭା ଅଧିବେଶନରେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ମୁଖ୍ୟ ଓ ପ୍ରମୁଖ ସମସ୍ୟା ଭାବେ ଦେଖା ଦେଇଥିବା ଜଳ ନିଷ୍କାସନ ସମସ୍ୟା ଉତଥାପିତ ହୋଇଛି ।  ପୌରାଞ୍ଚକ ମାନ୍ୟତା ପାଇବାର ୩୫ବର୍ଷ ପରେ ମଧ୍ୟ ଅସରାଏ ବର୍ଷା ହେଲେ ପଟ୍ଟାମୁଣ୍ଡାଇ ସହର ଓ ସମଗ୍ର ପୌରାଞ୍ଚଳ ଉବୁଟୁବୁ ହେଉଛି ।  ଜଳ ନିଷ୍କାସନ ପାଇଁ ସ୍ଥାୟୀ ଡ୍ରେନ ନିର୍ମାଣ କରାଯାଇନାହିଁ ।  ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ଜଳ ନିଷ୍କାସନ ସମସ୍ୟା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading