ଚିନ୍ତା ବଢ଼ାଇଛି ସାଇବର ଅପରାଧ, ସଚେତନତା ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର

ଗ୍ରାମଂଚଳ ଥାନା ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ

blank

ପଟ୍ଟାମୁଣ୍ଡାଇ ୨୫/୧୦ -ରାଜ୍ୟରେ ସାଇବର ଅପରାଧ ବଢ଼ି ଚାଲିଥିବାବେଳେ ଅପରାଧୀଙ୍କ କବଳରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ସରକାର ସଚେତନତା ଉପରେ ଗୁରୁତ୍ୱ ଦେଇଛନ୍ତି। ଏନେଇ ଚଳିତ ମାସ ୧୮ରୁ ନୁଭେମ୍ବର ୧୭ ପର୍ଯ୍ୟନ୍ତ ସାଇବର ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହେଇଛି। ଏହି ଅବଶରରେ ଶନିବାର କେନ୍ଦ୍ରାପଡା ଏସପିଙ୍କ ନିର୍ଦେଶରେ ସାଇବର ଅପରାଧ ରୋକିବା ପାଇଁ ପଟ୍ଟାମୁଣ୍ଡାଇ ଗ୍ରାମଂଚଳ ଥାନା ଅଧୀନରେ ଥିବା ବିଭିନ୍ନ ଜନଗହଳି ସ୍ଥାନରେ ସାଧାରଣ ଲୋକଙ୍କ ସମେତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରୀଛାତ୍ର ମାନଙ୍କୁ ସାଇବର ଅପରାଧ ବିଷୟରେ ସୂଚନା ଓ ସଚେତନତା କରାଯାଇଥିଲା। ସାଇବର ସୁରକ୍ଷା ରଥକୁ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ର, ଅଧ୍ୟାପକ, ଶିକ୍ଷକ ମାନେ ସ୍ୱାଗତ କରିଥିଲେ।

blank
ପଟ୍ଟାମୁଣ୍ଡାଇ ଗ୍ରମାଂଚଳ ଥାନା ଆଇଆଇସି ଶ୍ରୀକାନ୍ତ ବାରିକଙ୍କ ତତ୍ୱାବଧାନରେ ଶନିବାର ଚନ୍ଦନନଗର ଉଚ୍ଚବିଦ୍ୟାଳୟ, ମଦନପୁର ହାଇସ୍କୁଲ, ସଂସାରଫଳ ହାଇସ୍କୁଲ ଓ ମଦନପୁର ମହାବିଦ୍ୟାଳୟ ସମେତ ଡାମରପୁର ଓ ଶାସନ ବଜାରରେ ସାଇବର ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ଥାନା ଅଧିକାରୀ ଶ୍ରୀ ବାରିକ ବିଭିନ୍ନ ବର୍ଗର ଲୋକଙ୍କ ସମେତ ଛାତ୍ରୀଛାତ୍ର, ଅଧ୍ୟାପକ, ଶିକ୍ଷକମାନଙ୍କୁ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରଦାନ କରି ସାଇବର୍ ଠକାମୀରୁ କିପରି ନିଜକୁ ସୁରକ୍ଷିତ ରଖିବା ସହିତ ନିଜ ପରିବାର ତଥା ପଡ଼ୋଶୀ ମାନଙ୍କୁ ସୁରକ୍ଷିତ ରଖିବେ ବିସ୍ତୃତ ଭାବେ ବୁଝାଇଥିଲେ। ସେ କହିଲେ ସାରା ବିଶ୍ୱରେ ସାଇବର ଅପରାଧ ବ୍ୟାଧି ଭଳି ମାଡି ଚାଲିବା ସହିତ ଏକ ଆହ୍ୱାନ ଭାବେ ଦେଖାଦେଇଛି । ଗ୍ରାମାଂଚଳ ଓ ସହରାଂଚଳର ସାଧାରଣ ଲୋକମାନେ ସାଇବର ଅପରାଧ ସମ୍ପର୍କରେ ସଚେତନ ନଥିବାରୁ ଅନେକ ସମୟରେ ଏହାର ଶିକାର ହୋଇ ସର୍ବସ୍ୱାନ୍ତ ହେବା ଘଟଣା ସରକାର ଓ ପ୍ରଶାସନ ଦୃଷ୍ଟିକୁ ଆସିଛି । ଜନସାଧାରଣ ସାଇବର ଅପରାଧରୁ ରକ୍ଷା ପାଇବା ପାଇଁ କୌଣସି ଅଜଣା ଫୋନ କଲ ନଧରିବା, ଅଜଣା ବ୍ୟକ୍ତି ଫୋନ କରି ଓଟିପି ମାଗିଲେ ନଦେବା ସହିତ ନିକଟସ୍ଥ ସାଇବର ଥାନା, ପୋଲିସ ଥାନା କିମ୍ବା ହେଲ୍ପ ଲାଇନ ନମ୍ବର ୧୯୩୦କୁ ଜଣାଇବା ପାଇଁ ପରାମର୍ଶ ଦେଇ ସାଇବର ଅପରାଧ ବିଷୟରେ ଜନସଚେତନତା ସୃଷ୍ଟି କରିଥିଲେ । ଅଧିକାଂଶ ସାଇବର ଠକାମୀର ପ୍ରମୁଖ କାରଣ ହେଉଛି ସଚେତନତାର ଅଭାବ। ସମାଜ ପାଇଁ ଆଜି ବଡ ଚ୍ୟାଲେଞ୍ଜ ହୋଇଥିବା ସାଇବର ଅପରାଧକୁ ରୋକିବା ପାଇଁ ସଚେତନତା ହେଉଛି ସବୁଠାରୁ ବଡ଼ ଶକ୍ତିଶାଳୀ ଅସ୍ତ୍ର। ଏଥିପାଇଁ ଅନଲାଇନ, ଡିଜିଟାଲ ଓ ଇଂଟରନେଟ ବ୍ୟବହାରକାରୀଙ୍କୁ ସତର୍କ ରହିବାକୁ ପଡିବ, ସଚେତନ ହେବାକୁ ପଡିବ। ସାଇବର ଅପରାଧୀ ମାନେ ବିଭିନ୍ନ ଡିଜିଟାଲ ପ୍ଲାଟଫର୍ରମ ଜରିଆରେ ନିରୀହ ସାଧାରଣ ଜନତାଙ୍କୁ ସର୍ବସ୍ୱାନ୍ତ କରିବା ଘଟଣା ବିକଶିତ ସଭ୍ୟ ସମାଜ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିବାରୁ ସାଧାରଣ ଲୋକମାନେ ସଚେତନ ହୋଇ ଏ କ୍ଷେତ୍ରରେ ଅତ୍ୟନ୍ତ ସତର୍କତା ଅବଲମ୍ବନ କରି ସାଇବର ଅପରାଧ ନିୟତ୍ରଣ ଦିଗରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ସାଇବର ଅପରାଧ ରୋକିବା ପାଇଁ ଜନସଚେତନତା ସୃଷ୍ଟି ଉଦେଶ୍ୟରେ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ରଥରେ ସ୍ୱତନ୍ତ୍ର ମଂଚ ପ୍ରସ୍ତୁତ କରାଯାଇଥିଲା । ସ୍ୱତନ୍ତ୍ର ଭାବେ ସଜ୍ଜିତ ରଥରେ ସାଇବର ଅପରାଧ ରୋକିବା ସମ୍ପର୍କରେ ସଚେତନତା ପାଇଁ ବିଭିନ୍ନ ପୋଷ୍ଟର ମରାଯିବା ସହିତ ଏଲଲିଡି ପରଦା ମଧ୍ୟ ଲଗାଯାଇ ସାଇବର ଅପରାଧ ନିୟନ୍ତ୍ରଣର ବିଭିନ୍ନ କୌଶଳ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା । ଏହି ସଚେତନତା କାର୍ଯ୍ୟକ୍ରମରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଗୃହ ସଚିବ, ମେଗା ଷ୍ଟାର ଅମିତାଭ ବଚନ ସାଇବର ଅପରାଧ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନତା ବାର୍ତା ଦେଇଥିଲେ । କଳାକାରମାନେ ସଂଗୀତ ଓ ନୃତ୍ୟ ମାଧ୍ୟମରେ ସାଇବର ଅପରାଧ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଖବରଦାତା, ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ର, ଅଧ୍ୟାପକ, ଶିକ୍ଷକ ପୋଲିସ ଅଧିକାରୀ ଓ ଜନସାଧାରଣ ଯୋଗ ଦେଇଥିଲେ ।

Next Post

श्रीक्षेत्र से तुलसीक्षेत्र के लिए लाए गए पाट वस्त्र

Sun Oct 26 , 2025
केंन्द्रापड़ा, 25-10: पारंपरिक रीति-रिवाज के अनुसार, केंद्रपाड़ा तुलसीक्षेत्र के आराध्य सिद्ध श्री बलदेवजीउ महाप्रभु के लिए पुरी श्री जगन्नाथ मंदिर से तीन पाट वस्त्र लाए गए हैं। देवतर विभाग से प्राप्त जानकारी के अनुसार, शनिवार दोपहर बड़े भाई श्री बलदेवजीउ महाप्रभु के लिए नीले, लाल और पीले रंग के तीन […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading