ମାଇଁ ଏନ ସି ସି ଆଲୁମିନି ଆସୋସିଏସନ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

blank
କେନ୍ଦ୍ରାପଡ଼ା, ୨୪ା୯: କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ମାଇଁ ଏନ ସି ସି ଆଲୁମନି ଆସୋସିଏସନ ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ ହୋଇଯାଇଛି। ଉକ୍ତ ଶିବିରକୁ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନା ଓ ଏନ ସି ସି ବାଳକ ବିଭାଗର ଏଏନଓ ଲେଫ୍ଟନାଣ୍ଟ ରଜନୀକାନ୍ତ ତ୍ରିପାଠୀ ଉଦଘାଟନ କରିଥିଲେ । ଏହି କାଯ୍ର‌୍ୟକ୍ରମ ଜିଲ୍ଲାପାଳଙ୍କ ଅନୁମତିରେ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସହଯୋଗରେ ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ଚକ୍ଷୁ, ଦନ୍ତ ଓ ସାଧାରଣ ଔଷଧ ବିଭାଗର ବିଶେଷଜ୍ଞ ଡାକ୍ତରମାନଙ୍କ ଦ୍ୱାରା ପରୀକ୍ଷା କରାଯାଇଥିଲା। ସାଧାରଣ ଔଷଧ ବିଭାଗରେ ୧୫୭, ଚକ୍ଷୁ ବିଭାଗରେ ୨୦୬ ଥିବାବେଳେ ଦନ୍ତ ବିଭାଗରେ ୧୯୦ ଜଣ ଛାତ୍ରଛାତ୍ରୀ ପଞ୍ଜିକରଣ କରି ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ମହାବିଦ୍ୟାଳୟର ଅନ୍ୟାନ୍ୟ ପ୍ରାଧ୍ୟାପକମାନେ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିବା ସହ ନିଜର ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରିଥିଲେ। ଦାନ୍ତ ପରୀକ୍ଷା ପାଇଁ ଡା. ବିଭୁ ପଦାରବିନ୍ଦ ଜେନା ଥିବା ବେଳେ ଚକ୍ଷୁ ପରୀକ୍ଷା ନିମନ୍ତେ ଚକ୍ଷୁ ବିଶେଷଜ୍ଞ ସେକ ଅଫସର ଅଲ୍ଲୀ କାର୍ଯ୍ୟ ନିର୍ବାହ କରିଥିଲେ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏଡ଼ିଏମଓ଼ ମେଡିକାଲ ଡ଼ା. ପ୍ରମୋଦ କୁମାର ପ୍ରହରାଜ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ସଚ୍ଚିଦାନନ୍ଦ ମିଶ୍ର, ପ୍ରଶାସନିକ ଅଧିକାରୀ ଦିଲ୍ଲୀପ କୁମାର ନାୟକ, ବିତ୍ତ ଅଧିକାରୀ ଆଶୁତୋଷ ତ୍ରିପାଠୀ, ପୂର୍ବତନ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ତଥା ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ମିର୍ଜା ବାବର ବେଜ, ଡ଼ା ଐଶ୍ୱର୍ଯ୍ୟା ମହାପାତ୍ର, ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ, ଆସିଷ୍ଟାଣ୍ଟ ମ୍ୟାନେଜର ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ମମତା ଦାଶ, ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ନର୍ସିଙ୍ଗ ଅଫିସର, ମହିଳା ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀ ଓ଼ ସରକାରୀ ଏ ଏନ ଏମ ଟ୍ରେନିଂ କେନ୍ଦ୍ରର ଛାତ୍ରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନର ସ୍କ୍ରିନଙ୍ଗ କ୍ୟାମ୍ପ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ.ଆର. ଆଏରଙ୍କ ପରାମର୍ଶ କ୍ରମେ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ କେନ୍ଦ୍ରାପଡ଼ା ଆନୁକୂଲ୍ୟରେ ମାଇଁ ଏନ ସି ସି ଆଲୁମିନି ଆସୋସିଏସନ ସହାୟତାରେ ମହାବିଦ୍ୟାଳୟ ର ସମସ୍ତ ଛାତ୍ରୀ ମାନଙ୍କ ନିମନ୍ତେ ଅନୁଷ୍ଠିତ ହୋଇଥିଲା। ଏଥିରେ ଛାତ୍ରୀମାନଙ୍କ ହେମୋଗ୍ଲୋବିନ ପରୀକ୍ଷା କରାଯାଇ ସେମାନଙ୍କର ହେମୋଗ୍ଲୋବିନ ସ୍ତର ଉପରେ ପରାମର୍ଶ ଦିଆଯାଇଥିଲା। ସୁଷମ ଖାଦ୍ୟ ସାଙ୍ଗକୁ କିଶୋରୀ ଅବସ୍ଥାରେ ଋତୁସ୍ରାବ ସମୟରେ ପରିଷ୍କାର ଓ଼ ପରିଛନ୍ନତା ରହିବା ପାଇଁ ପରାମର୍ଶ ଦିଆଯାଇଥିଲା। ଉପସ୍ଥିତ ବୟସ୍କ ମହିଳା ମାନଙ୍କୁ ପରୀକ୍ଷା କରାଯାଇ ଔଷଧ ବିତରଣ କରାଯାଇଥିଲା। ଏଥି ସହିତ ସମସ୍ତଙ୍କୁ ଅଣ ସଂକ୍ରାମକ ରୋଗ, ପୁଷ୍ଟି ହୀନତା, କମ ଲୁଣ, କମ ଚିନି ଓ଼ କମ ତେଲ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ଏଥି ସହିତ ଉପସ୍ଥିତ ମହିଳା ଡାକ୍ତର ସ୍ତନ କର୍କଟ, ମୁଖ ଗହୂର ଓ଼ ଯକୃତ କର୍କଟ ଉପରେ ସଚେତନତା କରାଇଥିଲେ। ତତ ସହିତ ଏହି ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ରେ ୫ଶହରୁ ଉର୍ଦ୍ଧ ପିଲାମାନେ ନିଜର ନାମ ପଞ୍ଜିକରଣ କରି ସ୍ୱାସ୍ଥ୍ୟ ପରୀକ୍ଷା କରାଇଛନ୍ତି। ବର୍ତମାନର ଉଭୟ ବାଳକ ଓ ବାଳିକା ଏନ ସି ସି କ୍ୟାଡେଟ ମାନଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳତା ସହ ସମ୍ପର୍ଣ୍ଣ ହୋଇଥିଲେ । ଆସୋସିଏସନର ସଭାପତି ପ୍ରଭାସିନୀ ସାହୁ, ସମ୍ପାଦକ ଚିନ୍ମୟ କୁମାର ବିଶ୍ୱାଳ, ସଦସ୍ୟ ଅନୁପ ରାଉତ, ରଞ୍ଜନ ଲେଙ୍କା, ସାଜିଦ ଖାନ, ବିଭବ ମହାନ୍ତି, ମହମ୍ମଦ ରିୟାଜ଼ୁଦ୍ଦିନ, ବର୍ଷା ମିଶ୍ର, ମାମୁନି ଥାଟୋଇ, ରଞ୍ଜିତା ବେହେରା, ଶୁଭଶ୍ରୀ ବେହେରା, ରଶ୍ମିରଞ୍ଜନ ମହାରଣା, ପୁନମ ବିଶ୍ୱାଳ, ନୁରୁଦ୍ଦିନ ଖାନ, ଉପେନ୍ଦ୍ର ଦାସ, ଦେବପ୍ରସନ ସ୍ୱାଇଁ, ମନୋରଞ୍ଜନ ସାମଲ, ଶୁଭେନ୍ଦୁ ବେହେରା, ଦେବାଶିଷ ପରିଡା ଆଦି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Next Post

ବିଧାନସଭାରେ ଉଠିଲା କେନ୍ଦ୍ରାପଡା ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଆନ୍ଦୋଳନର ସ୍ୱର

Wed Sep 24 , 2025
ଜିଲ୍ଲାରେ ମେଡ଼ିକାଲ କଲେଜ ଦାବି ଅହୋରାତ୍ର ଗଣଧାରଣାକୁ ତିନି ଦିନ ପୁରିଲା କେନ୍ଦ୍ରାପଡ଼ା,୨୪ା୯: ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଚାଲିଥିବା ଆନ୍ଦୋଳନର ସ୍ୱର ଦୃଢ ଭାବରେ ବିଧାନସଭାରେ ଶୁଣିବାକୁ ମିଳିଛି। ବିଧାନସଭାରେ ଆଜି କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରାଙ୍କ ଦ୍ୱାରା ଦୃଢ ଭାବରେ ଉପସ୍ଥାପିତ ଏ ସମ୍ପର୍କିତ ପ୍ରଶ୍ନର ସରକାରଙ୍କ ପକ୍ଷରୁ କୌଣସି ଉତ୍ତର ମିଳି ନଥିବାରୁ ଏହା ଆନ୍ଦୋଳନକାରୀଙ୍କୁ ଉତ୍ତେଜିତ କରିଛି। ଆଜି ଅହୋରାତ୍ର ଗଣଧାରଣାକୁ ତିନି ଦିନ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading