
କେନ୍ଦ୍ରାପଡ଼ା,୧୫/୫ : କେନ୍ଦ୍ରାପଡା ସହରସ୍ଥ ମହାଭୋଇ ପୋଖରୀ ନିକଟସ୍ଥ ଥିବା ଏ.ପି.ଜେ. ଅବଦୁଲ କଲାମଙ୍କ ପ୍ରତିମୂର୍ତ୍ତି ଆକାର ରେ ଅତି ଛୋଟ ହୋଇଥିବାରୁ ତାଙ୍କ ପ୍ରତି ଅସମ୍ମାନ ହେଇଅଛି । ସିଫା ସୋସିଆଲ ୱେଲଫେୟାର ଆଣ୍ଡ ଏଜୁକେସନାଲ୍ ସୋସାଇଟିର ସଭାପତି ସାବିର ହୋସେନଙ୍କ ନେତୃତ୍ୱରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟାରଙ୍କୁ ଭେଟି ଛୋଟ ପ୍ରତିମର୍ତ୍ତି କୁ ବଦଳାଇ ବଡ଼ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ଦାବି କରି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ସାବିର ହୋସେନ କହିଥିଲେ ଯେ ଡକ୍ଟର ଏ.ପି.ଜେ. ଅବଦୁଲ କଲାମ ଦେଶର ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ। ତାଙ୍କର ବିଶାଳ ପ୍ରତିମର୍ତ୍ତି ସ୍ଥାପନ ଏହି ଅଞ୍ଚଳର ଯୁବପିଢ଼ିଙ୍କୁ ଶିକ୍ଷା, ବିଜ୍ଞାନ ଏବଂ ଜାତୀୟ ସେବା ପ୍ରତି ଅନୁପ୍ରାଣିତ କରିବ। ଜିଲ୍ଲା ପ୍ରଶାସନ ସ୍ମାରକପତ୍ର ଗ୍ରହଣ କରି ଏ ବିଷୟରେ ଉପଯୁକ୍ତ ବିଚାର କରିବାକୁ ପ୍ରତିଶ୍ରୁତି ଦେଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ଏମଡି ମୁସ୍ତାକିମ୍, ପରାମର୍ଶଦାତା ସୟଦ ମୁଖତାର ଅଲି ଏବଂ ଏସକେ ମେହବୁବ୍ ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ ।
