ପଟ୍ଟାମୁଣ୍ଡାଇ ସରକାରୀ ବାଳିକା ହାଇସ୍କୁଲ ବାର୍ଷିକ ଉତ୍ସବ

ପଟ୍ଟାମୁଣ୍ଡାଇ ତା ୪/୨- ସାମ୍ପ୍ରତିକ ସମୟରେ ଛାତ୍ରୀମାନେ ଶୃଙ୍ଖଳିତ ହୋଇ ସମର୍ପଣ ଭାବ ନେଇ ଶିକ୍ଷା ପ୍ରତି ପ୍ରତିବଦ୍ଧ ହେଲେ ଜୀବନ ସବୁ କ୍ଷେତ୍ରରେ ସଫଳ ହେବା ସହିତ ନିଜର ସ୍ବପ୍ନ ସାକାର କରିପାରିବେ ବୋଲି ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ ସରକାରୀ ବାଳିକା ହାଇସ୍କୁଲ ବାର୍ଷିକ ଉତ୍ସବର ଉଦଯାପନୀ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରକାଶ କରିଛନ୍ତି । ପ୍ରଧାନଶିକ୍ଷୟତ୍ରୀ ଉର୍ମିଳା ଜେନାଙ୍କ ପୌରହିତ୍ୟ ଓ ସହକାରୀ ଶିକ୍ଷକ ଟିଟିକାନ୍ତ ନାୟକଙ୍କ ସଂଯୋଜନା ରେ ଆୟୋଜିତ ମନୋଜ୍ଞ ଉତ୍ସବରେ ବିଧାୟକ ଶ୍ରୀସାହୁ କହିଲେ ଯେଉଁ ସ୍ବପ୍ନ ନିଦ ହଜେଇ ଦିଏ ସେଇ ସ୍ବପ୍ନ ଦେଖିଲେ ଛାତ୍ରୀମାନେ ଲକ୍ଷ୍ୟ ସ୍ଥଳରେ ପହଂଚି ପାରିବେ । ଛାତ୍ରୀ ମାନେ ନିଜର ଦୁର୍ବଳତାକୁ ଶକ୍ତିରେ ପରିଣତ କଲେ ଜୀବନ ଯୁଦ୍ଧରେ ବିଜୟୀ ହୋଇପାରିବେ ବୋଲି ମତ ପ୍ରକାଶ କରି ହାଇସ୍କୁଲର ମଧ୍ୟାହ୍ନ ଭୋଜନ ଗୃହ ପାଇଁ ୧୦ଲକ୍ଷ ଟଙ୍କା ଅନୁଦାନ ଘୋଷଣା କରିବା ସହିତ ଭିତ୍ତିଭୂମି ବିକାଶ ଓ ପାନୀୟଜଳ ସମସ୍ୟା ଦୂର ପାଇଁ ସରକାରୀ ସ୍ତରରେ ପଦକ୍ଷେପ ନେବେ ବୋଲି ବିଧାୟକ ପ୍ରତିଶୃତି ଦେଇଥିଲେ । ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ମୁଖ୍ୟବକ୍ତା ଭାବେ ଯୋଗ ମୂଲ୍ୟବୋଧଭିତ୍ତିକ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ । ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ, ବ୍ଲକ ବି ଆର ସି ସି ପ୍ରେମବାଳା ମହାପାତ୍ରସହକାରୀ ଶିକ୍ଷାଅଧିକାରୀ ସୁନିତୀ ଦାଶ ୧୩ନଂ କାଉନସିଲର ଲାସ୍ୟମୟୀ ସାହୁ, ୧୧ନଂ କାଉନସିଲର ସାନିଆ ପରମିନ ସାହେବା ଓ ୮ନଂ କାଉନସିଲର ପ୍ରଶାନ୍ତ ବାରିକ ସମ୍ମାନିତଅତିଥି ଭାବେ ଯୋଗ ଦେଇ ହାଇସ୍କୁଲ ବିକାଶ ପାଇଁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ । ଛାତ୍ରୀ ଡି ସ୍ମୃତିପର୍ଣ୍ଣା ବାରିକଙ୍କ ସଂଯୋଜନାରେ ସ୍କୁଲ ଛାତ୍ରୀମାନେ କ୍ଷୁଦ୍ର ନାଟକ ସହ ନାଚ ଗୀତ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସହକାରୀ ଶିକ୍ଷୟତ୍ରୀ ଶ୍ରଦ୍ଧାଞ୍ଜଳି ନାଥଶର୍ମା ସ୍ୱାଗତ ଭାଷଣ ଓ ଟିଟିକାନ୍ତ ନାୟକ ଅତିଥିପରିଚୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି କୃତୀ ଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିବା ସହିତ ସ୍କୁଲ ପରିଚାଳନା କମିଟିର ସମସ୍ତ ସଦସ୍ୟମାନଙ୍କୁ ଉତ୍ତରରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ । ଶେଷରେ ପ୍ରଣବଜ୍ୟୋତି ସାମଲ ଧନ୍ୟବାଦ ଦେଇଥିଲେ । ଉଦଯାପନୀ ସମାରୋହ ପୂର୍ବରୁ ପୂର୍ବାହ୍ନରେ ବାର୍ଷିକ ଉତ୍ସବର ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ ଆଇ ସି ବନ୍ଦନା ପାତ୍ର ଉଦଘାଟକ ଭାବେ ଫିତା କାଟି ବାର୍ଷିକ ଉତ୍ସବକୁ ଉଦଘାଟନ କରିଥିଲେ । ପ୍ରଧାନଶିକ୍ଷୟତ୍ରୀ ଉର୍ମିଳା ଜେନାଙ୍କ ପୌରହିତ୍ୟ ଓ ସହକାରୀ ଶିକ୍ଷକ ଟିଟିକାନ୍ତ ନାୟକଙ୍କ ସଂଯୋଜନାରେ ଆୟୋଜିତ ଉଦଘାଟନୀ ସମାରୋହ ରେ ଏମ ଏନ ହାଇସ୍କୁଲ ପ୍ରଧାନଶିକ୍ଷକ ଅଶୋକ କୁମାର ରାଉତରାୟ ମୁଖ୍ୟଅତିଥି, ଆଳି ଚକ୍ରଧର ହାଇସ୍କୁଲ ପ୍ରଧାନଶିକ୍ଷକ ବିରଞ୍ଚି ନାରାୟଣ ମହାପାତ୍ର ମୁଖ୍ୟବକ୍ତା, ପ୍ରାକ୍ତନ ଜିଲ୍ଲା ବିଜ୍ଞାନ ପରିଦର୍ଶକ ନିଶିଥ ବାରିକ କଷଣଅଣ୍ଟା ହାଇସ୍କୁଲ ପ୍ରାକ୍ତନ ପ୍ରଧାନଶିକ୍ଷକ ସୁରେଶ ଚନ୍ଦ୍ର ଜେନା, ସି ଆର ସି ସି ମଳୟ ଜେନା, ପଞ୍ଚ ସଖା ଶିକ୍ଷା ସେତୁ ସଂଗଠନ ସଭାପତି ଲଷ୍ମୀପ୍ରିୟା ମହାନ୍ତି ଓ ସ୍କୁଲ ପରିଚାଳନା କମିଟି ସଭାପତି ଅନୁସୂୟା ବେହେରା ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ସହକାରୀ ଶିକ୍ଷକ ପ୍ରଦୀପ ନାୟକ ସ୍ୱାଗତଭାଷଣ ଓ ଜିତେନ୍ଦ୍ର ଦଳାଇ ଅତିଥିପରିଚୟ ପ୍ରଦାନ କରିଥିଲେ । ଶେଷରେ ଅନୁପମା ସାହୁ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସସ୍ମିତା କର, ସରୋଜିନୀ ପାଣିଗ୍ରାହୀ ସଂଘମିତ୍ରା ସାହୁ ଦେବାଶିଷ ପରିଡା ଦୀପିକା ଲେଙ୍କା ପରିଚାଳନା କରିଥିବାବେଳେ ରଶ୍ମିରେଖା ନାଥଶର୍ମା ଲଷ୍ମୀପ୍ରିୟା ମହାଳିକ, ସାଇ ଶୁଭଲଷ୍ମୀ ରଥ ଓ ସରସ୍ବତୀ ସାହୁଙ୍କ ସମେତ ସ୍କୁଲ କର୍ମଚାରୀ ଓ ଛାତ୍ରୀମାନେ ପରିଚାଳନାରେ ସହଯୋଗ କରିଥିଲେ ।
