ପାଲା ଗାୟକ ପ୍ରଶାନ୍ତ ନାଥଶର୍ମାଙ୍କ ପରଲୋକ

blank
ପଟ୍ଟାମୁଣ୍ଡାଇ.୪/୦୮-ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ତରଡିପାଳର ଯୁବ ପାଲା ଗାୟକ ଜ୍ଞାନରତ୍ନ ପ୍ରଶାନ୍ତ ନାଥ ଶର୍ମାଙ୍କର ପରଲୋକ ହୋଇଯାଇଛି। ଯକୃତ ରୋଗରେ ପୀଡିତ ହୋଇ ଭୁବନେଶ୍ଵରର ସମ୍ ହସ୍ପିଟାଲରେ ଦୀର୍ଘଦିନ ଚିକିତ୍ସିତ ହେଉଥିଲେ Iସ୍ୱର୍ଗତଃ  ଶର୍ମା ଓଡ଼ିଶାର ଏକ ଆଗଧାଡ଼ିର ପାଲା ଗାୟକ ଭାବେ ପାଲା,ସାହିତ୍ୟ, ଜଗନ୍ନାଥ ସଂସ୍କୃତିରେ ଅଗାଧ ପାଣ୍ତିତ୍ୟ ପାଇଁ ଅନେକ ଅନୁଷ୍ଠାନ ଦ୍ଵାରା ସମ୍ବର୍ଦ୍ଧିତ ହୋଇଥିଲେ।ଗାୟକରତ୍ନ ହରି ନାଥଙ୍କ ପରେ ସେ ତରଡିପାଳ ଗ୍ରାମର ଏକମାତ୍ର ପାଲା ଗାୟକ ରୂପେ ପାଲା ସଂସ୍କୃତି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ପୁରୀ ସ୍ଵର୍ଗଦ୍ଵାର ଠାରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ କରାଯାଇଛି Iତାଙ୍କର ଅକାଳ ବିୟୋଗରେ ସମଗ୍ର ପାଲାଜଗତ ତଥା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Next Post

ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

Mon Aug 4 , 2025
କେନ୍ଦ୍ରାପଡ଼ା,୪ା୮: କେନ୍ଦ୍ରାପଡା ଜିଲ୍ଲା ସଦର ମହକୁମାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି। ପୈାରସଂସ୍ଥା ଟାଉନ ହଲରେ ଅନୁଷ୍ଠିତ ମିଳିତ ଜନଶୁଣାଣି ଶିବିରରେ ମୋଟ ୧୭୫ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ୧୫୫ଟି ବ୍ୟକ୍ତିଗତ ଅଭିଯୋଗ ଥିବାବେଳେ ୨୦ଟି ସାମୂହିକ ଅଭିଯୋଗ ପଞ୍ଜିକୃତ ହୋଇଥିଲା। ରେଡ଼କ୍ରସ ପାଣ୍ଠିରୁୁ ଜଣଙ୍କୁ ୩ ହଜାର ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୪ ଜଣଙ୍କୁ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading