କେନ୍ଦ୍ରାପଡା ଜିଲ୍ଲାର ୫ ଗୋଶାଳାକୁ ୧୨ଲକ୍ଷ ଆର୍ଥିକ ଅନୁଦାନ

blank
କେନ୍ଦ୍ରାପଡ଼ା, ୨୭ା୧୧: କେନ୍ଦ୍ରାପଡ଼ା ଜିଲ୍ଲାର ୫ଟି ଗୋଶାଳାକୁ ସରକାର ୧୨ଲକ୍ଷ ୨୦ହଜାର ଟଙ୍କା ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି। ଏହି ଗୋଶାଳା ଗୁଡିକ ହେଉଛି ଜିଲ୍ଲାର କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମର ଗତେଶ୍ୱର ଗୋଶାଳା ଓ ପୋଇପାଟର ଆପୁଆ, ଗରଦପୁର ବ୍ଲକର କୋରୁଆସ୍ଥିତ ଓଁ ଆକୁଳ ପରଂବ୍ରହ୍ମ, ଡେରାବିଶ ବ୍ଲକ ଅନ୍ତର୍ଗତ ନିଳିକଣାର ସିଦ୍ଧ ବଳଦେବଜୀଉ, ରାଜନଗର ଘଡିଆମାଳର କାମଧେନୁ ଗୋଶାଳା ପ୍ରଭୃତି। କେନ୍ଦ୍ରାପଡା ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ମନୋଜ ପଟ୍ଟନାୟକ ଏହି ଗୋଶାଳା ଗୁଡିକୁ୧୨ଲକ୍ଷ ୨୦ହଜାର ଟଙ୍କା ଆର୍ଥିକ ଅନୁଦାନ ରାଶିର ଚେକ ପ୍ରଦାନ କରିଛନ୍ତି। ଏହି ଗୋଶାଳା ଗୁଡିକରେ ଆଶ୍ରିତ ଗୋରୁଗାଈମାନଙ୍କ ଚିକିତ୍ସା ଓ ଖାଦ୍ୟ ନିମନ୍ତେ ସରକାରଙ୍କ ପକ୍ଷରୁ ଏହି ସରକାରୀ ଅନୁଦାନ ଯୋଗାଇ ଦିଆଯାଇଛି ବୋଲି ପ୍ରାଣୀ କଲ୍ୟାଣ ଅଧିକାରୀ ପ୍ରଭଞ୍ଜନ ରଞ୍ଜନ କବି ସୂଚନା ଦେଇଛନ୍ତି।

Next Post

ଚାଷୀ-ଶ୍ରମିକ-ଛାତ୍ର-ମହିଳାଙ୍କ ଜ୍ୱଳନ୍ତ ଦାବୀରେ ଏସ୍‌.ୟୁ.ସି.ଆଇ.ଗଣବିକ୍ଷୋଭ , ଆନ୍ଦୋଳନକୁ ଆହୁରି ଦୁର୍ବାର କରିବା ପାଇଁ ଆହ୍ୱାନ

Thu Nov 27 , 2025
କେନ୍ଦ୍ରାପଡ଼ା,୨୭ା୧୧: ଜନଜୀବନର ଜ୍ୱଳନ୍ତ ଦାବି ନେଇ ଆଜି ଏକ ବିଶାଳ ଗଣବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ସମସ୍ତ ଜିଲ୍ଲାରୁ ୨୫ ହଜାରରୁ ଉର୍ଦ୍ଧ୍ୱ ଚାଷୀ, ମୂଲିଆ, ମହିଳା, ଶ୍ରମିକ, କର୍ମଚାରୀ, ସ୍କିମ୍ ଶ୍ରମିକ, ଛାତ୍ର, ଯୁବକ, ବୁଦ୍ଧିଜୀବୀ ଓ ଗରୀବ ଆଦିବାସୀ ଜନସାଧାରଣ ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ)ର ଆହ୍ୱାନକୁ ବଞ୍ଚିବାର ଏକମାତ୍ର ଉପାୟ ରୂପେ ଗ୍ରହଣ କରି ଧାନକଟା, ଶୀତ ପ୍ରକୋପ ତଥା ଅନ୍ୟାନ୍ୟ ବହୁ ବାଧାକୁ ଏଡାଇ ନିଜର ସମସ୍ତ ଖର୍ଚ୍ଚ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading