ପୁନର୍ବାସ ପକ୍ଷରୁ ଇଣ୍ଟର୍ଣ୍ଣସିପ୍ ପ୍ରଶିକ୍ଷଣ

blank

କେନ୍ଦ୍ରାପଡା ୧୯/୩- କେନ୍ଦ୍ରାପଡ଼ା ଜିଲ୍ଲାରେ ଦୀର୍ଘ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱକାଳ ଭିନ୍ନକ୍ଷମଙ୍କ ଥେରାପି ଚିକିତ୍ସା, ଅଧିକାର ସଚେତନତା ଓ ସଶକ୍ତିକରଣ ନିମନ୍ତେ କାର୍ଯ୍ୟରତ ପୁନର୍ବାସ ଅନୁଷ୍ଠାନ ପକ୍ଷରୁ କେନ୍ଦ୍ରାପଡ଼ା ତୁଳସୀ ମହିଳା ମହାବିଦ୍ୟାଳୟର +୩ ଦ୍ୱିତୀୟ ବର୍ଷର ଛାତ୍ରୀଙ୍କୁ ଇଣ୍ଟର୍ଣ୍ଣସିପ୍ ପ୍ରଶିକ୍ଷଣ ପ୍ରଦାନ ଆରମ୍ଭ କରାଯାଇଛି। ଜାତୀୟ ଶିକ୍ଷାନୀତି-୨୦୨୦ ଅନ୍ତର୍ଗତ ପାଠ୍ୟସୂଚୀ ଅନୁଯାୟୀ ମହାବିଦ୍ୟାଳୟର +୩ ଚତୁର୍ଥ ସେମିଷ୍ଟାରଠାରୁ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ନିମନ୍ତେ ୧୨୦ ଘଣ୍ଟାର ଏକ ଇଣ୍ଟର୍ଣ୍ଣସିପ୍ ପ୍ରଶିକ୍ଷଣର ପ୍ରାବଧାନ କରାଯାଇଛି। ଏହାର ଉଦ୍ଦେଶ୍ୟ ମହାବିଦ୍ୟାଳୟ ସ୍ତରରୁ ଛାତ୍ରଛାତ୍ରୀମାନେ ବିଭିନ୍ନ ଶିଳ୍ପ ଓ ସାମାଜିକ ପ୍ରତିଷ୍ଠାନମାନଙ୍କୁ ଯାଇ ଏକ ବାସ୍ତବାମୁଖୀ ପ୍ରଶିକ୍ଷଣ ଗ୍ରହଣ କରିବେ,ଯାହା ସେମାନଙ୍କୁ ପ୍ରତ୍ୟକ୍ଷ ଅନୁଭୂତି ପ୍ରଦାନ କରିବା ସହ କୁଶଳୀ କରାଇବ। ଏହି ପ୍ରଶିକ୍ଷଣ ପର୍ଯ୍ୟାୟରେ +୩ ଦ୍ୱିତୀୟ ବର୍ଷ ପଦାର୍ଥ ବିଜ୍ଞାନ ବିଭାଗ ଓ ଇଂରାଜୀ ବିଭାଗର ଯଥାକ୍ରମେ ୨୧ ଓ ୯ ଜଣ ଛାତ୍ରୀ ଏହି ଇଣ୍ଟର୍ଣ୍ଣସିପ୍ ପ୍ରୋଗ୍ରାମରେ ଯୋଗ ଦେଇଛନ୍ତି ବୋଲି ଅନୁଷ୍ଠାନର ସହ ସମ୍ପାଦକ ବଂଶୀଧର ମହାନ୍ତି ସୂଚନା ପ୍ରଦାନ କରିଛନ୍ତି। ସ୍ଥାନୀୟ ମାଧପୁରସ୍ଥିତ ପୁନର୍ବାସର ଶିଶୁ ଥେରାପି କେନ୍ଦ୍ରର ମିନି କର୍ନଫରେନ୍ସ ହଲରେ ଏହି ପ୍ରଶିକ୍ଷଣ ପ୍ରଦାନ କରାଯାଉଅଛି। ପ୍ରଥମ ଦିବସରେ ତୁଳସୀ ମହିଳା ମହାବିଦ୍ୟାଳୟର ଇଂରାଜୀ ବିଭାଗୀୟ ମୁଖ୍ୟ ତପନ କୁମାର ବଳ ଓ ପଦାର୍ଥ ବିଜ୍ଞାନ ବିଭାଗୀୟ ମୁଖ୍ୟ ବ୍ରହ୍ମାନନ୍ଦ ସେଠୀଙ୍କ ଉପସ୍ଥିତିରେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟ ପ୍ରମୁଖ ଉପସ୍ଥିତ ରହି ଏହାକୁ ଶୁଭାରମ୍ଭ କରିଥିଲେ । ଏହି ସଂକ୍ଷିପ୍ତ ଅବଧି କାଳରେ ଛାତ୍ରୀମାନଙ୍କୁ “ଭିନ୍ନକ୍ଷମତା ଓ ଏହାର ସଂକ୍ଷିପ୍ତ ବହୁ ଆୟାମୀ ଅବବୋଧ”ସମ୍ପର୍କିତ ଏକ ସଚେତନତାମୂଳକ ବିଷୟ ସମ୍ପର୍କିତ ଶିକ୍ଷଣ ପ୍ରଦାନ କରାଯିବ ବୋଲି ବୈଷୟିକ ଅଧିକାରୀ କେଦାରନାଥ ବାରିକ ପ୍ରକାଶ କରିଛନ୍ତି।

Next Post

ଭିନ୍ନକ୍ଷମ ସାମର୍ଥ୍ୟ ଶିବିର, ପ୍ରଚାର ଅଭାବରୁ ହିତାଧିକାରୀଙ୍କ ସଂଖ୍ୟା ଆଶାନୁରୂପ ନଥିଲା

Fri Mar 20 , 2026
ପଟ୍ଟାମୁଣ୍ଡାଇ ୨୦/୩–ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲ ଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଅସ୍ଥିଶଲ୍ୟ, ଶିଶୁ, ମାନସିକରୋଗ ଚକ୍ଷୁ,ଅସ୍ତ୍ରୋପଚାର ଆଦି ବିଭିନ୍ନ ବିଭାଗରେ ୨୬୯ ଭିନ୍ନକ୍ଷମ ପଞ୍ଜିକରଣ କରିଥିଲେ । ସେଥି ମଧ୍ୟରୁ ୨୧୬ ଭିନ୍ନକ୍ଷମଙ୍କୁ ପରୀକ୍ଷା ନିରୀକ୍ଷା କରାଯାଇଥିଲା । ପରୀକ୍ଷା କରିଥିବା ୨୧୬ ଭିନ୍ନକ୍ଷମଙ୍କ ମଧ୍ୟରେ ମାନସିକ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading