
ପଟ୍ଟାମୁଣ୍ଡାଇ ୨୬/୧୧– ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡ଼ମୂଳବସନ୍ତ ପଂଚାୟତର ସୁଜାବାଜ ଗ୍ରାମରେ କୁରାଳ ପଂଚମୀ ଉତ୍ସବ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ୫ଦିନ ଧରି ପାଳିତ ହୋଇଯାଇଛି। ସୁଜବାଜ ଯୁବକ ସଂଘ ଗ୍ରାମବାସୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ କୁରାଳ ପଂଚମୀ ଯୋଗୁଁ ସମଗ୍ର ଗାଁ ଉତ୍ସବ ମୁଖର ହୋଇପଡିଥିଲା । ପାରମ୍ପରିକ ରୀତିନୀତି ଅନୁଯାୟୀ ଦେବାଦେବୀଙ୍କ ପୂଜାର୍ଚ୍ଚନା ସହ ସନ୍ଧ୍ୟା ଆଳତି କରାଯାଇଥିଲା ।ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉକ୍ତ ଉତ୍ସବରେ ଯୋଗ ଦେଇଥିଲେ । ପ୍ରତିଦିନ ସନ୍ଧ୍ୟାରେ ଭଜନ ଜଣାଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶହ ଶହ ଶ୍ରଦ୍ଧାଳୁ ଯୋଗ ଦେଇ ଦେବାଦେବୀଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ଏହି ମହାର୍ଘ୍ୟ କାର୍ଯ୍ୟକ୍ରମକୁ ଯୁବକ ସଂଘ ସଭାପତି ଭ୍ରମର ବେହେରା, ସମ୍ପାଦକ ଟିକନ ବେହେରା ଓ କୋଷାଧକ୍ଷ ସଞ୍ଜୟ ବେହେରାଙ୍କ ସମେତ ଗ୍ରାମବାସୀ ମାନେ ପରିଚାଳନା କରିଥିଲେ।
