ଓଡିଶା କନଷ୍ତ୍ରକ୍ସନ ୱାର୍କର୍ସ ୟୁନିୟନ ଆହ୍ୱାନରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

blank

କେନ୍ଦ୍ରାପଡ଼ା, ୧୨/୫-ଓଡିଶା କନଷ୍ଟ୍ରାକ୍ସନ ୱାର୍କର୍ସ ୟୁନିୟନ ଆହ୍ୱାନ କ୍ରମେ ମଙ୍ଗଳ ବାର ଦିନ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ନିର୍ମାଣ ଶ୍ରମିକଙ୍କୁ ନେଇ ବିକ୍ଷୋଭ ସଂଗଠିତ ହେଇଯାଇଛି। ଚାରିଟି ଶ୍ରମକୋର୍ଡ ପ୍ରତ୍ୟାହାର, ଜିଲ୍ଲା ଶ୍ରମ କାର୍ଯ୍ୟଳୟରେ ସଂସ୍କାର ଆଣି ବ୍ୟାପକ ଦୁର୍ନୀତି ଓ ଆଇନ ବିରୋଧୀ କାର୍ଯ୍ୟକଳାପକୁ ବନ୍ଦ କରିବା, ରାଜ୍ୟ ସରକାରଙ୍କ ରୁଲ ଅନୁସାରେ ଷାଠିଏ ଦିନରେ ମୃତ୍ୟୁ କାଳୀନ ସହାୟତା ପ୍ରଦାନ କରିବା, ବନ୍ଦ ଥିବା ସମସ୍ତ ସ୍କିମକୁ ଚାଲୁ କରିବା, ୟୁନିୟନ ମାନଙ୍କ ବୈଧ୍ୟ ପ୍ରତିନିଧିମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିବା, ଜିଲ୍ଲା ଅଫିସରେ ରାତ୍ରି କାଳୀନ ଜଗୁଆଳି, ପିଅନ, କଲ୍ୟାଣ ଉପଦେଷ୍ଟା ଓ ଅନ୍ୟ ଜଣେ ଜିଲ୍ଲା ଶ୍ରମ ଅଧିକାରୀ ନିଯୁକ୍ତି ପ୍ରଦାନ, ସମସ୍ତ ଉପବିଭାଗରେ ବ୍ୟୟ ହିସାବ ପରିପୂରଣ କରିବା,ଜିଲ୍ଲା କାର୍ଯ୍ୟାଳରେ ଯେଉଁମାନେ  ଦଲାଲି କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଆଇନଗତ ପଦକ୍ଷେପ ଗ୍ରହଣ କରିବା ପ୍ରଭୃତି ଆଠ ଦଫା ଦାବିରେ ଅନୁଷ୍ଠିତ ବିକ୍ଷୋଭକୁ ଅନ୍ୟ ଶ୍ରମିକ ସଂଗଠନ ଓ ଗଣ ସଂଗଠନର କର୍ମକର୍ତାମାନେ ସମର୍ଥନ କରି ସାମିଲ ହୋଇଥିଲେ ।

ପ୍ରକାଶ ଥାଉକି ଚାରିଟି ନୂଆ ଶ୍ରମ କୋର୍ଡ ଲାଗୁ ହେଲା ପରେ ଉତ୍ତର ଓ ପଶ୍ଚିମ ଭାରତର ଅନେକ ରାଜ୍ୟରେ ବେସରକାରୀ କାରଖାନାରେ ସରକାରୀ ଘୋଷିତ ସର୍ବନିମ୍ନ ମଜୁରୀ ପ୍ରଦାନ ନକରିବା, ଆଠ ଘଣ୍ଟା ବଦଳରେ ଜୋର ଜବରଦସ୍ତ ଅଧିକ ସମୟ ଖଟେଇବା, ଓଭର ଟାଇମ ପାଇଁ ଦୁଇ ଗୁଣା ମଜୁରୀ ପ୍ରଦାନ ନକରିବା ପ୍ରତିବାଦରେ ସଂଗଠିତ ଆନ୍ଦୋଳନକୁ ଦମନ କରିବା ପାଇଁ ମାଲିକ ମାନେ ପୁଲିସ ଓ ନିଜର ଗୁଣ୍ଡାମାନଙ୍କୁ ବ୍ୟବହାର କରିଛନ୍ତି। ପାଞ୍ଚସହରୁ ଉର୍ଦ୍ଧ ଶ୍ରମିକ ବିଭିନ୍ନ ଜେଲରେ ଅଛନ୍ତି। ଆମ ଜିଲ୍ଲରୁ ଅନେକ ଶ୍ରମିକ ମଧ୍ୟ ସେଥିରେ ଫସିଛନ୍ତି। ଏହାର ପ୍ରତିବାଦରେ ଅନୁଷ୍ଠିତ ଆଜିର ବିକ୍ଷୋଭରେ ସଭାପତିତ୍ୱ କରିଥିଲେ ଆଇଏନଟିୟୁସି ଜିଲ୍ଲା ସଭାପତି ମୁକ୍ତାର ଖାଁ। ଅନ୍ୟମାନଙ୍କ ମଧ୍ୟରେ ସିଆଇଟିୟୁ ଜିଲ୍ଲା ସମ୍ପାଦକ ଜଗତଜିବନ ଦାଶ,ଓଡିଶା କୃଷକ ସଭା ଜିଲ୍ଲା ସମ୍ପାଦକ ଗୟାଧର ଧଳ, ଏଆଇଟିୟୁସି ନେତା ବାବାଜୀ ଧଳ, କର୍ମଚାରୀ ନେତା ନରୋତ୍ତମ ପାର୍ଥ ସାରଥୀ, ଛାତ୍ର କଂଗ୍ରେସର ଜାତୀୟ ସଂଯୋଜକ ବିଶ୍ୱ ରଞ୍ଜନ ମହାପାତ୍ର, ସିଆଇଟିୟୁ ରାଜ୍ୟ କମିଟି ସଭ୍ୟ ସୁରେଶ ଚନ୍ଦ୍ର ସ୍ୱାଇଁ, ଏଚଏମଏସ ନେତା ତ୍ରିଲୋଚନ ଦାସ,କଞ୍ଚାନବାଳା ସ୍ୱାଇଁ,ପାଚିକା ନେତ୍ରୀ ନିର୍ମଳା ସିଂ,ଅଶୋକ ତ୍ରିପାଠୀ,ଅଜିତ କୁମାର ପରିଡା,ଅଶୋକ ନାଥ,ସନ୍ୟାସୀ ସାହୁ, ଶିବଶଙ୍କର ନାଥ,ରଞ୍ଜନ ଲେଙ୍କା,ଅକ୍ଷୟ ତରାଇ,ସୟଦ ମୁକ୍ତାର ଅଲ୍ଲୀ,ନିରାକାର ସାହୁ,ମାନ ଭଂଜନ ଦାସ,ମହେଶ୍ୱର ଦାଶ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଆନ୍ଦୋଳନ ପାଇଁ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ପନ୍ଦର ଦିନ ପୂର୍ବରୁ ନୋଟିସ ଦିଆଯାଇଥିଲା। ଅଥଚ ଘଣ୍ଟା ଘଣ୍ଟା ଧରି ବିକ୍ଷୋଭ ଚାଲିଥିଲେ ବି ଜିଲ୍ଲା ଶ୍ରମ ଅଧିକାରୀ ଅଫିସରେ ଅନୁପସ୍ଥିତ ରହିଥିବାରୁ ଆନ୍ଦୋଳନକାରିମାନଙ୍କ ମଧ୍ୟରେ ତୀବ୍ର ଅସୋନ୍ତସ ପ୍ରକାଶ ପାଇଥିଲା। ଶେଷରେ ଶ୍ରମ ଅଧିକାରୀଙ୍କ ଅନୁପସ୍ଥିତରେ ଶ୍ରମ ଆଯୁକ୍ତ ପ୍ରଦୀପ କୁମାର ମହାନ୍ତିଙ୍କୁ ଦାବିପତ୍ର ପ୍ରଦାନ କରାଯାଇ ଆଲୋଚନା କରାଯାଇ ଥିଲା। (ସମ୍ବଦପତ୍ରରେ ପ୍ରକାଶନ ନିମନ୍ତେ )

Next Post

ଶିରିଡି ସାଇବାବାଙ୍କ ଜୀବନୀ ପୁସ୍ତକର ଇଂରାଜୀ ଅନୁବାଦ ଉନ୍ମୋଚିତ

Wed May 13 , 2026
କେନ୍ଦ୍ରାପଡ଼ା,୧୩ା୫:କଜଳା ଶ୍ରୀସାଇ ପରିବାର ଗୋଲଡେନ ଭିଲ୍ଲାସ୍ଥିତ ଶିରିଡ଼ି ସାଇବାବା ମନ୍ଦିରର ତୁଷାରକାନ୍ତଙ୍କ ଦ୍ୱାରା ଲିଖିତ ଭକ୍ତିଭରା ପ୍ରତୀକ୍ଷିତ ପୁସ୍ତକ “ଶ୍ରୀ ସାଇ ସତ୍‌ଚରିତ ସଚିତ୍ର’ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଶିରିଡିର ଶ୍ରୀ ସାଇବାବା ସଂସ୍ଥାନ ଟ୍ରଷ୍ଟର ସିଇଓ ଗୋରକ୍ଷ ଗାଡିଲକର ଏବଂ ଡେପୁଟି ସିଇଓ ଭିମରାଜ ଦରାଡେଙ୍କ ଦ୍ୱାରା ଏହି ପୁସ୍ତକ ଉନ୍ମୋଚିତ ହୋଇଛି।ଏହି ସୁନ୍ଦର ପୁସ୍ତକର ବିଶେଷତ୍ୱ ହେଉଛି ଶ୍ରୀ ସାଇବାବାଙ୍କ ସମସ୍ତ ଦିବ୍ୟ ଲୀଳା ଗୁଡ଼ିକ ସଚିତ୍ର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading