
ପଟ୍ଟାମୁଣ୍ଡାଇ୧୪/୧୧ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଏମଏନ ହାଇସ୍କୁଲ ପରିସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଆନୁକୂଲ୍ୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ମୋଟ ୫୨୪ ଜଣ ଭିନ୍ନକ୍ଷମଙ୍କୁ ଚି଼ହ୍ନଟ କରାଯାଇଛି। ବିଡ଼ିଓ ଶୀତଲ ଅଗରୱାଲାଙ୍କ ତତ୍ୱାବଧାନରେ ଉକ୍ତ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଉକ୍ତ ଶିବିରକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେହୁରା ପ୍ରମୁଖ ଯୋଗ ଦେଇଥିଲେ । ବିଡ଼ିଓ ଏହି ଶିବିର ଆୟୋଜନର ଆଭିମୁଖ୍ୟ ଓ ଉପାଦେୟତା ସମ୍ଭନ୍ଧରେ ଉପସ୍ଥାପନ କରିଥିଲେ । ସେହିପରି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଭିନ୍ନକ୍ଷମଙ୍କ ପାଇଁ ଉଦିଷ୍ଟ ବିଭିନ୍ନ ସରକାରୀ ଯୋଜନା ଓ ଆର୍ଥୀକ ସହାୟତା ସମ୍ଭନ୍ଧରେ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଏହି ଯୋଜନାର ଯଥାର୍ଥତା ପ୍ରତିପାଦନ କରିଥିଲେ । ଶିବିରରେ ପଟ୍ଟାମୁଣ୍ଡାଇ ବ୍ଲକ ତଥା ପୌରପାଳିକା ଅଂଚଳର ପ୍ରାୟ ୫୨୪ ବିଭିନ୍ନ ପ୍ରକାର ଭିନ୍ନକ୍ଷମଙ୍କ ନାମ ପଞ୍ଜିକରଣ କରିଥିଲେ। କଟକ, କେନ୍ଦ୍ରାପଡା, ରାଜନଗର ଓ ପଟ୍ଟାମୁଣ୍ଡାଇ ଡାକ୍ତରଖାନାର ବିଭିନ୍ନ ଚିକିତ୍ସା ବିଭାଗର ବିଶେଷଜ୍ଞ ଡାକ୍ତର ମାନେ ଭିନ୍ନକ୍ଷମଙ୍କୁ ପରୀକ୍ଷା କରି ଚି଼ହ୍ନଟ କରିଥିଲେ। ଶିବିରରେ ଅସ୍ଥି ଶଲ୍ୟରେ ୨୫୦, ଦୃଷ୍ଟିବାଧିତରେ ୫୬ ଜଣ, ମାନସିକ ଅନଗ୍ରସର ରେ ୧୧୧ ଜଣ, ଶ୍ରବଣ ବାଧିତ ୫୫ ଜଣ, ଶିଶୁ ବିଭାଗ ୫୨ଜଣଙ୍କୁ ଚି଼ହ୍ନଟ କରାଯାଇଥିଲା। ଏଥିରେ ପଟ୍ଟାମୁଣ୍ଡାଇ ବ୍ଲକର ବିଭିନ୍ନ ପଂଚାୟତର ସରପଞ୍ଚ ସମିତି ସଭ୍ୟ, ପିଇଓ ଜି ଆର ଏସ ଓ ମେଡିକାଲ କର୍ମଚାରୀ ଯୋଗ ଦେଇଥିଲେ। ଉକ୍ତ ଶିବିରକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ପ୍ରଧାନ ପରିଚାଳନା କରିଥିବା ବେଳେ ଏହି ଶିବିରକୁ କ୍ଷଣପ୍ରଭା ସ୍ୱାଇଁଙ୍କ ସମେତ ବ୍ଲକ କାର୍ଯ୍ୟାଳୟର କର୍ମଚାରୀମାନେ ସହଯୋଗ କରିଥଲେ ।
