ପିଏମଶ୍ରୀ କୋରୋ ଉଚ୍ଚ ବିଦ୍ୟାଳୟରେ ବ୍ୟାଗଲେସ ଡେ ପାଳନ

blank
କେନ୍ଦ୍ରାପଡ଼ା,୬ା୧୨:ପିଏମଶ୍ରୀ କୋରୋ ସଂଯୁକ୍ତ ଉଚ୍ଚ ବିଦ୍ୟାଳୟରେ ବ୍ୟାଗଲେସ୍ ଡେ ପାଳନ ହେଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋମନାଥ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏଇ ଦିବସରେ ମୁଖ୍ୟଅତିଥି ଭାବରେ କେନ୍ଦ୍ରାପଡ଼ା ଟାଉନ ହାଇସ୍କୁଲର ପ୍ରଧାନଶିକ୍ଷକ ମଦନମୋହନ କର, ମୁଖ୍ୟବକ୍ତା କବି ଅମର ପ୍ରସାଦ ରାଉତ,ସମ୍ମାନିତ ଅତିଥି ଭାବରେ ଯୁବ ସାମ୍ବାଦିକ ମଳୟ ରଞ୍ଜନ ସାହୁ, କୋରୋ ରାଜସ୍ୱ ନିରୀକ୍ଷକ ରୁଚିକା ମହାନ୍ତି, ଶିକ୍ଷାବିତ ହରିହର ସିଂହ, ବିଦ୍ୟାଳୟ ପରିଚାଳନା ସମିତି ଅଧ୍ୟକ୍ଷା ମଧୁସ୍ମିତା ନାୟକ ପ୍ରମୁଖ ଯୋଗଦେଇ ବ୍ୟାଗଲେସ ଡେ ବିଷୟରେ ଆଲୋଚନା କରିଥିଲେ। ପିଏମଶ୍ରୀ ବିଦ୍ୟାଳୟର ପିଲାମାନେ ଶ୍ରେଣୀଗୃହ ଭିତରେ ଆବଦ୍ଧ ନହେଇ ବିଭିନ୍ନ ଧନ୍ଦାମୂଳକ ଶିକ୍ଷା ସହିତ ଜଡିତ ହେଇ ରହିପାରିଲେ ହିଁ ଶିକ୍ଷାର ମୂଳ ଲକ୍ଷ୍ୟ ସାଧିତ ହେଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟର ବରିଷ୍ଠ କଳା ଶିକ୍ଷକ ଜଗନ୍ନାଥ ପ୍ରସାଦ ଉପାଧ୍ୟାୟ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଜ୍ଞାନ ଶିକ୍ଷକ ହିମାଂଶୁ ଶେଖର ପରିଡା ଓ ତୃପ୍ତିରେଖା ପରିଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ବିନା ବ୍ୟାଗରେ ବିଦ୍ୟାଳୟକୁ ଆସି ଶ୍ରେଣୀ ଗୃହ ବାହାରେ ସ୍ୱପ୍ରସ୍ତୁତ ବିଭିନ୍ନ ପାରମ୍ପରିକ ହସ୍ତକଳା, ଚିତ୍ରକଳା, ନୃତ୍ୟକଳା, ବର୍ଜ୍ୟ ପ୍ଲାଷ୍ଟିକରୁ ଘରକରଣା ଜିନିଷ ପ୍ରଦର୍ଶନ ସହ ବିଭିନ୍ନ ସୁସ୍ୱାଦୁକର ଖାଦ୍ୟମେଳାର ପରିବେଶ ମଧ୍ୟ ସୃଷ୍ଟି କରିଥିଲେ।ଏହି ଅବସରରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ବରିଷ୍ଠ ଶିକ୍ଷକ ରଞ୍ଜନ କୁମାର ମଳିକ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷିକା ମୋନାଲିସା ବେହୁରା,ଦିପ୍ତିମୟୀ ମୁଦୁଲି, ତପନ କୁମାର ସ୍ୱାଇଁ, ତୃପ୍ତିରେଖା ପରିଡା, ସାବିତ୍ରୀ ବିଶ୍ୱାଳ, ପୁଷ୍ପମିତ୍ରା ଦ୍ୱିବେଦୀ, ଚିତ୍ରସେନ ମାଝୀ, ରଘୁନାଥ ବେହେରା, କଳ୍ପନା ବେହେରା, ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ, ହିମାଂଶୁ ଭୂଷଣ ପଣ୍ଡା, ସୁରେଶ ଦାସ ପ୍ରମୁଖ ସହଯୋଗ କରିଥିଲେ।

Next Post

ଜିଲ୍ଲାପାଳଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟର ସମୀକ୍ଷା

Sat Dec 6 , 2025
କେନ୍ଦ୍ରାପଡ଼ା,୬ା୧୨:କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟାର ଶନିବାର ଜିଲ୍ଲା କାର୍ଯ୍ୟାଳୟର ସଦଭାବନା ସଭାଗୃହରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜନଶୁଣାଣି,ସରକାରୀ ଜମି ସୁରକ୍ଷା, ଅଙ୍ଗନୱାଡି ଏବଂ ବିଦ୍ୟାଳୟ ଗୁଡିକର ଭିତ୍ତିଭୂମି ସୁଦୃଢ କରିବା, ବାତ୍ୟା ଆଶ୍ରୟ ସ୍ଥଳ ମରାମତି, ଭାଗବତ ଟୁଙ୍ଗି, ବ୍ଲକସ୍ତରୀୟ ଷ୍ଟାଡିୟମ ନିର୍ମାଣ ପାଇଁ ଜମି ଚିହ୍ନଟ, ଶ୍ରମିକ ପଞ୍ଜିକରଣ, ଶୀତଳ ଭଣ୍ଡାର, ପ୍ୟାକ୍ସରେ ମଣ୍ଡୀ ପାଇଁ ଜମି ଏବଂ ବିଭାଗ ବିଭାଗ ମଧ୍ୟରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading