ଧାନମଣ୍ଡି ନଥିବାରୁ ବଢୁଛି ଚାଷୀଙ୍କ ଦୁଃଖ

blank
କେନ୍ଦ୍ରାପଡ଼ା,୧ା୧୨: କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ନଦୀନାଳ ଘେରା ଦଶିପୁର ଗ୍ରାମପଞ୍ଚାୟତରେ ଚାଷୀମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏକ ମିନି ଧାନମଣ୍ଡି ଖୋଲିବାକୁ ପଞ୍ଚାୟତବାସୀ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି। ପଞ୍ଚାୟତବାସୀ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିବା ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଆଳି ବ୍ଲକର ଦଶିପୁର ପଞ୍ଚାୟତ ହେଉଛି ଏକ ନଦୀନାଳ ଘେରା ପଞ୍ଚାୟତ। ପୂର୍ବରୁ ସେମାନେ ଦେମାଳ ଗ୍ରାମପଞ୍ଚାୟତ ଅଧିନରେ ଥିବାରୁ ଦେମାଳ ପ୍ରାଥମିକ କୃଷି ସମବାୟ ସମିତି ଅଧିନରେ ରହିଥିଲା। ସେତେବେଳେ ଚାଷୀମାନେ ଦେମାଳ ସମିତି ମଣ୍ଡିରେ ଧାନ ବିକିବାର ସୁବିଧା ପାଉନଥିବା ବେଳେ ଏବେ ମଧ୍ୟ ସେମାନେ ଏହି ସୁଯୋଗରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି। କାରଣ ନଦୀ ନାଳ ପାରି ହୋଇ ସେମାନଙ୍କ ଧାନ ଦେମାଳ ସମବାୟ ସମିତିକୁ ଆଣି ବିକ୍ରୀ କରିବା ପାଇଁ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି। ସେମାନଙ୍କ ଧାନ ବିକ୍ରୀ ହୋଇପାରୁନଥିବାରୁ ବାଧ୍ୟହୋଇ ସେମାନେ ବ୍ୟବସାୟୀଙ୍କୁ ଅଦର ଦରରେ ଧାନ ବିକ୍ରୀ କରି କ୍ଷତିଗ୍ରସ୍ତ ହେଉଛନ୍ତି। ଚାଷୀମାନେ ବହୁ ପରିଶ୍ରମ କରି ଚାଷ କାର୍ଯ୍ୟ କରିବା ପରେ ଧାନ ଅମଳ କରିଥାନ୍ତି। ସେମାନେ ଆଶା ରଖିଥାନ୍ତି ଯେ ସେହି ଧାନକୁ ସରକାରୀ ଦରରେ ବିକ୍ରୀ କରି ସେଥିରୁ ପାଉଥିବା ଅର୍ଥରେ ସେମାନଙ୍କ ତେଲ ଲୁଣର ସଂସାର ଚଳାଇବା ସହ ପିଲାମାନଙ୍କ ପାଠପଢା ଖର୍ଚ୍ଚ ତୁଲାଇବା ଏବଂ ଭବିଷ୍ୟତ ପାଇଁ କିଛି ସଞ୍ଚୟ କରିପାରିବେ। କିନ୍ତୁ ଧାନମଣ୍ଡିରେ ସରକାରୀ ଧାର୍ଯ୍ୟ ଦରରେ ସେମାନେ ଅମଳ କରିଥିବା ଧାନକୁ ବିକ୍ରୀ କରିନପାରି ବ୍ୟବସାୟୀଙ୍କୁ କ୍ୱିଣ୍ଟାଲ ପିଛା ୮ଶହରୁ ୯ଶହ ଟଙ୍କା କମ ଦାମରେ ଧାନ ବିକ୍ରୀ କରୁଥିବାରୁ ଚାଷୀମାନଙ୍କ ସେହି ସ୍ୱପ୍ନ ଆଉ ସାକାର ହୋଇପାରୁନାହିଁ। ବ୍ୟବସାୟୀଙ୍କ ଠାରୁ ଚାଷୀଟି ଯେଉଁ ଅର୍ଥ ପାଉଛି ତାହା କେବଳ ଚାଷ କରିବା ପାଇଁ କରିଥିବା ଋଣ ସୁଝିବା ଓ ନିଜର ତେଲଲୁଣ ସଂସାର ଚଳାଇବା ପାଇଁବି ନିଅଣ୍ଟ ହେଉଥିବା ଜଣେ ଚାଷି କହିଛନ୍ତି। ତେଣୁ ଚଳିତ ବର୍ଷ ଦଶିପୁର ପଞ୍ଚାୟତରେ ଚାଷୀମାନଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏକ ମିନି ଧାନମଣ୍ଡି ଦଶିପୁରରେ ଖୋଲାଯିବାକୁ ପଞ୍ଚାୟତବାସୀଙ୍କ ପକ୍ଷରୁ ବିକେକାନନ୍ଦ ଦାଶ, ସରପଞ୍ଚ ପ୍ରଦ୍ୟୁତ ମହାନ୍ତି, ଅକ୍ଷୟ ମହାନ୍ତି, ଅମର ସାହୁ, ପ୍ରକାଶ ଦାସ, ନିରଞ୍ଜନ ନାୟକ, କେ.ଏମ.ସେଠୀ, ଦୟା ବେହେରା ପ୍ରମୁଖ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇବା ସହ ଦାବି କରିଛନ୍ତି। ଜିଲ୍ଲାପାଳ ଏହି ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମବାୟ ସମତି ସମୁହର ଉପନିବନ୍ଧକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Next Post

କଳାକାର ଅକ୍ଷୟ ସାମଲଙ୍କୁ ଓଡିଶା ରତ୍ନ ପ୍ରଦାନ

Mon Dec 1 , 2025
କେନ୍ଦ୍ରାପଡ଼ା,୧ା୧୨:କେନ୍ଦ୍ରାପଡା ମାଟିର ପୁଅ ଅକ୍ଷୟ କୁମାର ସାମଲଙ୍କୁ ଏକ ରାଜ୍ୟ ସ୍ତରୀୟ ଉତ୍ସବରେ ଓଡିଶା ରତ୍ନ ଆୱାର୍ଡ ପ୍ରଦାନ କରାଯାଇଛି। ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ମୁର୍ଛନାର ବାର୍ଷିକ ଉତ୍ସବ ଅବସରରେ ତବଲାବାଦକ ଶ୍ରୀ ସାମଲଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ଏହି ପୁରସ୍କାର ପ୍ରଦାନ କରାଯାଇଛି। କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅଧିନ ଆଇତିପୁର ପଞ୍ଚାୟତର ବିଲବଳରାମପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ସାମଲ ପ୍ରଥମେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading