ସଫଳତା ପାଇଁ ବିନୟ ହୃଦୟର ଆବଶ୍ୟକତା ରହିଛି , କେନ୍ଦ୍ରାପଡା କଲେଜ ଦର୍ଶନଶାସ୍ତ୍ର ବିଭାଗର ଆଲୋଚନାଚକ୍ର

blank
କେନ୍ଦ୍ରାପଡ଼ା,୨୨ା୧:କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଦର୍ଶନଶାସ୍ତ୍ର ବିଭାଗ ଆନୁକୂଲ୍ୟରେ “ସତ୍ୟତା,ଶାଳିନତା ଓ ବିନମ୍ରତା ଦ୍ୱାରା ଉତ୍ତମ ମଣିଷ ଗଠନ” ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଦର୍ଶନଶାସ୍ତ୍ର ବିଭାଗ ମୁଖ୍ୟ ପ୍ରାଧ୍ୟାପକ ସତ୍ୟରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବେ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନା ଯୋଗଦେଇ କହିଲେ ଛାତ୍ରଛାତ୍ରୀମାନେ ଜୀବନରେ ସଫଳତା ହାସଲ କରିବାକୁ ଚାହିଁଲେ ପ୍ରଥମେ ନୈତିକତାକୁ ଅଗ୍ରାଧିକାର ଦେବାକୁ ପଡିବ। ନୈତିକ ମୂଲ୍ୟବୋଧ ଉପରେ ଜୀବନ ପର୍ଯ୍ୟବେଶିତ ହେଲେ ଭବିଷ୍ୟତ ଉଳ୍ୱଳମୟ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ପତିତପାବନ ଦାସ ଯୋଗଦେଇ କହିଲେ ମୁଲ୍ୟବୋଧ ଭିତ୍ତିକ ଜୀବନ ହେଉଛି ବାସ୍ତବ ଜୀବନ। ଯେଉଁମାନଙ୍କ ଜୀବନରେ ସାଧୁତା ଓ ସଚୋଟତା ନାହିଁ ସେମାନେ କେବେହେଲେ ସଫଳତାର ସ୍ୱାଦ ଚାଖିପାରିବେ ନାହିଁ। ଛାତ୍ରଛାତ୍ରୀମାନେ ଏହି ବୟସରୁ ଜୀବନର ପ୍ରକୃତ ମୂଲ୍ୟବୋଧ କଣ ତାହା ଏହି ବୟସରୁ ନିଜର ଜ୍ଞାନ ବଳରେ ଜାଣିବା ଉଚିତ ବୋଲି ସେ କହିଥିଲେ। ଏହାପରେ ପ୍ରଶ୍ନତ୍ତୋର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଭାଗୀୟ ମୁଖ୍ୟ ପ୍ରଫେସର ସତ୍ୟରଞ୍ଜନ ମିଶ୍ର ଅତିଥି ପରିଚୟ ପ୍ରଦାନ ସହ ଆଲୋଚନାଚକ୍ରର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। +୩ ତୃତୀୟ ବର୍ଷ ଛାତ୍ରୀ ସ୍ୱାତୀ ସୁମନ ସିଂ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଅଚ୍ୟୁତାନନ୍ଦ ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ କଲେଜର ଅଧ୍ୟାପକ,ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

Next Post

କନ୍ୟା ସନ୍ତାନ ଜନ୍ମ ହେବାରୁ ବୋହୁକୁୂ ଜିଅନ୍ତା ଜାଳି ମାରିଦେବାକୁ ଉଦ୍ୟମ !

Fri Jan 23 , 2026
  ଥାନାରେ ଏତଲା , ପୋଲିସର ତଦନ୍ତ ,ଶ୍ୱଶୁରକୁ ଅଟକ   ପଟ୍ଟାମୁଣ୍ଡାଇ ୨୩/୧ –  କନ୍ୟା ସନ୍ତାନ ଜନ୍ମ ଦେବାରୁ ଶ୍ୱଶୁର ତାଙ୍କ ବୋହୁକୁ ଜୀବନ୍ତ ଜାଳି ମାରି ଦେବାକୁ ଉଦ୍ୟମ କରିଥିବା ନେଇ ଅଭିଯୋଗ ହୋଇଛି । ଏଭଳି ଘଟଣା କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଡାମରପୁର ଗାଁରୁ ଆସିଛି । ଡାମପୁର ଗ୍ରାମର ସସ୍ମିତା ଦାସ ଓ ତାଙ୍କ ୩ବର୍ଷର କନ୍ୟା ଘରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading