
ପଟ୍ଟାମୁଣ୍ଡାଇ ତା୧୦/୧-ପଟ୍ଟାମୁଣ୍ଡାଇ ମହିଳା ଡିଗ୍ରୀ ମହାବିଦ୍ୟାଳୟର ୨୫ ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଶ୍ରୀଧର ବେହେରା ଆନୁଷ୍ଠାନିକ ଭାବେ କ୍ରୀଡା ପତାକା ଉତ୍ତୋଳନ କରି ବାର୍ଷୀକ କ୍ରୀଡା ଉତ୍ସବର ଶୁଭ ଉଦଘାଟନ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଏମ ଏନ ହାଇସ୍କୁଲ କ୍ରୀଡା ଶିକ୍ଷକ ଶଶାଙ୍କ ଶେଖର ସାହୁ, ସହକାରୀ ଶିକ୍ଷକ ଶ୍ରୀକାନ୍ତ ମଲିକ, ମହିଳା କଲେଜ କ୍ରୀଡା ଶିକ୍ଷକ ଅଳକା ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କଲେଜ ଛାତ୍ରୀମାନେ କ୍ରୀଡା ପତାକା ଧରି ପଟ୍ଟାମୁଣ୍ଡାଇ ବଜାର ପରିକ୍ରମା କରି ଖେଳ ପଡିଆରେ ପହଁଚିବା ପରେ କ୍ରୀଡା ସଂଯୋଜିକା ଶୁଭଶ୍ରୀ ପ୍ରିୟଦର୍ଶନୀ ତରାଇ , ସହସଂଯୋଜିକା ଜ୍ୟୋର୍ତିମୟୀ ଦାସ, ସରିତାରାଣୀ ଦାସଙ୍କ ଦ୍ୱାରା କ୍ରୀଡା ପ୍ରତିଯୋଗିତା ଆରମ୍ଭ କରାଯାଇଥିଲା । ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତାକୁ ସୁକାନ୍ତ ନାଥ, ରତିରଞ୍ଜନ ନାୟକ, ମଧୁସ୍ମିତା ବସନ୍ତରାୟ, ସସ୍ମିତା ସାମନ୍ତରାୟ, ଏଲିନା ପ୍ରିୟଦର୍ଶନୀ ନାୟକ, ନିର୍ମଳ ସେଠୀ, ଅମିତ ନାୟକ, ଚାମଲ ରଞନ ନାୟକ, ରୋଜାଲିନ ସାହୁ , ଲିତାଲି ଲେଙ୍କା , ସ୍ୱପ୍ନାରାଣୀ ମଲିକ , ବିନୋଦିନୀ ନାୟକ, ଅନନ୍ୟା ଆତ୍ମଜା ମଲିକ, ସୋନାଲି ଦାସ ପ୍ରମୁଖ ପରିଚାଳନା କରିଥିଲେ । ଏହି ବାର୍ଷିକ କ୍ରୀଡା ଉତ୍ସବରେ ପଟ୍ଟାମୁଣ୍ଡାଇ ମହିଳା ଡିଗ୍ରୀ କଲେଜ ଓ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପିକାଅଧ୍ୟାପକ ଓ କର୍ମଚାରୀ ଓ ଛାତ୍ରୀମାନେ ଯୋଗ ଦେଇଥିଲେ।
