ମହିଳା ବିଡିଓଙ୍କୁ ନିର୍ଯ୍ୟାତନା ପ୍ରତିବାଦରେ ଯୁବଛାତ୍ର କଂଗ୍ରେସର ପ୍ରତିବାଦ ଓ କୁଶପୁତଳିକା ଦାହ

blank
ପଟ୍ଟାମୁଣ୍ଡାଇ ୪/୧ – ରାଜ୍ୟର ଭାଜପା ସରକାର ସମୟରେ ମହିଳା ନିର୍ଯ୍ୟାତନା ବଢ଼ି ଚାଲିଛି । ନିକଟରେ ରାଜନଗର ଭାଜପା ନେତା ଲଳିତ ବେହେରା ରାଜନଗର ବ୍ଲକର ମହିଳା ବିଡ଼ିଓଙ୍କୁ ଆକ୍ରମଣ କରିବା ଘଟଣାର ପଟ୍ଟାମୁଣ୍ଡାଇ ଯୁବ ଓ ଛାତ୍ର କଂଗ୍ରେସ ପ୍ରତିବାଦ କରିବା ସହିତ ମେଡିକାଲ ଛକ ଠାରେ ଭାଜପା ସରକାର ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ଆକ୍ରମଣକାରୀ ଭାଜପା ନେତା ଲଳିତ ବେହେରା ଓ ତାଙ୍କ ସମର୍ଥକଙ୍କ ଗିରଫ ଦାବୀ କରିଥିଲେ । ଶେଷରେ ଯୁବ ଓ ଛାତ୍ର କଂଗ୍ରେସ ନେତାମାନେ ଭାଜପା ନେତା ଲଳିତ ବେହେରାଙ୍କ କୁଶ ପୁତଳିକା ଦାହ କରିଥିଲେ । ଏଥିରେ ଜିଲାଛାତ୍ର କଂଗ୍ରେସ ବିଭୁ ପ୍ରସାଦ ଜେନା, ଉମେଶ ପାଢ଼ୀ, ଦିବେଶ ରାଜ, ସୁରଜ ରାଉତରାୟ ବିଶ୍ୱଜିତ ଦାସ, ଆକାଶ ରାଉତରାୟ ଓ ସନତ ମଲିକ ପ୍ରମୁଖ ବହୁ ଯୁବ ଛାତ୍ର କଂଗ୍ରେସ ନେତା ସାମିଲ ହୋଇଥିଲେ ।

Next Post

ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତ ତରଫରୁ ଆଇନ ସଚେତନତା କାର୍ଯ୍ୟକ୍ରମ

Sun Jan 4 , 2026
ପଟ୍ଟାମୁଣ୍ଡାଇ ତା ୪/୧- ଦେଶ ବିକାଶରେ ଆଇନ ବ୍ୟବସ୍ଥାର ସଫଳ କାର୍ଯ୍ୟକାରିତା ଗୁରୁତ୍ୱପୂର୍ଣ୍ଣ। ପ୍ରଚଳିତ ଆଇନ ବ୍ୟବସ୍ଥା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇପାରିଲେ ହିଁ ଜନସାଧାରଣ ଆବଶ୍ୟକ ଆଇନଗତ ସହାୟତା ସହଜରେ ପାଇପାରିବେ। ଆଉ ବିଚାର କାର୍ଯ୍ୟ ଶୀଘ୍ର ହେବା ଦ୍ୱାରା ବହୁ ଅର୍ଥ ଅପଚୟ ରୋକିହେବ ବୋଲି ପଟ୍ଟାମୁଣ୍ଡାଇ ସରସ୍ୱତୀ ଶିଶୁ ମନ୍ଦିର ଠାରେ ଆୟୋଜିତ ଆଇନ ସଚେତନତା କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଜଜ ବିଦ୍ୟାଧର ପୃଷ୍ଟି ପ୍ରକାଶ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading