ଜିଲ୍ଲା ସ୍ତରୀୟ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ

blank
କେନ୍ଦ୍ରାପଡ଼ା, ୬ା୧୨: ଜିଲ୍ଲା ପୋଲିସ ମୂଖ୍ୟାଳୟ ରିଜର୍ଭ ପୋଲିସ ପଡିଆରେ ଶନିବାର ୬୩ତମ ରାଜ୍ୟ ଗ୍‌ୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ସମ୍ମିଳିତ ପ୍ୟାରେଡର ନେତୃତ୍ୱ ନେଇଥିଲେ ଗୃହରକ୍ଷୀ ବନବିହାରୀ ନାୟକ । ପ୍ରଥମେ ୧୯୪୨ ମସିହାରେ ବମ୍ବେ ଠାରେ ସାମ୍ପ୍ରଦାୟିକ ଦଙ୍ଗାକୁ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକ ପୋଲିସ ବାହିନୀ ନଥିବାରୁ ସେତେବେଳେ ପୋଲିସ ସଂସ୍ଥାକୁ ସାହାଯ୍ୟ କରିବାକୁ ଗୃହରକ୍ଷୀ ବାହିନୀ ଗଠନ କରାଯାଇଥିବା ବେଳେ ପୁନଶ୍ଚ ୧୯୬୨ ମସିହା ଡିସେମ୍ବର ୬ତାରିଖରେ ଚୀନ ଭାରତ ଉପରେ ଆକ୍ରମଣ କରିବା ସମୟରେ ଗୃହରକ୍ଷୀ ସଂସ୍ଥାକୁ ସାରାଦେଶରେ ମାନ୍ୟତା ମିଳିବା ସହିତ ପୋଲିସ ପଛକୁ ନିଷ୍କାମ ସେବାରେ ମହାନ ବ୍ରତ ନେଇ ଏକ ସହାୟକ ସଂସ୍ଥା ଭାବରେ ସାମିଲ କରାଯାଇଥିଲା ବୋଲି ଏସ.ପି. ଶ୍ରୀ କଟ୍ଟାରିଆ ବକ୍ତବ୍ୟ ରଖିଥିଲେ । ତେଣୁ ସେହିଦିନ ଠାରୁ ସାରା ଭାରତବର୍ଷରେ ଡିସେମ୍ବର ୬ ତାରିଖକୁ ଗୃହରକ୍ଷୀ ବାହିନୀ ପ୍ରତିଷ୍ଠା ଦିବସ ଭାବେ ପାଳନ କରାଯାଇଆସୁଅଛି । ଗ୍‌ୃହରକ୍ଷୀମାନେ ନିଷ୍ଠାର ସହିତ ସେବା ମନୋଭାବ ନେଇ କର୍ତ୍ତବ୍ୟ ସମ୍ପାଦନ କରିବାକୁ ଆରକ୍ଷୀ ଅଧିକ୍ଷକ ଶ୍ରୀ କଟ୍ଟାରିଆ ପରାମର୍ଶ ଦେଇଥିଲେ। ଏହି ଉତ୍ସବରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଧାକର ସାହୁ, ଡିଏସପି(ଡିଆଇବି) ଲକ୍ଷ୍ମୀନାରାୟଣ ତିୱାରୀ,କେନ୍ଦ୍ରାପଡା ଏସ.ଡି.ପି.ଓ.ଜ୍ୟୋତିରଞ୍ଜନ ଗୈାଡା, ଉପ ଆରକ୍ଷୀ ଅଧିକ୍ଷକ ସରୋଜ କୁମାର ସାହୁ, ରିଜର୍ଭ ଇନିସପେକ୍ଟର ପ୍ରଶାନ୍ତ କୁମାର ରଣସିଂହ, ଇନସପେକ୍ଟର(ଆର୍ମସ)ଅକ୍ଷୟ କୁମାର ଘଡେଇ, ଟାଉନଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁଙ୍କ ସମେତ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

Next Post

ବିଧାନସଭାରେ ପ୍ରାର୍ଥନା ଦିବସ ପ୍ରସଙ୍ଗ ଉଠାଇଲେ ବିଧାୟକ ଗଣେଶ୍ୱର

Sat Dec 6 , 2025
କେନ୍ଦ୍ରାପଡ଼ା,୬ା୧୨:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ବିଗତ ୮ବର୍ଷ ଧରି ବିଶ୍ୱଶାନ୍ତି ପାଇଁ ପ୍ରତ୍ୟେକ ବର୍ଷ ଜାନୁଆରୀମାସ ପହିଲା ଦିନ ସମୂହ ପ୍ରାର୍ଥନାର ଆୟୋଜନ କରିଆସୁଛନ୍ତି। ସମଗ୍ର ବିଶ୍ୱରେ ଆଶାନ୍ତି ବ୍ୟାପୁଥିବାରୁ ଧର୍ମ,ମତ,ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ଭିତରେ ସୈାହାର୍ଦ୍ୟପୂର୍ଣ୍ଣ ସମ୍ପର୍କ ଓ ବାତାବରଣ ସୃଷ୍ଟି କରିବା ଉଦେଶ୍ୟରେ ଏକ ନିର୍ଦ୍ଦିଷ୍ଟ ସମୟରେ ସମସ୍ତେ ଘଣ୍ଟାଟିଏ ପାଇଁ ନିଜ ନିଜର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading