ଗୁରୁଶ୍ରୀ ସୁଶାନ୍ତ ପାଣିଙ୍କୁ ଶ୍ରୁତି ସମ୍ମାନ

blank
ପଟ୍ଟାମୁଣ୍ଡାଇ ତା ୫/୫- ଉତ୍କଳୀୟ ଗୀତ-ବାଦ୍ୟ-ନୃତ୍ୟ-ନାଟ୍ୟ-ଚିତ୍ରାଦି ପଞ୍ଚକଳାର ମହାର୍ଘ୍ୟ ଶିକ୍ଷାଦାନ, ଉନ୍ନତ କଳାଶିଳ୍ପୀ ନିର୍ମାଣ ଓ ସାଂସ୍କୃତିକ ପ୍ରଚାର-ପ୍ରସାର କ୍ଷେତ୍ରରେ ଜୀବନବ୍ୟାପୀ ଉଲ୍ଲେଖନୀୟ ଅବଦାନ ପାଇଁ ପଟ୍ଟାମୁଣ୍ଡାଇ ଅଂଚଳର ଅନନ୍ୟ ପଞ୍ଚକଳା ପ୍ରତିଷ୍ଠାନ ଗଡମେକର୍ ପ୍ରତିଷ୍ଠାତା-ନିର୍ଦ୍ଦେଶକ ଗୀତିକବି ତଥା ଗୁରୁଶ୍ରୀ ସୁଶାନ୍ତ କୁମାର ପାଣିଙ୍କୁ ମର୍ଯ୍ୟାଦାଜନକ “ଶ୍ରୁତି ସମ୍ମାନ -୨୦୨୬” ପ୍ରଦାନ କରାଯାଇଛି ।  ଏହି ଉପଲକ୍ଷେ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ୨୧ତମ ଶ୍ରୁତି ସମାରୋହରେ ବିଶ୍ବବିଦିତ ଓଡ଼ିଶୀ ନୃତ୍ୟ ପଟ୍ଟୟସୀ ପଦ୍ମଶ୍ରୀ ଅରୁଣା ମହାନ୍ତି ଓ ଡଃ. ସୁଜାତା ମହାପାତ୍ର, ତାଳବାଦ୍ୟ ଗୁରୁ ପଣ୍ଡିତ ଧନେଶ୍ଵର ସ୍ବାଇଁ, ଆକାଶବାଣୀ ଗୀତିକାର ପୀତାମ୍ବର ମିଶ୍ର, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼. ବିଜୟ କୁମାର ଜେନା ଓ ଶ୍ରୁତି ସମ୍ପାଦିକା ସୁକଣ୍ଠ ଶିଳ୍ପୀ ହରପ୍ରିୟା ସ୍ବାଇଁ ପ୍ରମୁଖ ଯୋଗ ଦେଇ ଗୁରୁଶ୍ରୀ ପାଣିଙ୍କୁ ଏହି ମର୍ଯ୍ୟାଦାଜନକ ଶ୍ରୁତି ସମ୍ମାନ ପ୍ରଦାନ କରିଥିଲେ।  ଏଥି ପୂର୍ବରୁ ଗୁରୁ ଶ୍ରୀପାଣି ଉଭୟ ହରିୟାନା ତଥା ଓଡ଼ିଶା ରାଜ୍ୟପାଳଙ୍କ ଦ୍ବାରା ସମ୍ବର୍ଦ୍ଧିତ ହେବା ସହିତ କଳା-ସଂସ୍କୃତି ସମ୍ମାନ, ଭାରତୀ ଯୁବ ସମ୍ମାନ, ବଳଦେବଶ୍ରୀ ସମ୍ମାନ, ପୃଥ୍ବୀଦେବୀ ସମ୍ମାନ, ସୁଲେଖା ସଂସ୍କୃତି ସମ୍ମାନ, ଗ୍ରନ୍ଥସାରଥି ସମ୍ମାନ, ଭଜନ ସମ୍ରାଟ ଭିକାରୀବଳ ସ୍ମୃତି ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

Next Post

ଦାଣ୍ଡିସାହି ଜୟହିନ୍ଦ ହାଇସ୍କୁଲରେ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

Tue May 5 , 2026
ପଟ୍ଟାମୁଣ୍ଡାଇ ତା୫ ॰୫ ନରେନ୍ଦ୍ର ଧଳ -ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦାଣ୍ଡିସାହି ପିଏମଶ୍ରୀ ଜୟହିନ୍ଦ ହାଇସ୍କୁଲର ଛାତ୍ରଛାତ୍ରୀ ମାନେ ଚଳିତ ମାଟ୍ରିକ ପରୀକ୍ଷା ରେ ବିଶେଷ ସଫଳତା ହାସଲ କରିଛନ୍ତି । ଏହି ଉପଲକ୍ଷେ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା ।  ଜୟ ହିନ୍ଦ ହାଇସ୍କୁଲର ଛାତ୍ରୀ ଅଭିସ୍ପା ରାଉତ ଚଳିତ ମାଟ୍ରିକ ପରୀକ୍ଷା ରେ ୫୪୦ ନମ୍ବର ରଖି ଏ୧ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading