ରାଜ୍ୟ କଂଗ୍ରେସ ଅନୁସୂଚିତଜାତି ପରାମର୍ଶଦାତା କମିଟି ସଦସ୍ୟା ହେଲେ ଡ. ସିପ୍ରା ମଲ୍ଲିକ

blank
କେନ୍ଦ୍ରାପଡ଼ା,୨୧ା୪:ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକଙ୍କୁ ଓଡିଶା ରାଜ୍ୟ କଂଗ୍ରେସ ଅନୁସୂଚିତ ଜାତି ପରାମର୍ଶଦାତା କମିଟିର ସଦସ୍ୟା ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ନିଖିଳ ଭାରତ କଂଗ୍ରେସ କମିଟି ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ରାଜେନ୍ଦ୍ର ପାଲ ଗୈାତ୍ତମ ଏହି ନିଯୁକ୍ତି ଦେଇଥିବା ନେଇ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କୁ ଏକପତ୍ର ମାଧ୍ୟମରେ ଜଣାଇଛନ୍ତି। ପ୍ରଦେଶ କଂଗ୍ରେସ କମିଟିରେ ଜାତୀୟ କଂଗ୍ରେସର ସାଂଗଠନିକ ଦକ୍ଷତା ବୃଦ୍ଧି, ରାଜନୈତିକ ପରାମର୍ଶ, ଦଳର ଆଭିମୁଖ୍ୟ, ବିଭିନ୍ନ କାର୍ଯ୍ୟକ୍ରମ ଓ ସାଂଗଠନିକ ପ୍ରତିବଦ୍ଧତାକୁ ଅଗ୍ରାଧିକାର ପ୍ରଦାନ କରାଯାଇ ଏହି ନିଯୁକ୍ତି ଦିଆଯାଇଥିବା କୁହାଯାଇଛି। ଏହି ନିଯୁକ୍ତି ନିମନ୍ତେ ପୂର୍ବତନ ବିଧାୟିକା ଡ. ମଲ୍ଲିକ ନିଖିଳ ଭାରତ କଂଗ୍ରେସ କମିଟି ଅନୁସୂଚିତ ଜାତି ବିଭାଗର ଅଧ୍ୟକ୍ଷ ରାଜେନ୍ଦ୍ର ପାଲ ଗୈାତ୍ତମଙ୍କୁ କୃତଜ୍ଞତା ଅର୍ପଣ କରିଛନ୍ତି। ଏଥିପାଇଁ ଡ. ମଲ୍ଲିକଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି।

Next Post

କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ଜିଲ୍ଲାର ୩୩କନ୍ୟାଙ୍କ ସାମୁହିକ ବିବାହ ଅନୁଷ୍ଠିତ

Tue Apr 21 , 2026
କେନ୍ଦ୍ରାପଡ଼ା,୨୧ା୪:ସାମାଜିକ ସୁରକ୍ଷା, ନାରୀ ସଶକ୍ତିକରଣ ଓ ଲିଙ୍ଗଗତ ସମାନତାକୁ ଆଗେଇ ନେବା ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଅଧିନରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ଜିଲ୍ଲାସ୍ତରୀୟ ସାମୁହିକ ବିବାହ ଆୟୋଜିତ ହୋଇଛି। କେନ୍ଦ୍ରାପଡ଼ା ସହରସ୍ଥିତ ସାନ୍ତସାହି ଶ୍ରୀବଳଦେବଜୀଉ କଲ୍ୟାଣ ମଣ୍ଡପରେ ଆୟୋଜିତ ଏହି ଉତ୍ସବରେ ମୋଟ ୩୩ ଜଣ କନ୍ୟାଙ୍କ ସାମୂହିକ ବିବାହ ଶୃଙ୍ଖଳା ଓ ପାରମ୍ପରିକ ରୀତିନୀତି ଅନୁଯାୟୀ ସଫଳତାର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading