ନିଖୋଜ ଛାତ୍ର ମୃତ୍ୟୁ ଘଟଣା ୨ଜଣ ଥାନାରେ ଅଟକ

blank
କେନ୍ଦ୍ରାପଡ଼ା,୨୪ା୩: ନିଖୋଜ ଛାତ୍ର ମୃତ୍ୟୁ ଘଟଣାରେ ସଦର ଥାନା ପୋଲିସ ୨ଜଣଙ୍କୁ ଧରି ଆଣି ଥାନାରେ ଅଟକ ରଖିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ଗତ ୨୦ତାରିଖରେ କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ବଳରାମପୁର ନିକଟ ଲୁଣା ନଦୀରେ ଜଣେ ଛାତ୍ରଙ୍କ ଶବ ଭାସୁଥିବା ଅବସ୍ଥାରେ ପୋଲିସ ଜବତ କରିଥିଲା। ମୃତ ଛାତ୍ର ଡେରାବିଶ ଥାନା ଅନ୍ତର୍ଗତ କୁରୁଜଙ୍ଗା ପଂଚାୟତ ମନ୍ତ୍ରୀପଡା ଗ୍ରାମର ଖଗେଶ୍ୱର ମହାନ୍ତିଙ୍କ ପୁଅ ଆୟୁଷ୍ମାନ ଓରଫ ଧନ (୧୪) ସଦର ଥାନା ଅନ୍ତର୍ଗତ ଭରତପୁର ଗ୍ରାମର ମାମୁଁଘରକୁ ଆସିଥିଲେ। ଗତ ବୁଧବାର ସକାଳ ୯ଟାରେ ନିଜଗ୍ରାମକୁ ଫେରି ଯାଇଥିବା ସମ୍ପର୍କରେ ତାଙ୍କ ବାପା ଖବର ପାଇଥିଲେ ସୁଦ୍ଧା ଆୟୁଷ୍ମାନ ଘରକୁ ରାତି ପର୍ଯ୍ୟନ୍ତ ଫେରିନଥିଲେ। ତାଙ୍କ ପରିବାର ପକ୍ଷରୁ ମାମୁଁଘର ଭରତପୁର ସମେତ ବିଭିନ୍ନ ସମ୍ପକୀୟଙ୍କ ଘରେ ଖୋଜାଖୋଜି କରାଯିବା ପରେ ଶେଷରେ ପିତା ଖଗେଶ୍ୱର ସଦର ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୋଲିସ ପକ୍ଷରୁ ଥାନାରେ ଏକ ନିଖୋଜ ମାମଲା ରୁଜୁ କରାଯାଇଥିଲା। କିନ୍ତୁ ଗୁରୁବାର ସକାଳେ ବଳରାମପୁର ନଦୀ ଘାଟରେ ଜଣେ ପିଲାର ମୃତ ଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ସଦର ଥାନା ପୋଲିସ ସେଠାରେ ପହଞ୍ଚି ଶବ ଜବତ କରିଥିଲା। ପୋଲିସ ଠାରୁ ଖବର ପାଇ ଖଗେଶ୍ୱର ଘଟଣା ସ୍ଥଳକୁ ଯାଇ ପୁଅକୁ ଚିହ୍ନଟ କରିବା ପରେ ପୋଲିସ ଆୟୁଷ୍ମାନର ମୃତ ଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଛେଦ କରାଇ ପରିବାରକୁ ହସ୍ତାନ୍ତର କରିଥିଲା। ପୋଲିସ ଆୟୁଷ୍ମାନର ମୋବାଇଲକୁ ଜବତ କରିବା ସହିତ ସେହି ମୋବାଇଲରେ ପଡିଥିବା ସଂପୃକ୍ତ ସିମ କମ୍ପାନୀକୁ କଲ ଡିଟେଲସ ମାଗିଥିଲା। ସୋମବାର ସିମ କମ୍ପାନୀରୁ ତାହା ମିଳିବା ପରେ ସଦର ଥାନା ପୋଲିସ ଆୟୁଷ୍ମାନ ସହିତ ସେହିଦିନ ବହୁ ସମୟଧରି କଥା ହୋଇଥିବା ଦୁଇଜଣଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିବା ସହ ପଚରାଉଚୁରା କରୁଥିବା ଜଣାପଡିଛି। ଏସମ୍ପର୍କରେ କେନ୍ଦ୍ରାପଡା ସଦର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁଙ୍କୁ ପଚାରିବାରେ ସେ କହିଲେ ତଦନ୍ତ ଜାରି ରହିଛି କିନ୍ତୁ ଶବ ବ୍ୟବଛେଦ ରିପୋର୍ଟ ମିଳିବା ପରେ ଆୟୁଷ୍ମାନ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ।

Next Post

ମାଗୁରାଗଣ୍ଡପାଟଣା ମୁଣ୍ଡାବସ୍ତିରେ ନୂତନ ଜଳଯୋଗାଣ ପ୍ରକଳ୍ପର ଶିଳାନ୍ୟାସ

Mon Mar 24 , 2025
କେନ୍ଦ୍ରାପଡ଼ା,୨୪ା୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ଗ୍ରାମପଞ୍ଚାୟତର ମାଗୁରାଗଣ୍ଡପାଟଣା ମୁଣ୍ଡାବସ୍ତିରେ ଏକ ନୂତନ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ ହୋଇଯାଇଛି। ବହୁ ବର୍ଷ ଧରି ସେଠାରେ ପାନୀୟ ଜଳର ଅଭାବ ଯୋଗୁଁ ମୁଣ୍ଡାବସ୍ତିର ଲୋକମାନେ ୨/୩ କିଲୋମିଟର ଦୂରକୁ ଯାଇ ପାନୀୟ ଜଳ ଆଣୁଥିଲେ। ଏହି ଘଟଣାକୁ ଦୃଷ୍ଟିରେ ରଖି ୬ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟା ନିର୍ମଳା ମହାନ୍ତିଙ୍କ ପ୍ରଚେଷ୍ଟାରେ ଏହି ପାନୀୟ ଜଳ ଯୋଗାଣ ପ୍ରକଳ୍ପଟି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading