ଶ୍ୱଶୁର ଘରେ ଜ୍ୱାଇଁର ଉନ୍ମତ୍ତକାଣ୍ଡ : ଖାଇଲେ ଛେଚା

  • କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ
  • ଜ୍ୱାଇଁଙ୍କୁ ଡାକି  ମାଡ଼ ମରାଯାଇଥିବା ଅଭିଯୋଗ

 

କେନ୍ଦ୍ରାପଡା ୧୯/୫ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ସେକପୁର ବନ୍ଧପଡା ଗାଁରେ ପାରିବାରିକ ବିବାଦକୁ କେନ୍ଦ୍ରକରି ଶ୍ୱଶୁର ଘର ଲୋକେ ଜ୍ୱାଇଁଙ୍କୁ ଘରକୁ ଡାକି ନିର୍ଧୂମ ମାଡ଼ ମରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏଥିରେ ଜ୍ୱାଇଁ ଗୁରୁତର ଆହତ ହୋଇଥିବା ବେଳେ ପ୍ରଥମେ ପଟ୍ଟାମୁଣ୍ଡାଇ ପରେ କଟକ ମେଡିକାଲକୁ ଚିକିତ୍ସା ହେଉଛନ୍ତି। ଏଥିନେଇ  ଯୁବକଙ୍କ ଭଉଣୀ କଣ୍ଢେଇ ସେଠୀ ଘଟଣା ସମ୍ପର୍କରେ ପଟ୍ଟାମୁଣ୍ଡାଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଜ୍ୱାଇଁକୁ ମାଡ଼ ମରା ଘଟଣା ନେଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ରଙ୍କ ନିର୍ଦେଶରେ ପୋଲିସ ଘଟଣାସ୍ଥଳକୁ ଯାଇ ଛାନ ଭିନ କରିଛି ।

ଅଭିଯୋଗ ଅନୁଯାଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ସେକପୁର ବନ୍ଧସାହି ଗ୍ରାମର ଭରତ ସେଠୀଙ୍କ ଝିଅ ପୂର୍ଣ୍ଣିମା ସେଠୀ ଗତ ୩ ବର୍ଷ ତଳେ ମହାକାଳପଡ଼ା ଥାନା ଅନ୍ତର୍ଗତ ଅଳାଇଲୋ ଗ୍ରାମର ସୁଦର୍ଶନ ସେଠୀଙ୍କୁ ପ୍ରେମ ବିବାହ କରିଥିଲେ। ବିବାହ ବର୍ଷେ ପରେ ଦୁହିଁଙ୍କ ମଧ୍ୟରେ କଳହ ଲାଗି ରହୁଥିଲା । ଗତ ୪ ଦିନ ତଳେ ପୂର୍ଣ୍ଣିମା ବାପାଙ୍କ ଘର ସେକପୁର-ବନ୍ଧସାହିକୁ ପଳାଇଆସିଥିଲେ। ଗତ ୧୭ ତରିଖରେ ଜ୍ୱାଇଁଙ୍କୁ ଶ୍ୱଶୁର ଘରଲୋକେ ଫୋନ କରିଡକାଇଥିଲେ । ଏଥିନେଇ ସୁଦର୍ଶନ ୨ ଜଣ ଯୁବକଙ୍କ ସହ ଶ୍ୱଶୁର ଘର ବନ୍ଧପଡା ଆସିଥିଲା। ସେଠାରେ ତାଙ୍କୁ ନିର୍ଧୂମ ମାଡ଼ ମରାଯାଇଥିବା ନେଇ ଆଦର୍ଶ ଥାନାରେ ଅଭିଯୋଗ ହୋଇଛି ।
ସୁଦର୍ଶନ ଅତ୍ୟଧିକ ମଦ୍ୟପାନ କରିଥିବା ବେଳେ ଶ୍ୱଶୁର ଘରେ ପାଟିତୁଣ୍ଡ ଓ ଗଣ୍ଡଗୋଳ କରିଥିଲେ। ଏହା ଦେଖି ଗ୍ରାମବାସୀ ରଣ୍ଡ ହୋଇଯାଇଥିଲେ । ଜ୍ୱଇଁର ଉନ୍ମତ୍ତକାଣ୍ଡ ଦେଖି କେତେଜଣ ତାଙ୍କୁ ବାନ୍ଧି ପକେଇଥିଲେ। ପରେ ସେ ମଦ ସହିତ କନିଆରୀ ମଞ୍ଜି ଖାଇଦେଇଥିବା କହିବା ପରେ ସ୍ତ୍ରୀ ପୂର୍ଣ୍ଣିମା ତାଙ୍କୁ ପଟ୍ଟାମୁଣ୍ଡାଇ ମେଡ଼ିକାଲ ନେଇଥିଲେ । ପରେ ଅଧିକ ଚିକିତ୍ସା ପାଇଁ କଟକ ନେଇଛନ୍ତି ବୋଲି ତାଙ୍କ ପରିବାର ନିକଟରୁ ସୁଚନା ମିଳିଛି ।

ଏ ନେଇ ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ରଙ୍କୁ ପଚାରିବାରେ ସୁଦର୍ଶନ ଭଉଣୀ କଣ୍ଢେଇଙ୍କ ଅଭିଯୋଗ ଉପରେ ପୋଲିସ ଏକ ମାମଲା ନଂ-୧୨୬/୨୦୨୬ ରୁଜ୍ଜୁ କରିଛି। ଘଟଣା ସମ୍ପର୍କରେ ସୁଦର୍ଶନ ସ୍ତ୍ରୀ ପୂର୍ଣ୍ଣିମା ସହିତ ଫୋନରେ କଥା ହୋଇଛୁ। ସେ ମେଡିକାଲରେ ଅଛନ୍ତି । ସେ ଆସିଲେ ଘଟଣାର ସତ୍ୟାସତ୍ୟ ଉପରେ ଛାନଭିନ କରାଯିବ ।

Next Post

ସଠିକ ଓ ସ୍ୱଛ ଭୋଟର ତାଲିକା ପ୍ରକାଶନ ଉପରେ ଗୁରୁତ୍ୱାରୋପ , ରାଜନୈତିକ ଦଳମାନଙ୍କ ସହ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଆଲୋଚନା

Tue May 19 , 2026
କେନ୍ଦ୍ରାପଡ଼ା,୧୯ା୫:ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) କାର୍ଯ୍ୟକ୍ରମ ଲାଗୁ କରାଯାଇଥିବା ପରିପ୍ରେକ୍ଷୀରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଏହାର ସଫଳ ରୂପାୟନ ପାଇଁ ଆଜି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ରାଜନୈତିକ ଦଳମାନଙ୍କ ସହ ଏକ ଆଲୋଚନା ଓ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏସଆଇଆରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୋଗ୍ୟ ମତଦାତାଙ୍କୁ ଭୋଟର ତାଲିକାରେ ସାମିଲ କରିବା ସହ ଅଯୋଗ୍ୟ, ମୃତ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading