ଜିଲ୍ଲା କଂଗ୍ରେସ ପକ୍ଷରୁ ସମ୍ବିଧାନ ଦିବସ ପାଳିତ

blank
କେନ୍ଦ୍ରାପଡ଼ା,୨୬ା୧୧:କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ ଅନୁଷ୍ଠିତ ସମ୍ବିଧାନ ଦିବସ ପାଳନ ଉତ୍ସବରେ ଜିଲ୍ଲା କଂଗ୍ରେସ ସଭାପତି ଡାକ୍ତର ଦେବସ୍ମିତା ଶର୍ମା ଅଧ୍ୟକ୍ଷତା କରିଥିଲେ। ବରିଷ୍ଠ କଂଗ୍ରେସ ନେତା ଫକୀର ଚରଣ ଖଟୁଆ ଭାରତ ବର୍ଷର ସମ୍ବିଧାନ ଦିବସ ବା ଜାତୀୟ ଆଇନ ଦିବସରେ କହିଥିଲେ ଯେ ୧୯୪୯ମସିହାର ଆଜିର ଦିନରେ ସମ୍ବିଧାନ କମିଟିରେ ପ୍ରସ୍ତୁତ ଚିଠାକୁ ସର୍ବସମ୍ମତକ୍ରମେ ଗ୍ରହଣ କରାଯାଇ ୧୯୫୦ ଜାନୁଆରୀମାସ ୨୬ତାରିଖରେ ଦେଶର ଜନସାଧାରଣଙ୍କର ସ୍ୱାର୍ଥରକ୍ଷା ଓ ସୁରକ୍ଷା ସମେତ ଦେଶର ବିକାଶ ପାଇଁ କାର୍ଯ୍ୟକାରୀ କରି ପବିତ୍ର ଗ୍ରନ୍ଥ ସମ୍ବିଧାନକୁ ସାର୍ବଜନୀନ କରାଯାଇଥିଲା। ଯେଉଁ ଦିନକୁ ଆମେ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରି ଆସୁଅଛୁ। ବିଭିନ୍ନ ରାଜନୈତିକ ଦଳ ନିଜର ସ୍ୱାର୍ଥ ସାଧନ ପାଇଁ ଓ କ୍ଷମତା ଦଖଲ କରିବା ପାଇଁ ବିଭିନ୍ନ ସମୟରେ ସମ୍ବିଧାନକୁ ସଂଶୋଧନ କରି କ୍ଷତବିକ୍ଷତ କରିବାକୁ ପଛାଉ ନାହାନ୍ତି। ଏପରିକି ନିର୍ବାଚନ ଆୟୋଗଙ୍କୁ ହାତ ବାରିସୀ କରି ନାଗରିକମାନଙ୍କୁ ଭୋଟଦାନରୁ ବଞ୍ଚିତ କରାଉଛନ୍ତି। ଏହା ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ମନ୍ତବ୍ୟ ପ୍ରଣିଧାନ ଯୋଗ୍ୟ । ଏହାର ପ୍ରତିବାଦ କରି ନିଜର ନାର୍ଯ୍ୟ ଦାବିକୁ ହାସଲ କରିବା ଦେଶର ସାଧାରଣ ନାଗରିକ ସଜାଗ ରହିବାକୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ରତିକାନ୍ତ କାନୁନଗୋ, ଅଶୋକ ପ୍ରତିହାରୀ, ମହମ୍ମଦ ଆକବର ଅଲ୍ଲୀ, ଭାଗିରଥୀ ଜେନା, ବାବୁରାମ ଜେନା, ବିଧୁଭୂଷଣ ମହାପାତ୍ର, ରବିନାରାୟଣ ବେହେରା, ରାଜକିଶୋର ମିଶ୍ର, ଅନାଦି ଚରନ ସାହୁ, ହିମାଂଶୁ ନନ୍ଦ, ଉମେଶ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ। କ୍ଷୀରୋଦ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Next Post

୪କଳା ଶ୍ରମ କୋଡ୍ ବାତିଲ ଦାବିରେ ବିକ୍ଷୋଭ

Wed Nov 26 , 2025
କେନ୍ଦ୍ରାପଡ଼ା,୨୬ା୧୧:କେନ୍ଦ୍ରାପଡା ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଇ.ଏନ.ଟି.ୟୁ.ସି., ଏ.ଆଇ.ଟି.ୟୁ.ସି., ହିନ୍ଦ୍ ମଜଦୁର ସଭା, ସି.ଆଇ.ଟି.ୟୁ.,ଏ.ଆଇ.ସି.ସି.ଟି.ୟୁ., ୟୁ.ଟି.ୟୁ.ସି. ଓ ଜିଲ୍ଲା କୃଷକ ମଞ୍ଚ ପକ୍ଷରୁ ଗତ ୨୧ତାରିଖରେ କେନ୍ଦ୍ର ସରକାର ଲାଗୁ କରିଥିବା ୪ଟି ଶ୍ରମ କୋଡ୍ ବିରୋଧରେ ମିଳିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିସହିତ ରାଜ୍ୟପାଳଙ୍କ ଉଦେଶ୍ୟରେ ଏହି ଶ୍ରମ କୋଡକୁ ବାତିଲ କରାଯିବା ପାଇଁ ଏକ ସ୍ମାରକପତ୍ର ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କୁ ପ୍ରଦାନ କରାଯାଇଥିଲା। ପୂର୍ବରୁ ଥିବା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading