
ପଟ୍ଟାମୁଣ୍ଡାଇ ୨୬/୪ -ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶାସନ ପଂଚାୟତ ମାଳିପୁର ଗ୍ରାମର ଶନି ମନ୍ଦିର ପ୍ରାଙ୍ଗଣରେ ଶନିଦେବଙ୍କ ବିଶ୍ୱଶାନ୍ତି ମହାଯଜ୍ଞ ଗତ ୨୩, ୨୪, ୨୫ ତାରିଖ ୩ ଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି । ଏଇ ଅବସରରେ ଯଜ୍ଞ କଳସ ଶୋଭାଯାତ୍ରା ଭଜନ ସମାରୋହ ଜଳାଭିଷେକ ଅନୁଷ୍ଠିତ ହୋଇ ଶନିବାର ରାତ୍ରୀରେ ଯଜ୍ଞ ପୂର୍ଣ୍ଣାହୂତି ଦିଆଯାଇଥିଲା । ପୂଜକ ସନ୍ତୋଷ କୁମାର ପଣ୍ଡା ପ୍ରଭୁ ଶନିଦେବଙ୍କ ପୂଜାର୍ଚ୍ଚନା କରିବା ସହିତ ସମସ୍ତ ନୀତିକ୍ରାନ୍ତି ସମ୍ପନ୍ନ କରିଥିଲେ । ଏହି ମହାର୍ଘ୍ୟ କାର୍ଯ୍ୟକ୍ରମରେ ହଜାର ହଜାର ଭକ୍ତଙ୍କ ଦ୍ୱାରା ଶନିଦେବଙ୍କର ଜଳାଭିଷେକ କରାଯାଇଥିଲା । ଏହି ଅବସରରେ ଅଂଚଳର “ପ୍ରକୃତି ବନ୍ଧୁ” ସମ୍ମାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମକୁ ଆଇନଜୀବୀ ଧୀରେନ୍ଦ୍ରନାଥ ସାହୁଙ୍କ ପୌରହିତ୍ୟ ଓ ଶନି ମନ୍ଦିର ପରିଚାଳନା କମିଟି ସଭାପତି ରମାକାନ୍ତ ସାହୁଙ୍କ ସଂଯୋଜନା ଅନୁଷ୍ଠିତ ସଭାରେ ଆଳି କଲେଜ ବରିଷ୍ଠ ଅଧ୍ୟାପକ ରବିନ୍ଦ୍ର ଦାଶ ମୁଖ୍ୟଅତିଥି ଓ ଶିକ୍ଷାବିତ ଗୋପବନ୍ଧୁ ନାୟକ ମୁଖ୍ୟବକ୍ତା ଶାସନ ସରପଂଚ ସଂଗ୍ରାମ ବାରିକ କମିଟି ସମ୍ପାଦକ ଅଞ୍ଜନ କୁମାର ବିଶ୍ୱାଳ, ଗୋଲକ ବିହାରୀ ମଲିକ,ପ୍ରତିଷ୍ଠାତା ସମ୍ପାଦକ ସୁରେଶ କୁମାର ସେନାପତି ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ଏଇ ଅବସରରେ ଶିକ୍ଷାବିତ ଗୋପବନ୍ଧୁ ନାୟକଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯିବା ସହିତ ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପ୍ରମୋଦ କୁମାର କୁଣ୍ଡ , ଗଣେଶ ସେନାପତି, ପିଂଟୁ ସେନାପତି, ବାସୁଦେବ ସେଠୀ କାର୍ତୀକ ସେନାପତି ପ୍ରମୁଖ ପରିଚାଳନା କରିଥିଲେ ।
