
ପଟ୍ଟାମୁଣ୍ଡାଇ ତା ୧୩/୧୧-ଓଡିଶା ଗ୍ରାମ ପଂଚାୟତ କର୍ମଚାରୀ ପିଅନ ମହା ସଂଘ ଆହ୍ୱାନରେ ବିଭିନ୍ନ ଦାବୀ ପୂରଣ ପାଇଁ ଆନ୍ଦୋଳନ କରିବା ନିମନ୍ତେ ପଟ୍ଟାମୁଣ୍ଡାଇ ବ୍ଲକ ଗ୍ରାମ ପଂଚାୟତ କର୍ମଚାରୀ ପିଅନ ମହାସଂଘ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାସଂଘ ସଭାପତି ଦିଲ୍ଲୀପ କୁମାର ପାଗଳଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ସୁନାକାର ରାଉତ, ସୁରେଶ ଲେଙ୍କା, ସାଗର ବାରିକ, ସତ୍ୟ ପ୍ରକାଶ ରାଉତ ସନ୍ତୋଷ ମଲିକ ପ୍ରମୁଖ ଭାଷଣ ଦେଇ ଓଡିଶାର ୬୨୯୪ ପଂଚାୟତରେ ଗୋଟିଏ ପିଅନ ପଦବୀ ସୃଷ୍ଟି କରି ସ୍ଥାୟୀ ନିଯୁକ୍ତି ସହ ଦରମା ପ୍ରଦାନ,୨୦୧୪ମସିହା ଓଡିଶା ଗ୍ରାମ ପଂଚାୟତ ଅଧିନିୟମ ୧୨୫ଉଛେଦ ସହ ୧୯୭୪ମସିହା ଓଡିଶା ଗ୍ରାମ ପଂଚାୟତ ଅଧିନିୟମ ୧୨୩କୁ ବିଧାନସଭାରେ ଉପସ୍ଥାପନ କରି ସଂଶୋଧନ କରିବାଡି ପି ଓ ମାଧ୍ୟମରେ ପଂଚାୟତ ପିଅନ ନିଯୁକ୍ତି ନକରି ସରକାର ସିଧା ସଳଖ ନିଯୁକ୍ତି କରି ଦୈନିକ ୪୫୦ଟଙ୍କା ଓ ମାସିକ ୧୮ହଜାର ଟଙ୍କା ଦରମା ବ୍ୟବସ୍ଥା କରିବା, ପଂଚାୟତରାଜ ବ୍ୟବସ୍ଥାରେ ପିଅନ ମାନଙ୍କୁ ସାମିଲ କରି ଇ ଗଭର୍ଣ୍ଣ।ନ୍ସ ପୋର୍ଟାଲରେ ପଂଚାୟତରାଜ କର୍ମଚାରୀ ଭଳି ପିଅନ ମାନଙ୍କୁ ପଞ୍ଜିକୃତ କରିବା, ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ପଦୋନ୍ନତି ପ୍ରଦାନ କରିବା, ୬୦ବର୍ଷ ପରେ ଅବସର ନେଇଥିବା ପିଅନ ମାନଙ୍କୁ ପେନସନ ପ୍ରଦାନ କରିବା, ପଂଚାୟତ ପିଅନ ମାନଙ୍କୁ ଅନଲାଇନ ମାଧ୍ୟମରେ ମାସକୁ ମାସ ଦରମା ପ୍ରଦାନ କରିବା ଆଦି ୧୦ ଦଫା ଦାବୀ ପୂରଣ ଦିଗରେ ସରକାର ପଦକ୍ଷେପ ନନେଲେ ଓଡିଶା ପଂଚାୟତ କର୍ମଚାରୀ ପିଅନ ମହାସଂଘ ପକ୍ଷରୁ ଆନ୍ଦୋଳନ କରାଯିବ ପଟ୍ଟାମୁଣ୍ଡାଇ ବ୍ଲକ କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି ।
