ବାସୁଦେବ ମେଲଣ ମହୋତ୍ସବରେ ମୁକ୍ତମଞ୍ଚ ନାଟକ ସଙ୍ଗୀତ,ନୃତ୍ୟ,ସଂଳାପରେ ଦର୍ଶକ ବିଭୋର

blank
କେନ୍ଦ୍ରାପଡ଼ା,୧୦ା୪: କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ୍ ଅନ୍ତର୍ଗତ କିଣିଲୋ ଗ୍ରାମରେ ବାସୁଦେବ ମେଲଣ ମହୋତ୍ସବ ମହାସମାରୋହାରେ ଅନୁଷ୍ଠିତ ହୋଇଯାଇଛି। ଚୈତ୍ର ପୂର୍ଣ୍ଣିମାରେ ଏହି ସ୍ୱତନ୍ତ୍ର ଭାଗବତ ମେଲଣକୁ ନେଇ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ବାସୁଦେବ ଯୁବ ପରିଷଦ ଡ୍ରାମାଟିକ କ୍ଲବ୍ ପକ୍ଷରୁ ଦୁଇ ରଜନୀ ଧରି ମୁକ୍ତମଞ୍ଚ ନାଟକ ପ୍ରଦର୍ଶିର୍ତ ହୋଇଯାଇଛି। ପ୍ରଥମ ରଜନୀରେ “ଏ କେମିତିକା ସମ୍ପର୍କ” ଓ ଦ୍ୱିତୀୟ ରଜନୀରେ “ପୁଅ ଜନ୍ମ କରି ପାପ କରିଚି” ନାଟକ ମଞ୍ଚସ୍ଥ ହୋଇଥିଲା। ଉଭୟ ନାଟକକୁ ଶ୍ରୀପତି ଲେଙ୍କା ନିର୍ଦ୍ଦେଶନା ଦେଇଥିବା ବେଳେ ଭରଦ୍ୱାଜ ଓଝା ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଏଥିରେ ଅମରେଶ ସେନାପତି, ପବିତ୍ର ରାଉତ, ପ୍ରତାପ ସ୍ୱାଇଁ, ଦେବେନ୍ଦ୍ର ରାଉତ, ହିମାଂଶୁ ବାରିକ, ରଶ୍ମିରଞ୍ଜନ ପରିଡା, ମୁକ୍ତେଶ୍ୱର ସ୍ୱାଇଁ, ବୁଟୁନା ଦାଶ, ବିଭୂତି ସ୍ୱାଇଁ, କୁନା ବାରିକ, ଚଗଲା ସାମଲ, ପରମାନନ୍ଦ ସୂତାର, ସୁଭ୍ରଜିତ୍ ନାୟକ, ଅମରେନ୍ଦ୍ର ସାହୁ, ରାକେଶ ଲେଙ୍କା, ଲିପୁନା ପରିଡା ପ୍ରମୁଖ ଅଭିନୟ କରିଥିବା ବେଳେ ଏହି ଦୁଇଟି ନାଟକ ଦର୍ଶକମାନଙ୍କ ମନକୁ ଛୁଇଁଥିବା ସହ ସମାଜିକ ସନ୍ଦେଶ ଦେଇଥିଲା। ଏହି ବିଶାଳ କାର୍ଯ୍ୟକ୍ରମକୁ ଉପଦେଷ୍ଟା ନରେଶ ରାଉତ, ପ୍ରଶାନ୍ତ ରାଉତ, ଅଭୟ ସାହୁ, ମହେନ୍ଦ୍ର ସ୍ୱାଇଁ, ଜ୍ୟୋତିପ୍ରକାଶ ପରିଡାଙ୍କ ସମେତ ବାସୁଦେବ ମେଲଣ ମହୋତ୍ସବର ସଭାପତି ଦୀପକ କୁମାର ପରିଡା ସମ୍ପାଦକ ଦୁଷ୍ମନ୍ତ କୁମାର ସେନାପତି ସଫଳ କରିବାରେ ବାସୁଦେବ ଯୁବ ପରିଷଦ ସହ କିଣିଲୋ ଗ୍ରାମବାସୀଙ୍କ ସକ୍ରିୟ ସହଯୋଗ ଉଲ୍ଲେଖନୀୟ ରହିଛି। ସମ୍ମିଳିତ ପ୍ରୟାସରେ ଏପରି ଭବ୍ୟ ଆୟୋଜନ ସମ୍ଭବ ହୋଇଥିବାରୁ ସମସ୍ତଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହର ପରିବେଶ ସୃଷ୍ଟି ହୋଇଥିଲା।

Next Post

ଜିଲ୍ଲା ପରିଷଦ ସଭାପତିଙ୍କୁ ଧମକ ଓ ଜାତିଆଣ ଆକ୍ଷେପ ମାମଲାରେ ଅଭିଯୁକ୍ତ ଗିରଫ

Fri Apr 10 , 2026
କେନ୍ଦ୍ରାପଡ଼ା,୧୦ା୪:କେନ୍ଦ୍ରାପଡା ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସଙ୍କୁ ଧମକ ଦେବା ଓ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିବା ଘଟଣାରେ କେନ୍ଦ୍ରାପଡା ଟାଉନ ଥାନା ପୋଲିସ ଏକ ସାପ୍ତାହିକ ଖବର କାଗଜ ସମ୍ପାଦକଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ବାରିମୂଳସ୍ଥିତ ଉପକାରାଗାରକୁ ପଠାଇ ଦିଆଯାଇଛି। ଅଭିଯୋଗରୁ ପ୍ରକାଶ ଯେ ଏକ ଖବରକାଗଜରେ ଜିଲ୍ଲା ପରିଷଦ ସଭାପତିଙ୍କ ଫଟୋ ସହିତ ଏକ […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading