କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ବିଶାଳ ରକ୍ତଦାନ ଶିବିର , ୭୩ୟୁନିଟ ରକ୍ତ ସଂଗୃହିତ

blank
କେନ୍ଦ୍ରାପଡ଼ା,୭ା୪:କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ରେଡକ୍ରସ ୟୁନିଟ ପକ୍ଷରୁ ଏକ ବିଶାଳ ରକ୍ତଦାନ ଶିବିର କଲେଜ ଗାନ୍ଧୀ ଭବନ ପରିସରରେ ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟ ଯୁବରେଡକ୍ରସର ପରାମର୍ଶଦାତା ତଥା ଜିଲ୍ଲା ରେଡକ୍ରସ ସମ୍ପାଦକ ଅଧ୍ୟାପକ ବିକାଶ କୁମାର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସ୍ୱେଛାକୃତ ରକ୍ତଦାନ ଶିବିରକୁ ଜିଲ୍ଲାପାଳ ରଘୁରାମ ଆର. ଆୟର ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରି କହିଲେ ରକ୍ତଦାନ ହେଉଛି ମହତଦାନ। ଜଣେ ରକ୍ତଦାନ କଲେ ଦୁଇଟି ଜୀବନ ରକ୍ଷା ହୋଇଥାଏ। ତେଣୁ ପ୍ରତ୍ୟେକ ପିଲା ସ୍ୱେଛାକୃତ ରକ୍ତଦାନ କରିବା ଉଚିତ ବୋଲି ଜିଲ୍ଲାପାଳ କହିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତଥା କଲେଜ ପରିଚାଳନା ପରିଷଦ ସଭାପତି ନବକ୍ରିଷ୍ଣ ଜେନା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସ୍ୱେଛାକୃତ ରକ୍ତଦାନ ପାଇଁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଲେଜ ଅଧ୍ୟକ୍ଷ ଶାନ୍ତନୁ କୁମାର ଜେନା,ଏନସିସି ଅଫିସର (ବାଳକ ବିଭାଗ) ଲେଫ୍ଟନାଣ୍ଟରଜନୀକାନ୍ତ ତ୍ରିପାଠୀ, ଏନସିସି ଅଫିସର(ବାଳିକା ବିଭାଗ) ଲେଫ୍ଟନାଣ୍ଟ ସୀମା ମହାନ୍ତି, ଏନଏସଏସ ପ୍ରୋଗ୍ରାମ ଅଫିସର ପ୍ରମୋଦ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଶିବିରଟି ଶ୍ରୀରାମଚନ୍ଦ୍ରଭଞ୍ଜ ଭେଷଜ ଚିକିତ୍ସାଳୟ ଓ ମେଡିକାଲ କଲେଜ ରକ୍ତଭଣ୍ଡାର କର୍ମଚାରୀଙ୍କ ସହଯୋଗରେ ସମ୍ପାଦିତ ହୋଇଥିଲା। ଶିବିରଟି ୟୁବରେଡକ୍ରସର ୫୦ରୁ ଉର୍ଦ୍ଧ୍ୱ ସ୍ୱେଛାସେବୀଙ୍କ ଦ୍ୱାରା ପରିଚାଳିତ ହୋଇଥିଲା। ଏଥିରେ ୭୩ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ଓଡିଆ ପକ୍ଷ ପାଳନ ଅବସରରେ ଏହି ବିଶାଳ ସ୍ୱେଛାକୃତ ରକ୍ତଦାନ ଶିବିର ‘ରକ୍ତଦାନ ମହତଦାନ’ ବାର୍ତ୍ତା ଉପରେ ଆଲୋକପାତ କରିଥିଲା।

Next Post

ପାୟଲ ମ୍ୟୁଜିକ ସ୍କୁଲର ବାର୍ଷିକ ଉତ୍ସବ ଓ ୫ମ ଗ୍ରାମୀଣ ମହୋତ୍ସବ

Tue Apr 7 , 2026
କେନ୍ଦ୍ରାପଡ଼ା,୭ା୪:କେନ୍ଦ୍ରାପଡା ଜିଲ୍ଲାର ଇନ୍ଦୁପୁର ସ୍ଥିତ ପଞ୍ଚକଳା ଶିକ୍ଷାନୁଷ୍ଠାନ ପାୟଲ ମ୍ୟୁଜିକ୍ ସ୍କୁଲର ୨୩ତମ ବାର୍ଷିକ ଉତ୍ସବ ତଥା ୫ମ ଗ୍ରାମୀଣ ମହୋତ୍ସବ-୨୦୨୬ ତିନି ଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି। କଳା ଓ କଳାକାରଙ୍କ ମହାମିଳନ ପର୍ବ ସାଂସ୍କୃତିକ ପରିବେଶ ଭିତରେ ପ୍ରଥମ ସନ୍ଧ୍ୟାରେ ଉଦ୍ଘାଟକ ଭାବେ ଯୋଗଦେଇଥିଲେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା। ତାଙ୍କ ବକ୍ତବ୍ୟରେ ପାୟଲ ମ୍ୟୁଜିକ୍ ସ୍କୁଲର ଥିବା ବିଭିନ୍ନ ପ୍ରକାର ସମସ୍ୟାକୁ ଯଥାଶୀଘ୍ର ସମାଧାନ କରାଯିବ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading