
ପଟ୍ଟାମୁଣ୍ଡାଇ ୭/୪- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମଣ୍ଡପଡା-ବାଛରା ୟୁପି ସ୍କୁଲ ଓ ଭଜନେଶ୍ୱର ହାଇସ୍କୁଲର ଛାତ୍ରୀଛାତ୍ରମାନେ ଗତ ୩ ତାରିଖରେ ଭୁବନେଶ୍ୱରରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଇଂଟର ସ୍କୁଲ କିକ ବକ୍ସିଙ୍ଗ ପ୍ରତିଯୋଗିତାରେ ୪ ଟି ସ୍ୱର୍ଣ୍ଣ, ୪ଟି ରୋପ୍ୟ ଓ ୩ଟି ବ୍ରୋଞ୍ଜ ପଦକ ଜିତି ଅନୁଷ୍ଠାନକୁ ଗୌରବାନ୍ୱିତ କରିଛନ୍ତି। ଏଇ ଅବସରରେ ପ୍ରଧାନଶିକ୍ଷକ ଗୋଲକ ବିହାରୀ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ କିକ ବକ୍ସିଙ୍ଗ ଶାଖା ସଭାପତି ପୂର୍ବତନ ସରପଂଚ ସୁଧାଂଶୁ ଶେଖର ସାମଲ, ସମ୍ପାଦକ ସୁଶୀଲ ସାମଲ ୟୁପି ସ୍କୁଲ ପ୍ରଧାନଶିକ୍ଷକ ଅମରେନ୍ଦ୍ର କୁମାର ଜେନା, ରୋହିତ କୁମାର ସ୍ୱାଇଁ, ତରୁଣ କୁମାର ଜେନା ସଂଗୀତା ମଲ୍ଲିକ, ଜୟଶ୍ରୀ ଦାସ ନିରୋଦ ନଳିନୀ ମହାନ୍ତି ଓ ଅକ୍ଷୟ କୁମାର ଦାସ ପ୍ରମୁଖ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ସ୍କୁଲ ଶିକ୍ଷୟତ୍ରୀ ଶିକ୍ଷକ ଯୋଗ ଦେଇ କୃତି ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
