ଶୃଙ୍ଖଳା ହିଁ ସଫଳତାର ଚାବିକାଠି: ବିଧାୟକ

ଅଙ୍କୁର ଶିକ୍ଷାନିକେତନର ବାର୍ଷିକ ଉତ୍ସବ

blank

କେନ୍ଦ୍ରାପଡ଼ା,୨୭ା୧୨: କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ଖଡିଅଙ୍ଗସ୍ଥିତ ଅଙ୍କୁର ଶିକ୍ଷାନିକେତନର ୩୫ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ପରିଚାଳନା ସମିତିି ସଭାପତି ଡ. ରତ୍ନମଞ୍ଜରୀ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ଗଣେଶ୍ୱର ବେହେରା ଯୋଗଦେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଲକ୍ଷ୍ୟ ରଖି ପାଠ ପଢିବାକୁ ପରାମର୍ଶ ଦେବା ସହିତ ଶୃଙ୍ଖଳା ହିଁ ସଫଳତାର ମୂଳମନ୍ତ୍ର ।ଶୃଙ୍ଖଳା ବ୍ୟକ୍ତିକୁ ଆଗକୁ ବଢ଼ିବାରେ ପ୍ରେରଣା ଦିଏ ଓ ମାର୍ଜିତ ଜୀବନ ଶୈଳୀରେ ନିଜକୁ ଶୋଧନ କରି ସଫଳତା ମଧ୍ୟ ଦିଏ। ଶୃଙ୍ଖଳା ରହିତ ଜୀବନ ସମ୍ପୂର୍ଣ୍ଣ ନିଷ୍କ୍ରିୟ ଓ ମୂଲ୍ୟହୀନ ହୋଇଯାଏ, କାରଣ ଉକ୍ତ ଜୀବନ ଶୈଳୀରେ ଯୋଜନା ଅନୁଯାୟୀ କିଛି କରାଯାଇ ନ ଥାଏବୋଲି ମତବ୍ୟକ୍ତ କରିଥିଲେ।ମୁଖ୍ୟବକ୍ତା ଭାବେ ଆଖୁଆଓଢଙ୍ଗ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ବଳରାମ ଲେଙ୍କା ଯୋଗ ଦେଇଥିବାବେଳେ କାଉନସିଲର ପୁଷ୍ପାଞ୍ଜଳୀ ବସ୍ତିଆ, ବୀଣାପାଣୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ଲେଙ୍କା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବିଦ୍ୟାଳୟ ଅଧ୍ୟକ୍ଷ ଅମରପ୍ରସାଦ ସିଂ ବାର୍ଷିକ ବିବରଣୀ ପାଠ କରିବା ସହ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ଅତିଥିମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବା ସହିତ ‘କମେଡିଆନ୍ ନଟିଆ’ ନିଜର କଳାକୈାଶଳ ପ୍ରଦର୍ଶନ କରିଥିଲେ। ଉତ୍ସବକୁ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ କିରଣମୟୀ ସିଂ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ପ୍ରଭାକର ବେହେରା, ସତ୍ୟରଞ୍ଜନ ସାହୁ, ନିରୂପମା ମହାପାତ୍ର, ରଶ୍ମିତା ବେହେରା, ଜସ୍ମିନ୍ ଖାତୁନ୍‌, ଆଫ୍ରିନ୍ ଖାତୁନ୍ ଏବଂ ଦୀପିକା ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

Next Post

ଆତ୍ମୀୟତା ଏବଂ ଆପଣାର ହେବା ଭାବ ହେଉଛି ପ୍ରକୃତ ମିତ୍ରତା

Sat Dec 27 , 2025
ଲାଲବାହାଦୂର ଉଚ୍ଚଶିକ୍ଷାଶ୍ରମର ୧୯୮୨ବ୍ୟାଚ ବନ୍ଧୁମିଳନ କେନ୍ଦ୍ରାପଡ଼ା,୨୭ା୧୨:ସହପାଠୀ ବା ସାଥୀହିଁ ଜୀବନ ଯାତ୍ରାର ପଥିକ। ଆଶା ଓ ବିଶ୍ୱାସର ଅଲିଭା ପ୍ରତୀକ। ବିପଦ ସମୟରେ ପ୍ରକୃତ ସାଥୀଟିଏ ହିଁ କେବଳ ପାଖରେ ଛିଡା ହୋଇ ସାହସ, ଆଶା ଭରସା ଓ ଆଶ୍ୱାସନା ଦେଇଥାଏ। ଆତ୍ମୀୟତା ଏବଂ ଆପଣାର ହେବା ଭାବ ହେଉଛି ପ୍ରକୃତ ମିତ୍ରତା। ଏହି ମିତ୍ରତା ଭାବକୁ ଦୃଢରୁ ଦୃଢତ୍ତର କରିବା ପାଇଁ ପ୍ରତିବର୍ଷ ଲାଲବାହାଦୁର ଉଚ୍ଚଶିକ୍ଷାଶ୍ରମ ସହପାଠୀ ମାନଙ୍କର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading