ବିଶ୍ୱ ଯକ୍ଷ୍ମା ଦିବସ ପାଳିତ

blank
କେନ୍ଦ୍ରାପଡ଼ା, ୨୪୩: ଏସ୍‌ଓଏସ୍ କଲେଜ୍ ଅଫ୍ ନସିଂ, କେନ୍ଦ୍ରାପଡ଼ା ତରଫରୁ ଆଜି ବିଶ୍ୱ ଯକ୍ଷ୍ମା ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କେନ୍ଦ୍ରାପଡ଼ାରେ ପାଳନ କରାଯାଇଛି। ଏହି ଅବସରରେ ନସିଂ ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ଅଭିନୟ କାର୍ଯ୍ୟକ୍ରମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପୁରୁଣା ମେଡ଼ିକାଲ କନ୍‌ଫରେନ୍ସ ହଲ୍‌ରେ ଅନୁଷ୍ଠିତ ହୋଇଥିଲା। ବିଶ୍ୱ ଯକ୍ଷ୍ମା ଦିବସ ଅବସରରେ ଛାତ୍ରୀଛାତ୍ରମାନେ ଅଭିନୟ ମାଧ୍ୟମରେ ସମାଜକୁ ବିଭିନ୍ନ ବାର୍ଭା ଯଥା- ‘ଯକ୍ଷ୍ମା ରୋଗୀଙ୍କୁ ଅଲଗା କରି ରଖିବା, ନିୟମିତ ଔଷଧ ଖାଇବା, ମଦ ଓ ସିଗାରେଟ ଆଦି ଖାଇବା ନାହିଁ, ନିୟମିତ ଭାବେ ଔଷଧ ସେବନ କରିବା’ ଆଦି ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମନୋରଞ୍ଜନ ରାଉତ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ସଚ୍ଚିଦାନନ୍ଦ ମିଶ୍ର, ଏ.ଡି.ପି.ଏଚ୍‌(ଡି.ସି) ଡା. ଶ୍ୟାମସୁନ୍ଦର ଟୁଡ଼ୁ, ଜିଲ୍ଲା ପ୍ରୋଜେକ୍ଟ କୋଅର୍ଡିନେଟର ବିଶ୍ୱରଞ୍ଜନ ଦାସ, ଡି.ପି.ଏଚ୍‌.ସି.ଓ ଶୁଭନାରାୟଣ ନାୟକ, ଡି.ପି.ଏମ୍‌. ଡା. ମନୋରଞ୍ଜନ ସାହୁ, ଡେପୁଟୀ ମ୍ୟାନେଜର, ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ଡା. ସୁକାନ୍ତ କୁମାର ପ୍ରଧାନ, ଡେପୁଟୀ ନସିଂ ସୁପରିଣ୍ଟେଣ୍ଡେଣ୍ଟ ଅଞ୍ଜନାବାଳା ସାହୁ, ନସିଂ ଅଫିସର ଦମୟନ୍ତୀ ରାଉତ, ଏସ୍ୱଏସ୍ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସର ପ୍ରଫେସନାଲ ଡାଇରେକ୍ଟର ଜ୍ୟୋତିର୍ମୟୀ ପଟ୍ଟନାୟକ, ପ୍ରଶିକ୍ଷିକା ମୋନାଲିସା ସ୍ୱାଇଁ, ପଲ୍ଲବୀ ପଟ୍ଟନାୟକ, ମନିସାରାଣୀ, ଶ୍ରୀକାନ୍ତ ବିଶ୍ୱାଳ, ଅଙ୍କିତା କୁମାରୀ ସାହୁ, ବନପ୍ରଭା ସାହୁ, ତୁଳସୀ ଦାସ, ରୋହିଣୀ ସାହୁ, ସୁପର୍ଣା ନାଥ, ତୃପ୍ତିମୟୀ ପରିଜା, ରାଜଲକ୍ଷ୍ମୀ ସାହୁ, ତୃପ୍ତିମୟୀ ଦାଶ, ପ୍ରିୟଦର୍ଶିନୀ ମଲ୍ଲିକ, ଶୁଭସ୍ମିତା ରାଉତରାୟ, ସେକ ଅହମ୍ମଦ ରାଜା, ଏପି ଅଲିଭା ଅଭିନିତା ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଯକ୍ଷ୍ମାମୁକ୍ତ ପଞ୍ଚାୟତର ସରପଞ୍ଚ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ଜିଲ୍ଲା ସରକାରୀ ଏଏନ୍‌ଏମ୍ ତାଲିମ କେନ୍ଦ୍ରର ଅଧ୍ୟକ୍ଷା, ପ୍ରଶିକ୍ଷିକା ଓ ଛାତ୍ରୀମାନେ ଯୋଗ ଦେଇଥିଲେ। ଏହି ଅବସରରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଏକକ ଅଭିନୟ କରୁଥିବା ସମସ୍ତ ଛାତ୍ରୀଛାତ୍ର, ପ୍ରଫେସନାଲ ଡାଇରେକ୍ଟର ଓ ପ୍ରଶିକ୍ଷିକାମାନଙ୍କୁ ଟ୍ରଫି ପ୍ରଦାନ କରି ସମ୍ବନ୍ଧିତ କରାଯାଇଥିଲା।

Next Post

ସ୍କୁଲ ଗାଡି ଉପରେ ପ୍ରଶାସନର କଡା ଚଢାଉ, ୧୬ ହଜାର ଜରିମାନା ଆଦାୟ

Tue Mar 24 , 2026
ପଟ୍ଟାମୁଣ୍ଡାଇ ୨୪/୩ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ନିୟମ ଉଲ୍ଲଂଘନ କରୁଥିବା ସ୍କୁଲ ଗାଡି ଉପରେ କେନ୍ଦ୍ରାପଡା ପ୍ରଶାସନ ତରଫରୁ କଡା ଚଢାଉ କରାଯାଉଛି। ଫିଟନେସ ସାର୍ଟିଫିକେଟ୍ ନଥିବା, ଅଧିକ ପିଲା ବୋଝେଇ ଏବଂ ସୁରକ୍ଷା ନିୟମ ମାନୁନଥିବା ଗାଡି୍‌ଗୁଡିକୁ ଜବତ କରାଯାଇ ଜରିମାନା ଆଦାୟ କରାଯ।।ଇଛି । ପିଲାଙ୍କ ସୁରକ୍ଷା ପାଇଁ ପରିବହନ ବିଭାଗର ଏହି ବିଶେଷ ଅଭିଯାନ ଚଳାଇଛନ୍ତି ବୋଲି କେନ୍ଦ୍ରାପଡା ଆରଟିଓ ଲୋକନାଥ ମେହେର ପ୍ରକାଶ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading