ବରିଷ୍ଠ ନାଗରିକଙ୍କ କର୍ମକର୍ତ୍ତାଙ୍କ ନିର୍ବାଚନ

blank
କେନ୍ଦ୍ରାପଡ଼ା,୨୧ା୮:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ଗ୍ରାମପଞ୍ଚାୟତ ସଭାଗୃହରେ ବରିଷ୍ଠ ନାଗରିକ ସଂଗଠନର ଉପଦେଷ୍ଟା ମଣ୍ଡଳୀ ଓ କାର୍ଯ୍ୟକାରୀ ସଦସ୍ୟମାନଙ୍କର ଗୁରୁବାର ଅପରାହ୍ନରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପଦେଷ୍ଟା ମଣ୍ଡଳୀର ବରିଷ୍ଠ ସଦସ୍ୟ ବ୍ରଜକିଶୋର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବରିଷ୍ଠ ସଦସ୍ୟ କୈଳାସ ଚନ୍ଦ୍ର ସ୍ୱାଇଁ ସଂଯୋଜକ ଭାବେ ଯୋଗଦେଇ ସଭାର ଉଦେଶ୍ୟ ଜ୍ଞାପନ କରିଥିଲେ। ଏହି ଅବସରରେ କାର୍ଯ୍ୟକାରୀ କମିଟିର କର୍ମକର୍ତ୍ତା ଚୟନ କରାଯାଇ ସର୍ବସମ୍ମତି କ୍ରମେ ପ୍ରତାପ କୁମାର ନାୟକ ସଭାପତି, କ୍ଷୀରୋଦ କୁମାର ପଣ୍ଡା ଉପସଭାପତି, ନିହାରରଞ୍ଜନ ସ୍ୱାଇଁ ସମ୍ପାଦକ, ନାରାୟଣ ପଣ୍ଡା ସହ-ସମ୍ପାଦକ, କୁମୁଦରଞ୍ଜନ ରାଉତ କୋଷାଧ୍ୟକ୍ଷ, ରବୀନ୍ଦ୍ର ପ୍ରସାଦ ଜେନା ପତ୍ରିକା ସମ୍ପାଦକ ଓ ବାବାଜୀ ଚରଣ ବାରିକଙ୍କୁ ଗଣମାଧ୍ୟମ ସମ୍ପାଦକ ଭାବେ ଚୟନ କରାଯାଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଫକୀର ଚରଣ ଓଝା, ବନମାଳୀ ପାତ୍ର, ସୁବୁଦ୍ଧି ଚରଣ ସାହୁ, ନାରାୟଣ ଜେନା, କରୁଣାକର ପରିଡା, କ୍ଷୀରୋଦ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Next Post

ଦଶ ପଞ୍ଚାୟତ ବିକାଶ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

Thu Aug 21 , 2025
କେନ୍ଦ୍ରାପଡ଼ା,୨୧ା୮: କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ଦଶ ପଞ୍ଚାୟତ ବିକାଶ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କୁ ଗୁରୁବାର ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଆଳି ବ୍ଲକର ବ୍ରାହ୍ମଣୀ ନଦୀକୂଳରେ ଅବସ୍ଥିତ ଅରେହିକଣା, ଚଣ୍ଡିଆଗଡି, ମାଣିକପାଟଣା, ସିଙ୍ଗିରି, ସହିରା, ବାଟିପଡା, ସାନମଙ୍ଗ, ନୂଆପଡା, ପାତ୍ରପୁର ଏବଂ ନରେନ୍ଦ୍ରପୁର ପ୍ରଭୃତିକୁ ନେଇ ଦଶ ପଞ୍ଚାୟତ ବିକାଶ ପରିଷଦ ଗଠନ କରାଯାଇଛି। ଏହି ପଞ୍ଚାୟତ ଗୁଡିକର ଲୋକମାନେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading