ଏମଏନ ହାଇସ୍କୁଲ ୧୯୯୦ ବ୍ୟାଚ ବିଦ୍ୟାର୍ଥୀଙ୍କ ଗୁରୁ ପୂଜନ ବନ୍ଧୁ ମିଳନ

blank
ପଟ୍ଟାମୁଣ୍ଡାଇ ୧୦/୩ – ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଏମଏନ ହାଇସ୍କୁଲ ୧୯୯୦ ମାଟ୍ରିକ ବ୍ୟାଚ ଛାତ୍ରୀଛାତ୍ରଙ୍କ ପକ୍ଷରୁ ଗୁରୁପୂଜନ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ରଞ୍ଜନ ନାୟକ ଏବଂ ଦେବାଶିଷ ଦାସଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ପ୍ରାକ୍ତନ ଶିକ୍ଷକ ଖଗେଶ୍ୱର ପରିଡା, କୃଷ୍ଣ ଚନ୍ଦ୍ର ପଣ୍ଡା, ପରୀକ୍ଷିତ ରାୟ ସଂଯୁକ୍ତା କୁଣ୍ଡ, ବଳରାମ ବିଶ୍ୱାଳ, ରବୀନ୍ଦ୍ର ସାହୁ, ଚତୃର୍ଭୁଜ ରାଉଳ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପଟ୍ଟାମୁଣ୍ଡାଇ ଅଂଚଳର ଏହି ଗୌରବମୟ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ସମସ୍ତ ପୁରାତନ ଛାତ୍ରୀଛାତ୍ର ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ । ଗୁରୁପୂଜନ ଉତ୍ସବରେ ଛାତ୍ରୀଛାତ୍ର ମାନେ ଗୁରୁମାନଙ୍କ ପାଦପୂଜା କରିବା ସହିତ ଉତରୀୟ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ । ୧୯୯୦ ମାଟ୍ରିକ ବ୍ୟାଚର ସଂଘମିତ୍ରା ତ୍ରିପାଠୀ, କବିତା ଧଳ ପୁଷ୍ପାଞ୍ଜଳୀ ରାଉତ ଶୈଳବାଳା ନାୟକ, ଉର୍ମିଳା ତ୍ରିପାଠୀ, ଉଷା ସାହୁ, ଅନୁସୂୟା ରାଉତ, ଗିରିଜା ଶଙ୍କର ସାମଲ, ଚନ୍ଦନ ପାତ୍ର ସୁକାନ୍ତ ଦାସ, ରଞ୍ଜନ ନାୟକ, ସୌମ୍ୟ ରଞ୍ଜନ ଧଳ, ପ୍ରଫୁଲ୍ଲ ବିଶ୍ୱାଳ, ଦେବାଶିଷ ଦାସ, ଅମ୍ବୁଜ ମହାପାତ୍ର, ଜିତେନ୍ଦ୍ର ନାୟକ, ଅଜିତ ମହାନ୍ତି ଦୀପକ ଦାସ, ସଞ୍ଜୟ ରାଉତ, ମୁନା ଦାସ, ପ୍ରଶାନ୍ତ ତ୍ରିପାଠୀ, ଜ୍ୟୋତି ବଳ, ସୁଶୀଲ ନାଥ ପ୍ରକାଶ ଜେନା, ନବ ଦାସ, ମନମୋହନ ଦାସ ଓ ସମ୍ବିତ ଦାସଙ୍କ ସମେତ ସମସ୍ତ ଛାତ୍ରୀଛାତ୍ର ସ୍କୁଲ ଜୀବନର ସ୍ମୃତି ଚାରଣ କରିବା ସହିତ ସାମାଜିକ ପରିଚୟ ଓ ପ୍ରତିଷ୍ଠା ଦେଇଥିବା ଏହି ମହାନ ଶିକ୍ଷାନୁଷ୍ଠାନ ବିକାଶ ପାଇଁ ଶପଥ ନେଇଥିଲେ । ସଭା ଆରମ୍ଭରେ ଦିବଂଗତ ଶିକ୍ଷକ ଓ ୧୯୯୦ ବ୍ୟାଚ ଛାତ୍ରୀଛାତ୍ରଙ୍କ ପାଇଁ ୨ ମିନିଟ ନୀରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏଇ ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଜ୍ଞାନ ରଞ୍ଜନ ପରିଡା କୁନା ସିଂ ଓ ଗିରିଜା ଶଙ୍କର ସାମଲ ପରିଚାଳନା କରିଥିଲେ । ଶେଷରେ ରଞ୍ଜନ ନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Next Post

ବେଆଇନ ବାଲି ଖନନ ଯୋଗୁଁ ଜଳସ୍ତର ହ୍ରାସ , କୃଷିକାର୍ଯ୍ୟରେ ବାଧା

Thu Mar 12 , 2026
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରୁ ବେଆଇନ ଏବଂ ଅତ୍ୟଧିକ ବାଲି ଖନନ ଯୋଗୁଁ ଜଳସ୍ତର ହ୍ରାସ ପାଇଛି । ଯାହା ଦ୍ୱାରା ପରିବେଶ ଏବଂ ଭୂତଳ ଜଳସ୍ତର ବିପଦପୂର୍ଣ୍ଣ ହେବା ସହ ଚାଷ ଓ ପାନୀୟ ଜଳକୁ ପ୍ରଭାବ ପକାଉଛି । ଯାହାକୁ ନେଇ ଲୋକେ ନାନା ହଇରାଣ ହରକତ ହେଉଛନ୍ତି ବୋଲି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।         […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading