
ପଟ୍ଟାମୁଣ୍ଡାଇ ୨୨/୬ – ପଟ୍ଟାମୁଣ୍ଡାଇ ଜଳସମ୍ପଦ କାର୍ଯ୍ୟାଳୟ ଠାରେ ଶାସନ ପଂଚାୟତର କେତେକ ଅଧିବାସୀ ଆମରଣ ଅନଶନରେ ବସିଛନ୍ତି । ୧୬ନଂ କେନାଲ ରାସ୍ତା କାର୍ଯ୍ୟ ପାଇଁ ଆସିଥିବା ଅର୍ଥ ଆଦୌ ବିନିଯୋଗ ନହୋଇ ମିଥ୍ୟା ବିଲ କରି ଅର୍ଥ ହଡପ କରାଯାଇଥିବା ଅନଶନକାରୀମାନେ ଅଭିଯୋଗ କରିଛନ୍ତି । ଏହାର ଉପଯୁକ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ଆମରଣ ଅନଶନ ଦେଇଛନ୍ତି ।
ଅନଶନରତ ପ୍ରଶାନ୍ତ ମହାନ୍ତି, ଧ୍ରୁବ ପାଣ୍ଡ୍ୱ ରମାକାନ୍ତ ଦାଶ ଓ ଅର୍ଜୁନ ସାହୁ ପ୍ରମୁଖ କୁହନ୍ତି ୧୬ନଂ କେନାଲ ରାସ୍ତାର ୬୦୦ମିଟର କାମ ପାଇଁ ୨୫ ଲକ୍ଷ ୮୫ ହଜାର ୬୧୧ ଟଙ୍କା ଏସ୍ଟିମେଟ ହୋଇଥିବା ବେଳେ ୧୯ ଲକ୍ଷ ୬୨ ହଜାରେ ୫୨୫ ଟଙ୍କାର ଫଳକରେ ଲଗାଯାଇଛି । ମାତ୍ର ଠିକାଦାର ସେପରି କୌଣସି କାର୍ଯ୍ୟ କରିନଥିବା ବେଳେ ତାହାର ବିଲ ପୈଠ କରାଯାଇଇଛି । ଏହି କାମର ନିରପେକ୍ଷ ତଦନ୍ତ କରାଯାଉ, ଦୋଷୀ ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ ଏବଂ ରାସ୍ତା କାମକୁ ନିର୍ଦ୍ଧାରିତ ମାନ ଅନୁଯାୟୀ ପୁନର୍ବାର କରାଯାଉବୋଲି ସେମାନେ ଅଭିଯୋଗ କରିଛନ୍ତି । ଅନ୍ୟଥା ଏହି ଆମରଣ ଅନଶନ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇ କବର ଲେଖା ଯିବା ପର୍ଯ୍ୟନ୍ତ ସେମାନେ ଅନଶନ ଜାରି ରଖିଛନ୍ତି । ଏ ବାବଦରେ ବିଭାଗୀୟ ଏସଡିଓ ରବିନ୍ଦ୍ର ନାଥ ସେଠୀଙ୍କୁ ପଚାରିବାରେ ଅନଶନକାରୀଙ୍କ ଅଭିଯୋଗକୁ ଅନୁଧ୍ୟାନ କରିଛି । କାମ ଅନୁଯାଇ ରନିଂ ବିଲ ୭ ଲକ୍ଷ ଭଳି ପ୍ରେମେଂଟ ହୋଇଛି । ଏଗ୍ରିମେଂଟ ଅର୍ଥର ଫଳକ ଲଗାଯାଇଛି । କାର୍ଯ୍ୟ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ କାର୍ଯ୍ୟ ହୋଇପାରି ନଥିବା ବେଳେ ସଂପ୍ରତି ବର୍ଷାପାଇଁ କାର୍ଯ୍ୟ ଆଗେଇ ପାରୁନାହିଁ । ଆଗକୁ କାର୍ଯ୍ୟ କାରାଯିବ ବୋଲି ସେ କହିଛନ୍ତି ।
