
ପଟ୍ଟାମୁଣ୍ଡାଇ ୨୧/୨ -କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ଅଳଭା ଓ ନୀଳକଣ୍ଠପୁର ବ୍ରାହ୍ମଣୀ ନଦୀରୁ ଅବୈଧ ବାଲି ଖନନ ଉପରେ ପ୍ରଶାସନ ଦ୍ୱାରା କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ନଦୀ ଶଯ୍ୟାରୁ ବେଆଇନ ଭାବେ ବାଲି ଉତୋଳନ କରୁଥିବା ଚାଲାଣକାରୀଙ୍କ ବିରୋଧରେ ଚଢ଼ଉ, ଯନ୍ତ୍ରପାତି ଜବତ ଏବଂ ଜୋରିମାନା ଆଦାୟ କରାଯାଉଛି। ପରିବେଶ ସୁରକ୍ଷା ପାଇଁ ଏହି ଅଭିଯାନ ଜାରି ରହିଛି, ଯାହା ଫଳରେ ନଦୀର ସ୍ଥିତି ଏବଂ ଆଖପାଖ ଅଂଚଳ ସୁରକ୍ଷିତ ରହିପାରିବକୁ ନେଇ ଶନିବାର କେନ୍ଦ୍ରାପଡ଼ା ଖଣି ବିଭାଗ, ପଟ୍ଟାମୁଣ୍ଡାଇ ତହସିଲ ବିଭାଗ ଓ ଆଦର୍ଶ ଥାନା ପକ୍ଷରୁ କରାଯାଇଥିଲା। ଏଥିନେଇ ଅସ୍ଥାୟୀ ରାସ୍ତାଗୁଡ଼ିକୁ ଭଙ୍ଗିଦିଆଯାଇଥିବା ସୂଚନା ମିଳିଛି। ଏହା ଫଳରେ ଅବୈଧ ବାଲି ପରିବହନ ଉପରେ ରୋକ ଲାଗିଛି। ଏଥିନେଇ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳଙ୍କ ଦ୍ୱାରା ଉକ୍ତ ଅଂଚଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଧାରା ୧୬୩ ଜାରି କରାଯାଇଛି। ଏହା ଅନୁଯାୟୀ ଅନୁମତି ବିନା ଖନନ, ଯାତାୟାତ ଓ ସମାବେଶ ଉପରେ କଡ଼ା ନିଷେଧ ଲାଗୁ ହୋଇଛି। ନିୟମ ଉଲ୍ଲଂଘନ କରିଲେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି।
ମାତ୍ର ଅମୃତମଣୋହି ବାଲି ଖାଦାନକୁ ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନ କାର୍ଯ୍ୟନୁଷ୍ଠାନ ନେଉନଥିବାରୁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଛି । ଅମୃତମଣୋହି ଗ୍ରାମବାସୀ ଗତ ଜାନୁଆରି ୫ ରେ ପଟ୍ଟାମୁଣ୍ଡାଇ ବ୍ଲକରେ ହୋଇଥିବା ଜିଲାପାଳଙ୍କ ଜନଶୁଣାଳୀ ଶିବିରରେ ଅଭିଯୋଗ କରିଥିଲେ । ହେଲେ ଅଦ୍ୟାବଧି ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଲାନାହିଁ । ଫଳରେ ବାଲି ଚୋରା ଚାଳାଣକାରୀ ରୀତିମତ ବାଲି ଟ୍ରାକ୍ଟର ଏବଂ ହାଇୱା ଯୋଗେ ଜେସିପି ମେସିନ ସହାୟତାରେ ବାଲି ଉଠାଣ କରି ଚାଲାଣ କରି ଆସୁଛନ୍ତି । ଯାହା ଦ୍ୱାରା ଧୋୟାଂଚଳ ଅମୃତମଣୋହି ଅଣ୍ଢରା ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହେଇ ପଡିଛି । ଯେଉଁ ସବୁ ବାଲି ସୌରାତ ଲିଜ ଅଛି ସେହି ସବୁ ସୌରାତରେ ଧାର୍ଯ୍ୟ ସୀମା ଠାରୁ ଶହେ ଗୁଣ ବାଲି ବେନିୟମ ଭାବେ ଉଠାଣ କରାଯାଉଛି । ନିଲାମ ଦିଆଯାଇଥିବା ଘାଟରୁ ଏକ ମିଟର ବାଲି ଉତୋଳନ ହୋଇନଥିବା ବେଳେ ଆଖପାଖ ଉତ୍ସରୁ ଆଖିବୁଜା ବାଲି ଉତୋଳନ କରାଯାଉଛି। ଫଳରେ ଜୀବନରେଖା ସାଜିଥିବା ବ୍ରାହ୍ମଣୀନଦୀ ସଂକଟ ଦେଇ ଗତି କରୁଛି। ନଦୀର ଦୁଇ ପାର୍ଶ୍ୱରେ ଥିବା ଶତାଧିକ ଚାଷଜମି ଚାଷ ପାଇଁ ପ୍ରତିବନ୍ଧକ ସାଜିଛି। ବିଗତବର୍ଷ ହେଲା ନଦୀକୂଳରେ ଚାଷ କରିବାକୁ ଚାଷୀମାନେ ଆଉ ମନବଳାଉ ନାହାନ୍ତି। ମାତ୍ର ପ୍ରଶାସନ ଶନିବାର ଅଳଭା, ନିଳକଣ୍ଠପୁର ବାଲି ଘଅଟ ବନ୍ଦ କରିଥିବା ବେଳେ ଅନ୍ୟ ବାଲି ଘାଟ ଉପରେ କାର୍ଯ୍ୟାନୁଷ୍ଠଅନ ନିଆ ଗଲାନି କଣପାଇଁ ବୋଲି ପ୍ରଶ୍ନ ଉଠାଇଛନ୍ତି ।
