ବିଜୁ ଜନତା ଦଳର ପୁନଃ ପ୍ରତିଷ୍ଠା ପାଇଁ ପ୍ରତିଷ୍ଠା ଦିବସରେ ସଂକଳ୍ପ ବଦ୍ଧ ହେବା ଜରୁରୀ- ବିଧାୟକ

ବିଜୁଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ

 

blank
କେନ୍ଦ୍ରାପଡା,୨୬ା୧୨: ଶୃଙ୍ଖଳିତ ଓ ଶସକ୍ତ କରିବା ପାଇଁ ଐକ୍ୟବଦ୍ଧ ଉଦ୍ୟମର ଆବଶ୍ୟ କତା ରହିଛି । ସମସ୍ତ କର୍ମୀ ଏକ ମନ ଏକ ପ୍ରଣରେ ଉଦ୍ୟମ କରିବା ସହ ସଙ୍ଗଠନକୁ ମଦବୁଦ୍ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ଜରୁରୀ । ଏଥିପାଇଁ ସମସ୍ତେ ସଂକଳ୍ପବଦ୍ଧ ହେବା ସହିତ ବିଜୁ ଜନତା ଦଳର ନୀତି ଆଦର୍ଶକୁ ବଜାୟ ରଖିବା ଏବଂ ଆମର ପ୍ରିୟ ନେତା ତଥା ରାଜ୍ୟ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟାକଙ୍କ ହାତମୁଠାକୁ ଟାଣ କରିବା ଏକାନ୍ତ ଅପରିହାର୍ଯ୍ୟ । ବିଜୁ ଜନତା ଦଳ ପ୍ରତି ସାଧାରଣଲୋକଙ୍କ ମଧ୍ୟରେ ଥିବା ଅଖଣ୍ଡ ଶ୍ରଦ୍ଧା ଓ ବିଶ୍ୱାସକୁ ବଜାୟ ରଖିବା ପାଇଁ ସଂଗଠନକୁ ଦୃଢ କରିବା ଆବଶ୍ୟକ । ଏଥି ପାଇଁ ସମସ୍ତ କର୍ମୀ ସଂକଳ୍ପ ବଦ୍ଧହୋଇ କାର୍ଯ୍ୟ କରିବା ପାଇଁ ବିଧାୟକ ଗଣେଶ୍ୱର ବେହେରା ପରାମର୍ଶ ଦେଇଛନ୍ତି ।

blank

ଆଜି ସହରସ୍ଥ ସାନ୍ତସାହି ଠାରେ ଥିବା ଶ୍ରୀ ବଳଦେବଜିୟୁ ମଣ୍ଡପ ପରିସରେ କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ଆୟୋଜିତ ୨୯ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶ୍ରୀ ବେହେରା ଏହା କହିଛନ୍ତି । ବିଜୁ ଜନତା ଦଳ ଜିଲ୍ଲା ସଭାପତି ଶିବ ପ୍ରସାଦ ଭଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କେନ୍ଦ୍ରାପଡା ପଞ୍ଚୟତ ସମିତି, ପଟ୍ଟାମୁଣ୍ଡାଇ ପଞ୍ଚୟତ ସମିତି, କେନ୍ଦ୍ରାପଡା ପୌର ପରିଷଦର ବିଜୁ ଜନତା ଦଳ ଓ ଦଳ ସମର୍ôଥତ ଜନ ପ୍ରତିନିଧିମାନେ ଯୋଗ ଦେଇ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ସମ୍ପର୍କରେ ଆଲୋକପାତ କରିଥିଲେ । ଦୀର୍ଘ ୨୮ବର୍ଷ ତଳେ ପ୍ରତିଷ୍ଠା ହୋଇଥିବା ବିଜୁ ଜନତା ଦଳ ୨୪ବର୍ଷ ଓଡିଶାର ଜନସାଧାରଣଙ୍କୁ ସୁ ଶାସନ ଯୋଗଇଦେଇ ଓଡିଶାର ବିକାଶ ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରି ପାରିଛି ବୋଲି ଜନପ୍ରତିନିଧିମାନେ ପ୍ରକାଶ କରିଥିଲେ, କ୍ଷମତାରେ ନଥିଲେ ମଧ୍ୟ ପୂର୍ବ ପରି ଜନସାଧାରଣଙ୍କ ସେବା କରିବାପାଇଁ ନିଷ୍ପତ୍ତିକୁ ସମସ୍ତେ ଅନୁପାଳନ ପୂର୍ବକ କାର୍ଯ୍ୟକରିବା ପାଇଁ ସକଳ୍ପ ନେଇଥିଲେ । ବିଜୁ ଜନତା ଦଳର ପୁନ୍ନ ପ୍ରତିଷ୍ଠା ପାଇଁ ଆଜିର ପ୍ରତିଷ୍ଠା ଦିବସରେ ସମସ୍ତ କର୍ମୀ ଏକ ମନ ଏକ ପ୍ରାଣରେ ଜନସାଧାରଣଙ୍କ ସେବା କରିବାକୁ ସକଳ୍ପବଦ୍ଧ ହେବା ପାଇଁ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ସଭା ମଞ୍ଚରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ, ଜିଲ୍ଲାପରିଷଦର ପ୍ରାକ୍ତନ ସଭାପତି ମାନସ ପରିଡା, ଧିରେନ ସାହୁ, ଯୁବ ସଭାପତି ରାଜେଶ ଦାସ, ରବିନ୍ଦ୍ର କୁମାର ପଣ୍ଡା, ପ୍ରଦ୍ୟୁନ୍ମ ଜେନା, ସେକ ଚନ୍ଦନ, ଆଲୋକ ସାହୁ, କାଳୀ ପ୍ରସାଦ ମିଶ୍ର, ରାଜେଶ କୁମାର ମହାନ୍ତି, ମୁକ୍ତାର ଖାଁ, ସୁରେନ୍ଦ୍ର କୁମାର ଜେନା, ଜିଲ୍ଲାପରିଷଦ ସଭ୍ୟା ମଧୁଛନ୍ଦା ମହାନ୍ତି, ଉର୍ମିଳା ମହାନ୍ତି, ପ୍ରିୟ ଦର୍ଶନୀ ତରାଇ, ରଶ୍ମି ରଞ୍ଜନ ରାଉତ, ହିରଣ୍ୟ କୁମାର ପଣ୍ଡା, ପ୍ରଦିପ୍ତ ମହାନ୍ତି, ଦିର୍ଗାଶିଷ ମହାନ୍ତି, ଭୀମସେନ ଭୂୟାଁ, ପ୍ରତାପ ନାରାୟଣ ମହାପାତ୍ର, ଭକ୍ତି ମୟୀ କର, ଦୁର୍ଗା ପ୍ରସାଦ ପତି, ଅଶ୍ୱିନୀ ପାତ୍ର, ଅଜିତ କୁମାର ପରିଡା, ନାରାୟଣ ପରିଡା ପ୍ରମୁଖ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୋହନ ଚରଣ ଆଚାର୍ଯ୍ୟ, ଅଭୟ କୁମାର ସ୍ୱାଇଁ, ଗଣେଶ ମେକାପ, ନିରଞ୍ଜନ ବାରିକ, ରଞ୍ଜନ ସାହୁ, ନିରଞ୍ଜନ ନାୟକ, ଅଲେଖ ଦାସ, ସଞ୍ଜୟ କୁମାର ମହାନ୍ତି, ସୁରଭି ସାହୁ, ରଞ୍ଜିତ ରାଉତ,ରାଜୁ କୁବେର, ପ୍ରତାପ କୁମାର ସୁତାର, ଗଣେଶ ରାଉତ, ବିଶ୍ୱଜିତ ସାମଲ, ସୁଧିର କୁମାର ବେହେରା, ରମାକାନ୍ତ ମଲ୍ଲିକ, କଲ୍ୟାଣୀ ମଲ୍ଲିକ, ଶରତ ବେହେରା, ଅକ୍ଷୟ କୁମାର ମେକାପ, ସୁଦାମ ବେହେରା, ପ୍ରଭାତ କୁମାର, ତପନ ସିଂ, ସଂଶାଙ୍କ ଶେଖର ବିଶ୍ୱାଳ, କମଳାକାନ୍ତ ବାରିକ, ବାସୁଦେବ ଜେନା, ଅନାମ ଚରଣ ଖଟୁଆ, ଗଣେଶ ମେକାପ, କେଦାର ବିଶ୍ୱାଳ, ସଞ୍ଜୟ ଲେଙ୍କା ସମେତ ଶତାଧିକା ବିଜେଡି କର୍ମୀମାନେ ଉପସ୍ଥିତ ଥିଲେ । ଆଜ ନୁଆବସଷ୍ଟାଣ୍ଡ, ମେଡିକାଲ ଛକରେ ଥିବା ବିଜୁ ବାବୁଙ୍କ ପ୍ରିମୃର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ସଭା ଆରମ୍ଭରେ ସମାଜସେବୀ ରବିନ୍ଦ୍ର ମୋହନ ସାହୁ, କୃତ୍ତିବାସ ରାଉତ, ଶିବ ପ୍ରସାଦ ବିଶ୍ୱାଳଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ନଗର ସଭାପତି ଯଯାତି କେଶରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Next Post

ଶୃଙ୍ଖଳା ହିଁ ସଫଳତାର ଚାବିକାଠି: ବିଧାୟକ

Sat Dec 27 , 2025
ଅଙ୍କୁର ଶିକ୍ଷାନିକେତନର ବାର୍ଷିକ ଉତ୍ସବ କେନ୍ଦ୍ରାପଡ଼ା,୨୭ା୧୨: କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ଖଡିଅଙ୍ଗସ୍ଥିତ ଅଙ୍କୁର ଶିକ୍ଷାନିକେତନର ୩୫ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ପରିଚାଳନା ସମିତିି ସଭାପତି ଡ. ରତ୍ନମଞ୍ଜରୀ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ଗଣେଶ୍ୱର ବେହେରା ଯୋଗଦେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଲକ୍ଷ୍ୟ ରଖି ପାଠ ପଢିବାକୁ ପରାମର୍ଶ ଦେବା ସହିତ ଶୃଙ୍ଖଳା ହିଁ ସଫଳତାର ମୂଳମନ୍ତ୍ର ।ଶୃଙ୍ଖଳା ବ୍ୟକ୍ତିକୁ ଆଗକୁ ବଢ଼ିବାରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading