୧୮କୋଟି ଟଙ୍କା ବ୍ୟୟରେ ବ୍ରାହ୍ମଣୀ ନଦୀ ବନ୍ଧ ସୁଦୃଢ଼ୀକରଣ ଶିଳାନ୍ୟାସ

blank
ପଟ୍ଟାମୁଣ୍ଡାଇ ତା ୨୨/୨- ସମଗ୍ର ଉତିକଣ ଓ ଧୋୟାଞ୍ଚଳର ସୁରକ୍ଷା କବଚ ବ୍ରାହ୍ମଣୀ ନଦୀ ବନ୍ଧ ଦୁର୍ବଳ ହୋଇପଡିଥିବାରୁ ବନ୍ୟା ବିଭେଷିକା ଭୟରେ ସମଗ୍ର ଉତିକଣ ଅଂଚଳ ସହିତ ବନ୍ୟା ବିପନ୍ନ ଧୋୟାଞ୍ଚଳବାସୀ ଆଶା ଆଶଙ୍କା ଓ ଚିନ୍ତାରେ ଥିଲେ ।  ଏ ସମ୍ପର୍କରେ ଅବଗତ ହେବା ପରେ ରାଜନଗର ବିଧାୟକ ଧ୍ରୁବ ସାହୁ ବ୍ରାହ୍ମଣୀ ନଦୀ ବନ୍ଧ ସୁଦୃଢ଼ୀ କରଣ ପାଇଁ ରାଜ୍ୟ ସରକାରଙ୍କ ଠାରେ ଦାବୀ ଉପସ୍ଥାପନ କରିବା ସହିତ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ମୁଖ୍ୟଯନ୍ତ୍ରୀ, କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ନିର୍ବାହୀଯନ୍ତ୍ରୀଙ୍କୁ ନେଇ ଘଟଣା ସ୍ଥଳ ପରିଦର୍ଶନ କରିଥିଲେ ।  ରାଜନଗର ନିର୍ବାଚନମଣ୍ଡଳୀର ୧୫ଟି ପଂଚାୟତବାସୀଙ୍କୁ ବନ୍ୟା ଦାଉରୁ ସୁରକ୍ଷା ଦେଇ ଆସୁଥିବା ବ୍ରାହ୍ମଣୀ ଘେରି ବନ୍ଧ ରାସ୍ତାର କିଛି ଅଂଶ ଗତ ବର୍ଷା ରିତୁ ସମୟରେ ବ୍ରାହ୍ମଣୀ ନଦୀ ଗ୍ରାସ କରିଥିବାରୁ ଅଂଚଳବାସୀ ଭୟଭୀତ ହୋଇ ପଡ଼ିଥିଲେ ।  ରାଜ୍ୟ ସରକାର ସମସ୍ତ ବିଷୟରେ ଅବଗତ ହେବା ପରେ ବ୍ରାହ୍ମଣୀ ନଦୀ ବନ୍ଧର ଦକ୍ଷିଣ ପାର୍ଶ୍ୱ ସୁଦୃଢ଼ୀକରଣ ପାଇଁ ଅର୍ଥ ମଂଜୁର କରିଥିଲେ ।  ଆଜି ରାଜନଗର ବିଧାୟକ ଧ୍ରୁବ ସାହୁ କଖାରୁଣୀ ପୋଲ ନିକଟରୁ ଶୋଭାଯାତ୍ରାରେ ଯାଇ ୧୮କୋଟି ଟଙ୍କା ବ୍ୟୟରେ ନିମପୁର ବ୍ରାହ୍ମଣୀ ନଦୀ କୂଳରେ ନଦୀବନ୍ଧ ଦକ୍ଷିଣ ପାର୍ଶ୍ୱ ସୁଦୃଢ଼ୀକରଣ ପାଇଁ ଶୁଭ ଶିଳାନ୍ୟାସ କରିଥିଲେ ।  ବ୍ରାହ୍ମଣୀ ନଦୀ ବନ୍ଧ ଶିଳାନ୍ୟାସ କରି ଆୟୋଜିତ ଉତ୍ସବରେ ବିଧାୟକ ଶ୍ରୀସାହୁ ସମଗ୍ର ଉତିକଣ ଓ ଧୋୟାଞ୍ଚଳବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ନଦୀବନ୍ଧ ସୁଦୃଢ଼ୀକରଣ ସହ ଉତ୍ତମ ଗମନାଗମନ ସୁବିଧା ପାଇଁ ଏହି ନଦୀବନ୍ଧ ରାସ୍ତାକୁ ୨ଥାକିଆ ରାସ୍ତାରେ ପରିଣତ କରିବା ରାଜ୍ୟ ବିଧାନସଭାରେ ସରକାରଙ୍କ ଠାରେ ଦାବୀ ଉପସ୍ଥାପନ କରିବେ ବୋଲି ପ୍ରକାଶ କରିବା ସହିତ ପ୍ରକଳ୍ପର ସଫଳ କାର୍ଯ୍ୟକାରୀତା ପାଇଁ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ ।  ଏହି ଶିଳାନ୍ୟାସ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ଇଂ ମନୋରଞ୍ଜନ ସାହୁ,ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ ଓ ରଶ୍ମି ମଲିକ, ସମାଜସେବୀ ସୁଶାନ୍ତ ପଣ୍ଡା,ଶାସନ ସରପଞ୍ଚ ସଂଗ୍ରାମ ବାରିକ ପୂର୍ବତନ ସରପଞ୍ଚ ଅଶୋକ ପରିଡା ବଳଭଦ୍ରପୁର ସରପଞ୍ଚ ପ୍ରିୟବ୍ରତ ଓଝା, ସମିତି ସଭ୍ୟ କୈଳାଶ ପରିଡା, ଚନ୍ଦନନଗର ସମିତି ସଭ୍ୟ ମାନସ ମଲ୍ଲିକ, ଗଙ୍ଗାରମପୁର ସମିତି ସଭ୍ୟ ବିଶ୍ୱରଞ୍ଜନ ଭୂୟାଁ, ସାନଜରିଆ ସମିତିସଭ୍ୟ ସୁବାଷ ବାରିକ ଖଣତା ସମିତି ସଭ୍ୟ ସୁରେଶ ଜେନା,ସଂସାରଫଳ ସମିତିସଭ୍ୟ ପର୍ଶୁରାମ ବେହେରା, ପୂର୍ବତନ ସରପଞ୍ଚ ମିନତୀ ପାତ୍ର ବରିଷ୍ଠ ନେତା ପଞ୍ଚାନନ ଧଳ, ଶ୍ରୀରାମ ଫାଉଣ୍ଡେସନ ଅଧକ୍ଷ ଉତ୍ତମ ଖୁଣ୍ଟିଆ, ନଗର ବିଜେଡି ସଭାପତି ଅଶୋକ ଧଳ,ଏମ ଡି ପପୁ,ଶିକ୍ଷାବିତ ନାରାୟଣ ଦାସ, ଯୁବନେତା ଶଶିକାନ୍ତ ପଣ୍ଡା,ସୁଶାନ୍ତ ଦାସ ସଂଗ୍ରାମ ସ୍ୱାଇଁ, ପ୍ରମୋଦ ଗାହାଣ, ପ୍ରଶାନ୍ତ ସାହୁ ପ୍ରେମାନନ୍ଦ ସେଠୀ,ପବିତ୍ର ବାରିକ,ଭବାନୀ ଦାଶ, ବଳରାମ କୁଣ୍ଡ କୁମର ମଲିକ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସ୍ଥାନୀୟ ଲୋକ ପ୍ରତିନିଧି ଓ ଜନସାଧାରଣ ଯୋଗ ଦେଇଥିଲେ ।  ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ,ଯୁବନେତା ଅଶୋକ ଧଳ, ଏମ ଡି ପପୁ, ପ୍ରଶାନ୍ତ ସାହୁ ଓ ନୟନ ଗିରିଙ୍କ ନେତୃତ୍ୱରେ ବିଜେଡି ନେତା ଓ କର୍ମୀମାନେ ବିଧାୟକ ଧ୍ରୁବ ସାହୁଙ୍କୁ କଖାରୁଣୀ ପୋଲ ନିକଟରୁ ଏକ ଶୋଭାଯାତ୍ରା ରେ ନିମପୁର ଶିଳାନ୍ୟାସ ସ୍ଥଳ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ ।

Next Post

ରାଜ୍ୟପାଳଙ୍କ ହସ୍ତକ୍ଷେପରେ ଦୁହୁରିଆରେ ୨ୟ ପୋଲ ନିର୍ମାଣ ସମ୍ଭବ

Sun Feb 22 , 2026
୫୩ନମ୍ବର ଜାତୀୟ ରାଜପଥର ଦୁହୁରିଆ ଅଣଓସାରିଆ ପୋଲ ସମ୍ପର୍କରେ ରାଜ୍ୟପାଳଙ୍କ ରିପୋର୍ଟ ତଲବ କେନ୍ଦ୍ରାପଡ଼ା,୨୨ା୨:ଚଣ୍ଡିଖୋଲ- ପାରାଦୀପ ୫୩ନମ୍ବର ଜାତୀୟ ରାଜପଥର ସଂପ୍ରସାରଣ ସମୟରେ ୨୦୧୩ମସିହାରେ ନିର୍ମାଣ କରାଯାଇଥିବା ଦୁହୁରିଆ ପୋଲକୁ ୩ମାସ କାଳ ଲାଗି ଭଙ୍ଗାଯାଇ ଏଠାରେ ଜଗତପୁର ଗୋଲେଇଛକ ଷ୍ଟାଇଲରେ ୨ଟି ପୋଲ ବିଶିଷ୍ଟ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ମାତ୍ର ଦୁଃଖର କଥା ଯେତିକି ଓସାରର ପୋଲ ଭଙ୍ଗାଗଲା ତାକୁ ଚଉଡା କରାନଯାଇ ମାତ୍ର ଏକ […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading