
ପଟ୍ଟାମୁଣ୍ଡାଇ ୨୭/୫ -ପଟ୍ଟାମୁଣ୍ଡାଇ ବ୍ଲକର ନୂତନ ଶିକ୍ଷାଧିକାରୀ ଭାବେ ଅଜିତ ବାରିକ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ପଟ୍ଟାମୁଣ୍ଡାଇ ବ୍ଳକ ଓଡିଶା ପ୍ରାଥମିକ ଶିକ୍ଷକ ସଙ୍ଘ ଓ ଟିଜିଟି ସଙ୍ଘ ପକ୍ଷରୁ ବିଇଓଙ୍କ କାର୍ଯ୍ୟାଳୟ ପରିସରରେ ଫୁଲତୋଡ଼ା ଦେଇ ନୂତନ ଶିକ୍ଷାଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି ।
ପଟ୍ଟାମୁଣ୍ଡାଇ ମଣ୍ଡଳ ବିଦାୟୀ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇଙ୍କ କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଶିକ୍ଷାଧିକାରୀ ଭାବେ ବଦଳି ହେବା ପରେ ତାଙ୍କ ସ୍ଥାନରେ ଆନନ୍ଦପୁର ବ୍ଲକ ଶିକ୍ଷାଧିକାରୀ ଅଜିତ ବାରିକ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଉପଲକ୍ଷେ ମଙ୍ଗଳବାର ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଠାରେ ଓଡିଶା ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ବିଶ୍ୱରଞନ ଦାଶଙ୍କ ନେତୃତ୍ୱରେ ନୂତନ ବିଇଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା ପାଇଁ ଏକ ଉତ୍ସବ ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ ରାଜ୍ୟ ଶିକ୍ଷକ ସଂଘ ନେତା ସିଆରସିସି ମଳୟ ଜେନା, ଓଡିଶା ପ୍ରାଥମିକ ଶିକ୍ଷକ ସଙ୍ଘ ସମ୍ପାଦକ ପ୍ରେମାନନ୍ଦ ଜୀବନଦାଶ, କୋଷାଧ୍ୟକ୍ଷ ଉମାକାନ୍ତ ବେହେରା, ବିଇଡି ସଙ୍ଘ ସଭାପତି ଦିବାକର ଦାଶ, ସଂପାଦକ ଗୋଦାବରୀଶ ମିଶ୍ର, ଶିକ୍ଷକ ପ୍ରଦୀପ ତରାଇ, ରଞନ ସାହୁ, ଅରବିନ୍ଦ ବଳ,ସଂଜୟ ସାହୁ,ବିଭୁରଂଜନ ସାହୁ , ଆଶିଷ ମହାପାତ୍ର ଓ ସତ୍ୟବ୍ରତ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ନୂତନ ବିଇଓ ବାରିକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି ।
