
ପଟ୍ଟାମୁଣ୍ଡାଇ ୨୧/୨ – ଓଡିଶାର ବିଶିଷ୍ଟ ସ୍ତମ୍ଭକାର ନାଟ୍ୟକାର, ନାଟ୍ୟ ନିର୍ଦେଶକ ତଥା ଶିକ୍ଷକ ନେତା ଦିବଂଗତ ଦିବାକର ବିଶ୍ୱାଳଙ୍କ ୯୬ ତମ ଜନ୍ମ ଜୟନ୍ତୀ ସ୍ଥାନୀୟ କଷଣଅଂଟା ରାଧାରାଣୀ ମଣ୍ଡପରେ ପାଳିତ ହୋଇ ଯାଇଛି। ଓଡ଼ିଶା ସାହିତ୍ୟଏକାଡ଼େମୀ ଓ ଲେଖାଲେଖି ପ୍ରକାଶନର ମିଳିତ ଆୟୋଜନରେ ଆୟୋଜିତ ଜୟନ୍ତୀ ସଭାରେ ପ୍ରଦୀପ୍ତ କୁମାର ବେହୁରା ପୌରହିତ୍ୟ କରିଥିଲେ । ଏଥିରେ ରାଜନଗର ପୁର୍ବତନ ବିଧାୟକ ଡ଼ ଅଲେଖ ଜେନା, ନାଟ୍ୟକାର ଗୋଲେଖ ମହାରଣା ମୁଖ୍ୟବକ୍ତା,ଗାଳ୍ପିକ ପ୍ରଦୀପ ନାୟକ ଶିକ୍ଷାବିତ୍ କଣ୍ଡୁରି ଚରଣ ସ୍ୱାଇଁ ଓ କସ୍ତୁରୀ କଳା ନିକେତନ ସଭାପତି ସୁରେଶ ଚନ୍ଦ୍ର ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଦିବଂଗତ ଦିବାକର ବିଶ୍ୱାଳଙ୍କ ସ୍ମୃତି ଚାରଣ କରିଥିଲେ ।ଏଇ ଅବସରରେ ସ୍ୱର୍ଗତ ଦିବାକର ବିଶ୍ୱାଳଙ୍କ ଉପରେ ଏକ ସ୍ମରଣିକା ” ଦିବ୍ୟଦର୍ଶୀ ଦିବାକର” କୁ ଅତିଥିମାନେ ଲୋକାର୍ପଣ କରିଥଲେ । ସଂସ୍କୃତି ପ୍ରେମୀ ତଥା ଅଭିନେତା ନବକିଶୋର ପଣ୍ଡାଙ୍କୁ ଦିବାକର ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ଏଇ ଅବସରରେ ଆୟୋଜିତ କବିତା ପାଠ ଉତ୍ସବ ରେ କବି ସଚିତ୍ର କୁମାର ବେହୁରା , ସୁଶାନ୍ତ କୁମାର ଦାଶ, ରାମକୃଷ୍ଣ ଦାଶ, ବୈଷ୍ଣବ ମଲିକ ଆଦି କବିମାନେ ସ୍ୱରଚିତ କବିତା ପାଠ କରିଥଲେ । ବେଲେଶ୍ୱର ସାହିତ୍ୟ ସଂସଦ ସମ୍ପାଦକ ପ୍ରମୋଦ କୁମାର ସାହୁ ସ୍ୱାଗତଭାଷଣ ଓ ପାର୍ଥ ସାରଥୀ ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ମନୋଜ୍ଞ ଉତ୍ସବରେ କବି ବ୍ରଜବନ୍ଧୁ ଦାଶ , ପ୍ରମୋଦ ନାୟକ, ବିଜୟ କୁମାର ସାହୁ, ସଂଘମିତ୍ରା ବିଶ୍ୱାଳ, ବନଜା ପାତ୍ର, ସରୋଜକାନ୍ତ ମଲ୍ଲିକ, ଗୋଲକ ପାତ୍ର , କୃପାସିନ୍ଧୁ ନାୟକ, ଉମେଶ ଚନ୍ଦ୍ର ଜେନା, ପ୍ରଭାକର ପ୍ରଧାନ, ପ୍ରକାଶ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ଓ କସ୍ତୁରୀ କଳାନିକେତନର ଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଶେଷରେ ସୁରେଶ ଚନ୍ଦ୍ର ଜେନା ଧନ୍ୟବାଦ ଦେଇଥିଲେ । ସେହିପରି କସ୍ତୁରୀ କଳା ନିକେତନ ପକ୍ଷରୁ ବିଶିଷ୍ଟ ସ୍ତମ୍ଭକାର, ଶିକ୍ଷକ ନେତା ନାଟ୍ୟକାର, କଳାକାର ସାହିତ୍ୟିକ ଦିବାକର ବିଶ୍ୱାଳଙ୍କ ୯୬ତମ ଜୟନ୍ତୀ ପାଳିତ ହୋଇଯାଇଛି । ଦିବାକର ବିଶ୍ୱାଳଙ୍କ ଦ୍ୱାରା ପ୍ରତିଷ୍ଠିତ କସ୍ତୁରୀ କଳା ନିକେତନ ଠାରେ ଆୟୋଜିତ ଜୟନ୍ତୀ ଉତ୍ସବରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ ମୁଖ୍ୟଅତିଥି, କବି ସଚିତ୍ର ବେହୁରା ମୁଖ୍ୟବକ୍ତା, କସ୍ତୁରୀ କଳା ନିକେତନ ସଭାପତି ଶିକ୍ଷାବିତ ସୁରେଶ ଜେନା,ସମ୍ପାଦକ କୃପାସିନ୍ଧୁ ନାୟକ,ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ସଭାପତି କାଉନସିଲର ଗୋପୀବଲ୍ଲଭ ନାୟକ, ବିଦ୍ୟୁତ ଉପଭୋକ୍ତା ମଂଚ ସମ୍ପାଦକ ଗୋପୀନାଥ ତ୍ରିପାଠୀ ଆଡ଼ଭୋକେଟ ପ୍ରମୋଦ ସାହୁ,ଇଂ ତପନ ପାତ୍ର, ଶିକ୍ଷକନେତା ବିଜୟ ସାହୁ, ନବ କିଶୋର ପଣ୍ଡା ଆମ୍ବେଦକର ସ୍ମୃତି ସଂସଦ ସଭାପତି ବାରେଣୀ ସେଠୀ ପୂର୍ବତନ କାଉନସିଲର ଗୋବିନ୍ଦ ସେଠୀ ଡା ଅଲେଖ ଶର୍ମା, କବି ଅନିଲ ଚୌଧୁରୀ, ଚିତ୍ରଶିଳ୍ପୀ ରାଜେନ୍ଦ୍ର ଦାଶ,ନରେଶ ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଦିବଂଗତ ଦିବାକର ବିଶ୍ୱାଳଙ୍କ ସ୍ମୃତି ଚାରଣ କରି କଳା ସାହିତ୍ୟ ଓ ସଂସ୍କୃତି ବିକାଶ କ୍ଷେତ୍ରରେ ତାଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିବା ସହିତ ତାଙ୍କ ଅମ୍ଲାନ ସ୍ମୃତି ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଶେଷରେ ଶରତ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ ।
