ପଟ୍ଟାମୁଣ୍ଡାଇ ପ୍ରଜାପିତା ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ ‘ମିଡିଆ ବିଙ୍ଗ୍‌’ କାର୍ଯ୍ୟକ୍ରମ

blank
ପଟ୍ଟାମୁଣ୍ଡାଇ ୨୩/୫ -ବିଶ୍ୱବ୍ୟାପୀ ଶାନ୍ତିର ଆବଶ୍ୟକତା ଗଣମାଧ୍ୟମର ଭୂମିକା ବିଷୟବସ୍ତୁ ଉପରେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରିୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର ‘ମିଡିଆ ବିଙ୍ଗ୍‌’ କାର୍ଯ୍ୟକ୍ରମ ଶନିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଶଶିରେଖା ଭଉଣୀ ପରିଚାଳିତ କରି କହିଥିଲେ ଯେ ବିଶ୍ୱବ୍ୟାପୀ ଶାନ୍ତିର ଆବଶ୍ୟକତା ରହିଛି । ଗଣମାଧ୍ୟମ କ୍ଷେତ୍ରରେ ସକାରାତ୍ମକତା, ନୈତିକ ମୂଲ୍ୟବୋଧ ଏବଂ ଆଧ୍ୟାତ୍ମିକ ଚିନ୍ତାଧାରାକୁ ନେଇ ଗଣମାଧ୍ୟମ ବିଶ୍ୱକୁ ଜାଗ୍ରତ କରିବାର ଶକ୍ତି ରଖିଛି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଉଂଟଆବୁରୁ ଆସିଥିବା ରାଜଯୋଗୀ ଶ୍ରିକାନ୍ତ ଭାଇ ଓ ଦିଲ୍ଲି ବ୍ରହ୍ମକୁମାରୀ ବିଶ୍ୱବିଦ୍ୟାଳୟରୁ ରାଜଯୋଗୀନୀ କିରଣ ଭଉଣୀ ଓ ଗାଲ୍ପିକ ପ୍ରଦିପ ନାୟକ ପ୍ରମୁଖ ଯୋଗ ଦେଇ ଗଣମାଧ୍ୟମକୁ ସମାଜର ସଂଘର୍ଷର କେବଳ ଦର୍ପଣ ନୁହେଁ ବରଂ ମାର୍ଗଦର୍ଶକ (ପଥଦର୍ଶକ) ଭାବରେ କାର୍ଯ୍ୟ କରିବା ଉଚିତ। ବ୍ୟକ୍ତିଗତ ମନରେ ଆରମ୍ଭ ହେଉଥିବା ମୌଳିକ ଶାନ୍ତି ବିନା ବିଶ୍ୱ ଏବଂ ସାମୁଦାୟିକ ପ୍ରଗତି ଅସମ୍ଭବ। ଏହି ୱିଙ୍ଗର ମୁଖ୍ୟ ଲକ୍ଷ୍ୟ ହେଉଛି ଏପରି ଖବର ପ୍ରସାରଣ କରିବା ଯାହା ନକାରାତ୍ମକତା ଏବଂ ଚାଂଚଲ୍ୟକର ଖବର ବଦଳରେ ସମାଜରେ ଆଶା, ପ୍ରେରଣା ଏବଂ ମାନବିକ ମୂଲ୍ୟବୋଧକୁ ଉଜ୍ଜ୍ୱଳ କରିବା ପାଇଁ ସହାୟକ ହେବ ବୋଲି ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ପାଖାପାଖି ୨୦ରୁ ୨୫ ଜଣ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମକୁ ବିହିତା ଭଉଣୀ ପରିଚାଳନା କରିଥିବା ବେଳେ ଚିତରଞ୍ଜନ ଭାଇ,ହୃଷୀକେଷ ଭାଇ, ସୁବ୍ରତ ଭାଇ ଓ ସୁରଜ ଭାଇ ସହଯୋଗ କରିଥିଲେ ।

Next Post

ପୋଲିସକୁ ଦେଖି ଗୋ-ମାଫିଆ ଓ ଗାଡ଼ି ଚାଳକ ଗାଡ଼ି ଛାଡ଼ି ଫେରାର, ଗୋମାତାଙ୍କୁ ଧରି ଗାଡି ଚଳାଇ ଥାନାକୁ ଆସିଲେ ଥାନାଧିକାରୀ ପଦ୍ମାଳୟା

Sun May 24 , 2026
କେନ୍ଦ୍ରାପଡ଼ା,୨୪ା୫:କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଏରାପୁରୁଷୋତ୍ତମପୁର ନିକଟରେ ଗୋରୁ ଚାଲାଣ ରୋକିବା ସମୟରେ ଗୋରୁ ମାଫିଆ ଓ ଗାଡି ଚାଳକ ଫେରାର ହୋଇଯାଇଛନ୍ତି। ଫଳରେ ଗୋରୁ ଗାଡିକୁ ନିଜେ ଥାନାଧିକାରୀ ପଦ୍ମାଳୟା ପ୍ରଧାନ ଚଳାଇ ଥାନାକୁ ଆଣିଛନ୍ତି। ଏହି ଘଟଣାକୁ ନେଇ ସମଗ୍ର ଜିଲ୍ଲାରେ ସଦର ଥାନାଧିକାରୀ ପଦ୍ମାଳୟା ପ୍ରଧାନଙ୍କ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଓ ସାହସକୁ ପ୍ରଶଂସା କରାଯାଇଛି। ସୂଚନା ଅନୁଯାୟୀ ଶନିବାର ରାତି ପ୍ରାୟ ୨ଟାରେ କେନ୍ଦ୍ରାପଡ଼ା ସଦରଥାନା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading