ଜାମୁକୁଣ୍ଡାରେ ହନୁମାନ ବିଗ୍ରହ ପ୍ରତିଷ୍ଠା ଉତ୍ସବ

blank
ପଟ୍ଟାମୁଣ୍ଡାଇ ତା ୧୬/୫- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଡିହାପଡା ପଂଚାୟତ ଜାମୁକୁଣ୍ଡା ଗାଁ ରେ ନୂତନ ହନୁମାନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସର୍ବପ୍ରଥମେ ଅଙ୍କୁରାରୋପଣ କଳସ ଯାତ୍ରା, ଯଜ୍ଞ ଆରମ୍ଭ ସୂର୍ଯ୍ୟ ପୂଜା ଗୋ ପୂଜା ସହ ଯଜ୍ଞର ପୂର୍ଣ୍ଣାହୂତି ଦିଆଯାଇଥିଲା ।ଏଇ ଅବସରରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଭାବରାସ୍ତାତ୍ମକ ଭଜନ ପରିବେଷଣ କରାଯାଇଥିଲା । ପ୍ରତ୍ୟହ ଶହ ଶହ ଶ୍ରଦ୍ଧାଳୁ ଯୋଗ ଦେଇ ପ୍ରଭୁ ହନୁମାନଜୀଉଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ଏହି ମହାର୍ଘ୍ୟ କାର୍ଯ୍ୟକ୍ରମରେ ଡିହାପଡା ସମିତି ସଭ୍ୟା ରେଣୁକା ସେଠୀ, ଯୁବନେତା ପାଣ୍ଡଵ ସେଠୀ ମଥୁରାନନ୍ଦ ପଲାଇ ବିଶ୍ୱମ୍ବର ସିଂ ଶରତ ପ୍ରଧାନ ରବୀନ୍ଦ୍ର ନାୟକ ପ୍ରଫୁଲ୍ଲ ସାମଲ କହେଁଇ ସ୍ୱାଇଁ ଗୌତମ ନାୟକ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ପ୍ରଭୁ ହନୁମାନଜୀଉଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ।ଏହି କାର୍ଯ୍ୟକମକୁ ପାଣ୍ଡଵ ସେଠୀ ରବୀନ୍ଦ୍ର ସେଠୀ ଘନଶ୍ୟାମ ସେଠୀ ହରେକୃଷ୍ଣ ସେଠୀ ନିତ୍ୟାନନ୍ଦ ସେଠୀ ନବୀନ ସେଠୀଙ୍କ ସମେତ ଜାମୁକୁଣ୍ଡା ଗ୍ରାମବାସୀ ଓ ମହାବୀର ପୂଜା କମିଟି ସଦସ୍ୟମାନେ ପରିଚାଳନା କରିଥିଲେ ।

Next Post

ଅଜୟ ବିଶ୍ୱାଳ ହେଲେ ସଚୋଟ ଜନ ପ୍ରତିନିଧି ନିର୍ଭୀକ ରାଜନେତା

Sat May 16 , 2026
ଅଜୟ ବିଶ୍ୱାଳ ସ୍ମୃତି ପରିଷଦ ତରଡିପାଳ   ପଟ୍ଟାମୁଣ୍ଡାଇ,୧୬/୫-କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଧୋୟାଞ୍ଚଳର ଜଣାଶୁଣା ମଣିଷ ପୂର୍ବତନ କଂଗ୍ରେସ ସଭାପତି ତଥା ତରଡିପାଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ୱର୍ଗତ ଅଜୟ କୁମାର ବିଶ୍ୱାଳଙ୍କ ଆତ୍ମାର ସଦଗତି କାମନା ସହ ତରଡିପାଳ ପଞ୍ଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସ୍ମୃତି ଚାରଣ ସଭାର ଯୁଗ୍ମ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading